ଗଜପତିରେ ସାଇବର ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

January 19, 2024, ଅପରାଧ, ଗଜପତି, Rasmi Ranjan Sahu
ଗଜପତିରେ ସାଇବର ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
January 19, 2024

ପାରଳାଖେମୁଣ୍ଡି-ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସାଇବର ସୁରକ୍ଷା ସଚେତନତା ଶିବିର । ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି କର୍ମଶାଳାରେ ସାଇବର ସୁରକ୍ଷା ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜାତୀୟ ସୂଚନା କେନ୍ଦ୍ର (NIC) ଗଜପତି ଶ୍ରୀଯୁକ୍ତ ଟି.ବାଳକୃଷ୍ଣ ମୂର୍ତ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଡ଼.ପବିତ୍ରନନ୍ଦ ପଟ୍ଟନାୟକ, ବରିଷ୍ଠ- ନିର୍ଦ୍ଧେଶକ(IT ),ଜାତୀୟ ସୂଚନା କେନ୍ଦ୍ର ଭୁବନେଶ୍ଵର, ଶ୍ରୀ ଜ୍ଞାନ ରଞ୍ଜନ ମିଶ୍ର , ନିର୍ଦ୍ଧେଶକ( IT),ଜାତୀୟ ସୂଚନା କେନ୍ଦ୍ର ଭୁବନେଶ୍ଵରର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଇବର ଠକେଇର ବିଭିନ୍ନ ତଥ୍ୟ ତଥା ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ଉପଭୋକ୍ତାମାନେ ବିଭିନ୍ନ ଆଳରେ କିପରି ଠକାମିର ଶିକାର ହୋଇଛନ୍ତି ସେନେଇ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଉଦାହରଣ ସହ ବୁଝାଇଥିଲେ। ଏହାସହ ସ୍ମାର୍ଟ ଫୋନରେ ଥିବା ବିଭିନ୍ନ ସାଇବର ସୁରକ୍ଷା ବ୍ୟବସ୍ଥାକୁ ବ୍ୟବହାର କରି କିପରି ସମସ୍ତ ଅଧିକାରୀ ଠକାମୀରୁ ରକ୍ଷା ପାଇ ପାଇବେ ସେନେଇ ମତବ୍ୟକ୍ତ କରିଥିଲେ।ଏହି ପ୍ରଶିକ୍ଷଣ ସଚେତନତା ଶିବିର କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଫାଲଗୁନି ମାଝୀ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀ ସନ୍ତୋଷ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗଜପତି, ଶ୍ରୀ ଜ୍ଞାନରଞ୍ଜନ ମାଝୀ, ଡେପୁଟି କଲେକ୍ଟରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତ୍ରପୁର  ଡିଏଭି ପବ୍ଲିକ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଛତ୍ରପୁର ଡିଏଭି ପବ୍ଲିକ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

Read More...

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସିଧାପ୍ରସାରଣରେ କୁକୁଡାଖଣ୍ଡି ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସିଧାପ୍ରସାରଣରେ କୁକୁଡାଖଣ୍ଡି ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: