ପାରଳାଖେମୁଣ୍ଡି : ପ୍ରଥମ ବିଶ୍ୱ ଓଡ଼ିଆଭାଷା ସମ୍ମିଳନୀ ଅନୁଷ୍ଠିତ

February 03, 2024, ବିଶେଷ, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡି : ପ୍ରଥମ ବିଶ୍ୱ ଓଡ଼ିଆଭାଷା ସମ୍ମିଳନୀ  ଅନୁଷ୍ଠିତ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
February 03, 2024

ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ରେ ଥିବା ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ସକାଳ ଘ.୮.୩୦ ମି. ସମୟରେ ସହରରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଗୁଡିକରେ ଜିଲ୍ଲା ପ୍ରଶାସନ ତରଫରୁ ପୁଷ୍ପ ମାଲ୍ୟାର୍ପଣ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ଶ୍ରୀ ଏସ.ଆନନ୍ଦ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ ଓ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ, ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କଳା ,ସାହିତ୍ୟ, ଗାଳ୍ପିକ, ଐତିହାସିକ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ଥିବା ସହରର ବିଶିଷ୍ଠ ତଥା ଗୌର ଚନ୍ଦ୍ର ପଣ୍ଡା, ଗୋପାଳ ଚନ୍ଦ୍ର ଶତପଥୀ, ବିଚିତ୍ରାନନ୍ଦ ବେବର୍ତ୍ତା, ବିନୋଦ ଚନ୍ଦ୍ର ଜେନା, ଶ୍ରୀମତୀ ଆଶାଳତା ପାଣିଗ୍ରାହୀ, ସଚ୍ଛିଦାନନ୍ଦ ସାମଲ, ମୁରୁଲିଧର ପରିଚ୍ଛା, ଲକ୍ଷ୍ମନୃସିଂହ ରଥ ଓ ପୁର୍ଣ୍ଣ ଚନ୍ଦ୍ର ରଥ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଥିଲା । ପୂର୍ବାହ୍ନ ୧୧.ଘଟିକା ସମୟରେ "ବନ୍ଦେ ଉତ୍କଳ ଜନନୀ " ସଙ୍ଗୀତ ଗାନ କରଯାଇଥିଲା। ଜନତା ମଇଦାନ ଭୁବନେଶ୍ଵର ଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଉପଲେକ୍ଷେ ଓଡ଼ିଆ ଦସ୍ତଖତ ଅଭିଯାନ କରଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପୌର ପରିଷଦ କର୍ମଚାରୀ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା , ସହରର ବୁଦ୍ଧିଜୀବି ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି: ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଙ୍କ ଦ୍ଵାରା  ମହିଳା ମାନଙ୍କୁ ସିଲେଇ ତାଲିମ କାର୍ଯ୍ୟକ୍ରମର  ଉଦଯାପନ

ପାରଳାଖେମୁଣ୍ଡି: ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଙ୍କ ଦ୍ଵାରା ମହିଳା ମାନଙ୍କୁ ସିଲେଇ ତାଲିମ କାର୍ଯ୍ୟକ୍ରମର ଉଦଯାପନ

Read More...

ଶିଶୁ ସୁରକ୍ଷା ଉପରେ କାଶୀନଗରର ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ

ଶିଶୁ ସୁରକ୍ଷା ଉପରେ କାଶୀନଗରର ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: