ଦୁଇ ହଜାର ଟଙ୍କା ନୋଟ ବଦଳାଇବାର ପ୍ରଲୋଭନ ଦେଇ ଟଙ୍କା ହରିଲୁଟ ଘଟଣା, ପୋଲିସର କନେଷ୍ଟବଲ ସମେତ ଦୁଇ ଗିରଫ

January 29, 2024, ଅପରାଧ, ଗଞ୍ଜାମ, Rasmi Ranjan Sahu
ଦୁଇ ହଜାର ଟଙ୍କା ନୋଟ ବଦଳାଇବାର ପ୍ରଲୋଭନ ଦେଇ ଟଙ୍କା ହରିଲୁଟ ଘଟଣା, ପୋଲିସର କନେଷ୍ଟବଲ ସମେତ ଦୁଇ ଗିରଫ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
January 29, 2024

ଗଜପତି- ଦୁଇ ହଜାର ଟଙ୍କା ନୋଟ୍ ବଦଳାଇବା ନେଇ ମିଥ୍ୟା ପ୍ରଲୋଭନ ଦେଖାଇ ଆନ୍ଧ୍ର ବ୍ୟାପରୀଙ୍କ ଟଙ୍କା ହାଇଲୁଟ କରିବା ଘଟଣାରେ ଦୁଇ ଗିରଫ ସହ ପାଞ୍ଚୋଟି ମୋବାଇଲ ଫୋନ ଜବତ ଏଥିରେ ପୋଲିସର ଜଣେ କନେଷ୍ଟବଳ ଗିରଫ । ଏଭଳି ଘଟଣା ଘଟିଛି ପାରଳାଖେମୁଣ୍ଡି ଅଞ୍ଚଳରେ । ପୋଲିସ କନେଷ୍ଟେବଲ ତନୁଜ କୁମାର ସାବତ ଓ ବିନୋଦ ରାୟପାଲି ଏହି ଦୁଇଜଣ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଅଞ୍ଚଳର ଜଣେ ବ୍ୟବସାୟୀ ଟି. ନାଗା ରବୀନ୍ଦ୍ରନାଥଙ୍କୁ 2000ଟଙ୍କିଆ ନୋଟ ବଦଳାଇ 500 ଟଙ୍କିଆ ନୋଟ ଯୋଗାଇ ଦେବା ପାଇଁ ପ୍ରଲୋଭନ ଦେଖାଇ ପାରଳାଖେମୁଣ୍ଡି ନିକଟସ୍ତ କେରାଣ୍ଡି ଗ୍ରାମ ନିକଟକୁ ରବିନ୍ଦ୍ରନାଥଙ୍କୁ ଡକାଇଥିଲେ । ଚୁକ୍ତି ଥିଲା 60ଲକ୍ଷ ଟଙ୍କାର 2000 ଟଙ୍କିଆ ନୋଟ ବାବଦକୁ30 ଲକ୍ଷ ଟଙ୍କା ଦେବାପାଇଁ । ହେଲେ ରବିନ୍ଦ୍ରନାଥ 30ଲକ୍ଷ ଟଙ୍କାର 500ଟଙ୍କିଆ ନେଇ ଆସିବାପରେ କନେଷ୍ଟେବଲ ତନୁଜ ସାବତ ଓ ଅନ୍ୟ ଅଭିଯୁକ୍ତ ବିନୋଦ ରାୟପିଲି ତାଙ୍କ ହାତରୁ ଟଙ୍କାଥିବା ବ୍ୟାଗକୁ ଜୋର ଜବରଦସ୍ତ ଛଡାଇ ନେବାପାଇଁ ଉଦ୍ୟମ କରିଥିଲେ ସେହି ସମୟରେ ଗ୍ରାମର କିଛି ଯୁବକ ଏହି ଦୁଇଜଣ ଆଭିଯୁକ୍ତଙ୍କୁ ଧରି ପାରଳାଖେମୁଣ୍ଡି ଆଦର୍ଶ ଥାନା ଆଧିକାରୀଙ୍କୁ ଖବର ଦେଇଥିଲେ । ଏହାପରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ 30ଲକ୍ଷ ଟଙ୍କାର 500 ଟଙ୍କିଆ ନୋଟ ଜବତ କରିବା ସହ 5ଟି ମୋବାଇଲ ଜବତ କରିଛି ପୋଲିସ ।ଏହି ଘଟଣାରେ ଆଉ 3ଜଣ ମାଷ୍ଟର ମାଇଣ୍ଡ ରହିଛନ୍ତି ସେମାନେ ବର୍ତ୍ତମାନ ପାରାର ଅଛନ୍ତି । ଖୁବଶୀଘ୍ର ସେମାଙ୍କୁ ଗିରଫ କରାଯିବ ବୋଲି ପାରଳାଖେମୁଣ୍ଡି ଏସ୍.ଡି.ପି.ଓ ମାଧବ ଚନ୍ଦ୍ର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପୂର୍ବରୁ କନେଷ୍ଟେବଲ ତନୁଜ ସାଵତଙ୍କ ଭିଜିଲାନ୍ସ ମାମଲା ଓ ଫୌଜଧାରୀ ମାମଲା ରହିଛି । ଗିରଫ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଧୁନିକ ଶିକ୍ଷା ପ୍ରଣାଳୀ ସହ ସଂସ୍କାର ମୂଳକ ଶିକ୍ଷା ପ୍ରଦାନ କରି ସୁନାମ ଆଣିଛି ତକ୍ଷଶିଳା ଆବାସିକ ବିଦ୍ୟାଳୟ

ଆଧୁନିକ ଶିକ୍ଷା ପ୍ରଣାଳୀ ସହ ସଂସ୍କାର ମୂଳକ ଶିକ୍ଷା ପ୍ରଦାନ କରି ସୁନାମ ଆଣିଛି ତକ୍ଷଶିଳା ଆବାସିକ ବିଦ୍ୟାଳୟ

Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଗଞ୍ଜାମ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: