ଶିଶୁ ସୁରକ୍ଷା ଉପରେ କାଶୀନଗରର ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ

February 01, 2024, ଓଡ଼ିଶା, ଗଜପତି, Rasmi Ranjan Sahu
ଶିଶୁ ସୁରକ୍ଷା ଉପରେ କାଶୀନଗରର ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
February 01, 2024

ପାରଳାଖେମୁଣ୍ଡି-ଶିଶୁ ସୁରକ୍ଷା ଉପରେ କାଶୀନଗରର ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ । ଆଜି କାଶୀନଗର ଠାରେ ଥିବା ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବେଚ୍ଛାସେବୀ ମାନଙ୍କୁ ନେଇ ଜିଲ୍ଲାର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ପ୍ରତିଜ୍ଞା” ଉପରେ ଏକ ଦିବସିୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି “ପ୍ରତିଜ୍ଞା” ମାନେ ସୁରକ୍ଷା ଆବଶ୍ୟକ କରୁଥିବା ଝିଅ ମାନଙ୍କୁ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ସୂଚନା ଦେଇ ଶସକ୍ତ କରିବା ଏବଂ ସେମାନଙ୍କ ନେତୃତ୍ବରେ ବିଭିନ୍ନ ସୂଚନା ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚାଇବା। ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ନବକୃଷ୍ଣ ସାହୁକାର ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ର NSS ଓ Youth Red Cross ର ପ୍ରାୟ 140 ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଯୋଗଦାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆଇନ ପର୍ଯ୍ୟବେକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ଜୟ ପ୍ରକାଶ ବାଡତିଆ ଯୋଗ ଦେଇ ଶିଶୁ ସୁରକ୍ଷା ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଯଥା ଆଶୀର୍ବାଦ, ବିଜୁ ଶିଶୁ ସୁରକ୍ଷା ଯୋଜନା, ଗ୍ରୀନ୍ ପ୍ୟାସେଜ୍ ଏବଂ ପୃଷ୍ଠପୋଷକତା ସହାୟତା ଉପରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସହଯୋଗୀ ଭାବରେ ସିସିଡ଼ି ସ୍ବେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ବିଜୟ କେଶରୀ ପ୍ରଧାନ ଯୋଗଦେଇ ବାଲ୍ୟବିବାହର ଅପକାରିତା ଉପରେ ଆଲୋଚନା କରିବା ସହ ବାଲ୍ୟବିବାହ ନକରିବା ପାଇଁ ସ୍ବେଚ୍ଛାସେବୀ ଓ ଉପସ୍ଥିତ ସଦସ୍ୟଙ୍କ ଦ୍ବାରା ଶପଥ ପାଠ କରାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ Youth Red Cross ର ସଂଯୋଜକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପ୍ରଧାନ, NSS ର ସଂଯୋଜକ ଶ୍ରୀମତି କଳ୍ପନା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପରିଚାଳନା କରିଥଲା ବେଳେ ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି : ପ୍ରଥମ ବିଶ୍ୱ ଓଡ଼ିଆଭାଷା ସମ୍ମିଳନୀ  ଅନୁଷ୍ଠିତ

ପାରଳାଖେମୁଣ୍ଡି : ପ୍ରଥମ ବିଶ୍ୱ ଓଡ଼ିଆଭାଷା ସମ୍ମିଳନୀ ଅନୁଷ୍ଠିତ

Read More...

ଜିଲ୍ଲାସ୍ତରୀୟ ବିଶ୍ୱ କୁଷ୍ଠ ନିରାକରଣ ଦିବସ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ବିଶ୍ୱ କୁଷ୍ଠ ନିରାକରଣ ଦିବସ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: