ବଉଳଗାଁ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

February 06, 2024, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ବଉଳଗାଁ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ
Santosh Kumar Mishra
[ Special Correspondent ]
Bhagyaprabha News Bureau
February 06, 2024

ଛତ୍ରପୁର- ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଲ୍ୟାଣଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ପୂର୍ବତନ ଜିଲ୍ଲା ପରିଷଦ ମୁନା ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏଠାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଏଥିଲାଗି ୧୮ ଟି ପଂଚାୟତ ଗୁଡିକ ଶସକ୍ତ ହୋଇ ପାରିଛି ବୋଲି ଅତିଥିମାନେ କହିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବଉଳ ଗାଁ ପୂର୍ବତନ ସରପଞ୍ଚ ଦୁର୍ଯ୍ୟଧନ ପରିଡ଼ା ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା । ଏହି ଅବସରରେ ଉନ୍ନୟନ ମୂଳକ କାର୍ଯ୍ୟର ଏକ ପୁସ୍ତିକା କୁ ଉନ୍ମୋଚନ କରାଯାଇଥିଲା । ବିଭିନ୍ନ ବିଭାଗ ଦ୍ୱାରା ତ୍ୱରାନ୍ୱିତ ହୋଇଥିବା କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ବିସୃତ ଭାବେ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ.ସାରଦା ରେଡି, ୨୧ ନମ୍ୱର୍ ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରା ,ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ସରପଞ୍ଚ ପ୍ରତିମା ଦାସ , ସମିତି ସଭ୍ୟ ରାମଚନ୍ଦ୍ର ପରିଡ଼ା , ବି.ସୁଦାମ, ନ୍ୟାୟ ସରପଂଚ ଅଶୋକ କୁମାର ମୁଦୁଲି,ଯୁବ ନେତା ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଙ୍କ ସମେତ ବହୁ ମାନ୍ୟଗଣ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କଲା ଓୟୁଜେ

ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କଲା ଓୟୁଜେ

Read More...

କାର୍ଗିଲ ଟି ୧୨ ଟେନିସ ବଲ କ୍ରିକେଟ ଲିଗ ଟୁର୍ନାମେଣ୍ଟ  ଉଦଘାଟିତ

କାର୍ଗିଲ ଟି ୧୨ ଟେନିସ ବଲ କ୍ରିକେଟ ଲିଗ ଟୁର୍ନାମେଣ୍ଟ ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: