ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଲକ୍ଷ୍ମୀପୁର ରାମ ମନ୍ଦିର କମିଟି ଦ୍ଵାରା ଉତ୍ସବ

January 22, 2024, ଓଡ଼ିଶା, କୋରାପୁଟ, SANJAY KUMAR KANDHAPANI
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଲକ୍ଷ୍ମୀପୁର ରାମ ମନ୍ଦିର କମିଟି ଦ୍ଵାରା ଉତ୍ସବ
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
January 22, 2024

ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀ ରାମ ମନ୍ଦିର ନିର୍ମାଣ କରି ଆଜି ଭାରତର ପ୍ରଧାନମନ୍ତ୍ରୀ ଦାମୋଦର ଦାସ ମୋଦୀଙ୍କ ଦ୍ଵାରା ଦୀର୍ଘ ୧୧ ଦିନ ଧରି ମନ୍ଦିର ପ୍ରତିଷ୍ଠା ସହ ଆଜି ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସବର ମାହୋଲ ।ଏଥିରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଶ୍ରୀ ରାମ ମନ୍ଦିର କମିଟି ଦ୍ଵାରା ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଥିଲା । ସ୍ଥାନୀୟ କୁମ୍ଭାରୀପୁଟ ସ୍ଥିତ ମହାଗୁଡ଼ା ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ଏବଂ ଲକ୍ଷ୍ମୀପୁର ସ୍ଵରଶ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ଏବଂ ଲକ୍ଷ୍ମୀପୁର ରାମ ମନ୍ଦିର କମିଟି ସଦସ୍ୟ ମାନଙ୍କ ଦ୍ଵାରା ନଗର ପରିକ୍ରମା କରି ଜୟ ଶ୍ରୀ ରାମ ଧ୍ୱନିରେ ଲକ୍ଷ୍ମୀପୁର ସହର କମ୍ପି ଉଠୁଥିଲା ଏହା ପରେ ମନ୍ଦିର ଭକ୍ତ ସର୍ଦ୍ଦାଳୁଙ୍କ ନିମନ୍ତେ କମିଟି ଦ୍ଵାରା ଭୋଜନ ପ୍ରଦାନ କରିଥିଲେ । ଶେଷରେ ଭକ୍ତ ସର୍ଦ୍ଦାଳୁ ମାନେ ଏକତ୍ରିତ ହୋଇ ଦୀପ ଲଗାଇ ବାଣ ଫୁଟାଇ ଦୀପାବଳୀ ମନାଇଥିଲେ। ଏପରିକି ନିଜ ନିଜ ଘରେ ମଧ୍ୟ ପ୍ରଭୁ ଶ୍ରୀ ରାମଙ୍କୁ ଆଜି ପୂଜାର୍ଚ୍ଚନା କରି ଦୀପ ଜାଳି ଥିବା ଦେଖିବାକୁ ମିଳିଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ମହାନ୍ସଂଘ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ବ୍ରହ୍ମପୁର ମହାନ୍ସଂଘ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

Read More...

 ଗଜପତି ଜିଲ୍ଲାର ବ୍ରାହ୍ମଣ ସୀତାପୁରରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଗଜପତି ଜିଲ୍ଲାର ବ୍ରାହ୍ମଣ ସୀତାପୁରରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: