ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କଲା ଓୟୁଜେ

February 06, 2024, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କଲା ଓୟୁଜେ
Santosh Kumar Mishra
[ Special Correspondent ]
Bhagyaprabha News Bureau
February 06, 2024

ଛତ୍ରପୁର- ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କଲା ଓୟୁଜେ । ଓଡିଶା ସାମ୍ବାଦିକ ୟୁନିୟନ ଗଞ୍ଜାମ ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉର୍ଦ୍ଧେଶ୍ୟରେ ଗଂଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଙ୍କୁ ମଙ୍ଗଳବାର ଛତ୍ରପୁର ସ୍ଥିତ ତାଙ୍କ କାର୍ଯ୍ୟାଳୟ ପରିସରରେ ଦାବୀପତ୍ର ପ୍ରଦାନ କରାଯାଇଛି । ମହାରାଷ୍ଟ୍ର ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଆଇନ ଆଣିଥିବା ବେଳେ ଓଡ଼ିଶାରେ ମଧ୍ୟ ଏଭଳି ଆଇନ ଲାଗୁ କରିବାକୁ ଦାବୀ ହୋଇଛି । ହରିୟାଣା, ଆସାମ,ମଧ୍ୟପ୍ରଦେଶ,ତାମିଲନାଡୁ ଏବଂ ଉତ୍ତରାଖଣ୍ଡ ସରକାର ସମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ କରିଛନ୍ତି । ଓଡ଼ିଶାରେ ମଧ୍ୟ ସାମ୍ବାଦିକଙ୍କୁ ପେନସନ ଲାଗୁ କରିବା ପାଇଁ ସଂଘ ଦାବୀପତ୍ରରେ ଉଲ୍ଲେଖ ରହିଛି । ଦାବୀପତ୍ର ପ୍ରଦାନ ବେଳେ ଓଡିଶା ସାମ୍ବାଦିକ ୟୁନିୟନ ଗଂଜାମ ଜିଲ୍ଲା ସଭାପତି ପ୍ରକାଶ ପାଣିଗ୍ରାହୀ,ସମ୍ପାଦକ ସଦାଶିବ ପଣ୍ଡା,ରବୀନ୍ଦ୍ର ପଣ୍ଡା,ଏ.ରାଜାରାଓ,ରାଜଗୋପାଳ ପାଢ଼ୀ,ସନ୍ତୋଷ କୁମାର ପଣ୍ଡା,ରବୀନ୍ଦ୍ର ନାଥ ପଣ୍ଡା,ସନ୍ତୋଷ କୁମାର ମିଶ୍ର,ଟି. ଶରତ କୁମାର ସୁବୁଦ୍ଧି କେ,ସତ୍ୟନାରାୟଣ ରେଡ୍ଡୀ,କ୍ରିଷ୍ଣା ଚନ୍ଦ୍ର ପ୍ରଧାନ,ଅଜିତ ସ୍ୱାଇଁ, ଦେବବ୍ରତ ପଣ୍ଡା, ରାମ ଚନ୍ଦ୍ର ବେହେରା ଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓରମାସ୍ ଏବଂ ଇଣ୍ଡିଆନ ଇନଷ୍ଟିଟ ଅଫ୍ ପେକେଜିଙ୍ଗ୍ ପକ୍ଷରୁ କର୍ମଶାଳା

ଓରମାସ୍ ଏବଂ ଇଣ୍ଡିଆନ ଇନଷ୍ଟିଟ ଅଫ୍ ପେକେଜିଙ୍ଗ୍ ପକ୍ଷରୁ କର୍ମଶାଳା

Read More...

ବଉଳଗାଁ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ବଉଳଗାଁ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: