ଗଜପତି ଜିଲ୍ଳା ପ୍ରଶାସନ ତରଫରୁ ଝୋଟ ବ୍ୟାଗ ପ୍ରଦାନ ଶୁଭାରମ୍ଭ

February 09, 2024, ଓଡ଼ିଶା, ଗଞ୍ଜାମ, Rasmi Ranjan Sahu
ଗଜପତି ଜିଲ୍ଳା ପ୍ରଶାସନ ତରଫରୁ ଝୋଟ ବ୍ୟାଗ ପ୍ରଦାନ ଶୁଭାରମ୍ଭ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
February 09, 2024

ପାରଳାଖେମୁଣ୍ଡି-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦ ର ୱର୍ଡ ନଂ-୧ ଓମ୍ ଶାନ୍ତି କୋଲୋନୀ ଠାରେ ଝୋଟ ତିଆରି ବ୍ୟାଗ ପ୍ରଦାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ପ୍ରତ୍ୟେକ ହିତାଧିକାରୀ ପରିବାର ଲୋକଙ୍କୁ ୨ ଗୋଟି ଲେଖାଏଁ ୨୦ କେଜି ଓ ୧୦ କେଜି ଝୋଟ ବ୍ୟାଗ ପ୍ରଦାନ କରାଯାଇଛି। ଏହାର ଉଦ୍ଧେଶ୍ୟ ଆମ ସାହି, ଆମ ସହର, ଆମ ଜିଲ୍ଲା ଓ ରାଜ୍ୟକୁ ସଚ୍ଛ ରଖିବା। ସବୁଜ ଓଡ଼ିଶା ଗଠନ ପାଇଁ ଦୈନିକ ଜୀବନରେ ପ୍ଲାଷ୍ଟିକ ବ୍ଯବହାର ହ୍ରାସ କରିବା ଓ ପରିବେଶର ସୁରକ୍ଷା ରଖିବାର ମୂଳ ଉଦ୍ଧେଶ୍ୟ ଅଟେ। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଅଧ୍ୟକ୍ଷ, ଜିଲ୍ଲାପରିଷଦ ଗଜପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌରପରିଷଦ ପାରଳାଖେମୁଣ୍ଡି, ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ (ରାଜସ୍ୱ) ଓ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ ଓ ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ସୁଜିତ କୁମାର ଚୌଧୁରୀ ପ୍ରମୁଖ ମଞ୍ଚସିନ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଆରସିଏସ ଶ୍ରୀ ହରିହର ସେଠ୍ ସମେତ ପୌରପରିଷଦର କର୍ମଚାରୀ ଓ ହିତାଧୀକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଅଟୋ ମୁହାଁମୁହିଁ ଧକ୍କାରେ ଦୁଇ ଶିଶୁଙ୍କ ଗଲା ଜୀବନ, ୪ଆହତ

ଦୁଇ ଅଟୋ ମୁହାଁମୁହିଁ ଧକ୍କାରେ ଦୁଇ ଶିଶୁଙ୍କ ଗଲା ଜୀବନ, ୪ଆହତ

Read More...

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନୁସୂଚିତ ଜନଜାତି ବିଦ୍ୟାର୍ଥୀଙ୍କ ଚଳଚ୍ଚିତ୍ର କର୍ମଶାଳା ଉଦଘାଟିତ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନୁସୂଚିତ ଜନଜାତି ବିଦ୍ୟାର୍ଥୀଙ୍କ ଚଳଚ୍ଚିତ୍ର କର୍ମଶାଳା ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: