ଆଧୁନିକ ଶିକ୍ଷା ପ୍ରଣାଳୀ ସହ ସଂସ୍କାର ମୂଳକ ଶିକ୍ଷା ପ୍ରଦାନ କରି ସୁନାମ ଆଣିଛି ତକ୍ଷଶିଳା ଆବାସିକ ବିଦ୍ୟାଳୟ

January 29, 2024, ଶିକ୍ଷା, ଗଞ୍ଜାମ, Sri Jaganath Tripathy
ଆଧୁନିକ ଶିକ୍ଷା ପ୍ରଣାଳୀ ସହ ସଂସ୍କାର ମୂଳକ ଶିକ୍ଷା ପ୍ରଦାନ କରି ସୁନାମ ଆଣିଛି ତକ୍ଷଶିଳା ଆବାସିକ ବିଦ୍ୟାଳୟ
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
January 29, 2024

ବ୍ରହ୍ମପୁର -ଆଧୁନିକ ଶିକ୍ଷା ପ୍ରଣାଳୀ ସହ ସଂସ୍କୃତି ଓ ସଂସ୍କାର ମୂଳକ ଶିକ୍ଷା ପ୍ରଦାନ କରି ଗତ କିଛି ବର୍ଷ ମଧ୍ୟରେ ଅନେକ ସୁନାମ ଅର୍ଜନ କରିଛି ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁରର ତକ୍ଷଶିଳା ଆବାସିକ ବିଦ୍ୟାଳୟ । ତକ୍ଷଶିଳା ଆବାସିକ ବିଦ୍ୟାଳୟର ୨୩ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ଏଭଳି ବାର୍ତ୍ତା ଦେଇଛନ୍ତି ଅନେକ ଅତିଥି ବୃନ୍ଦ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଖଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇ ଆଧୁନିକ ଶିକ୍ଷା ପ୍ରଣାଳୀ ସହ ସଂସ୍କୃତି ଓ ସଂସ୍କାର ମୂଳକ ଶିକ୍ଷା ପ୍ରଦାନ କରି ସୁନାମ ଅର୍ଜନ କରିଥିବା ତକ୍ଷଶିଳା ବିଦ୍ୟାଳୟକୁ ପ୍ରଶଂସା କରିଥିଲେ। ବିଦ୍ୟାଳୟର ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀ ବଜରଙ୍ଗିଲାଲ ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉସବରେ ବିଶିଷ୍ଟ ଅତିଥିଭାବେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ର ଯୋଗ ଦେଇ ଏଭଳି ଶିକ୍ଷା ପଦ୍ଧତି କୁ ପ୍ରଶଂସା କରିଥିବା ବେଳେ ବିଶିଷ୍ଟ ସମାଜସେବୀ ତଥା ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ ଯୋଗ ଦେଇ ଭଗବାନ ପ୍ରଭୁ ଶ୍ରୀରାମ ଙ୍କ ଆଶ୍ରୀବାଦରେ ତାଙ୍କ ପରି ମାତା ପିତା ଓ ଗୁରୁଙ୍କୁ ଭକ୍ତି ସହ ଉପଯୁକ୍ତ ନାଗରିକ ହୋଇ ବିଦ୍ୟାଳୟ ଓ ନିଜ ଅଞ୍ଚଳର ସୁନାମ ଅର୍ଜନ କରିବା ନିମନ୍ତେ ପରାମର୍ଶ ଦେବା ସହ ବିଦ୍ୟାଳୟର ଉନ୍ନତ ମାନର ଶିକ୍ଷା ସହ ଅନ୍ୟାନ୍ୟ ସାଂସ୍କୃତିକ, କ୍ରୀଡା କାର୍ଯ୍ୟକ୍ରମକୁ ନେଇ ସାଧୁବାଦ ଜଣାଇଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଦିତୀୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଏ.ଓ ଲେଫ୍ଟେଲାଣ୍ଟ କର୍ଣ୍ଣାଲ ଗୌରବ ଜୟ ସିଂହ ,ଜିଲ୍ଲା ପରିଷଦ ଜୋନର ୧୦ ସଭ୍ୟା ଭାରତୀ ନାୟକ, ସମିତି ସଭ୍ୟ ସୁରେଶ ସେଠୀ , ସ୍ଥାନୀୟ ସରପଞ୍ଚ ମୁରଲୀ ସେଠୀ ,ବିଦ୍ୟାଳୟ ସମ୍ପାଦକ ପବନ କୁମାର ଚୌଧୁରୀ ଓ ନିର୍ଦ୍ଦେଶକ ରବିଶଙ୍କର ଚୌଧୁରୀ, ସିନିୟର୍ ସେକଣ୍ଡରି ସ୍କୁଲର ଅଧ୍ୟକ୍ଷ ବିନୋଦ କୁମାର ପାଢ଼ୀ, ପ୍ରଧାନଶିକ୍ଷକ ନାଗେଶ୍ୱର ରାଓ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଶ୍ରୀ ରବିଶଙ୍କର ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନଶିକ୍ଷକ ଶ୍ରୀ ରାଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହକାରୀ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଏହି ଅବସରରେ ଉଚ୍ଚକୋଟିର ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିଭାବକ ଓ ଦର୍ଶକ ଙ୍କ ମନ୍ ମୋହିଥିଲା । ଶେଷରେ କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍ମୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଜ୍ୟୋସ୍ମାରାଣୀ ମିଶ୍ର, ପି. ନାଭିୟା ଉପସ୍ଥାପିକା ରୂପେ ମଞ୍ଚକୁ ପରିଚାଳନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

Read More...

ଦୁଇ ହଜାର ଟଙ୍କା ନୋଟ ବଦଳାଇବାର ପ୍ରଲୋଭନ ଦେଇ ଟଙ୍କା ହରିଲୁଟ ଘଟଣା, ପୋଲିସର କନେଷ୍ଟବଲ ସମେତ ଦୁଇ ଗିରଫ

ଦୁଇ ହଜାର ଟଙ୍କା ନୋଟ ବଦଳାଇବାର ପ୍ରଲୋଭନ ଦେଇ ଟଙ୍କା ହରିଲୁଟ ଘଟଣା, ପୋଲିସର କନେଷ୍ଟବଲ ସମେତ ଦୁଇ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: