ଦୁଇ ଅଟୋ ମୁହାଁମୁହିଁ ଧକ୍କାରେ ଦୁଇ ଶିଶୁଙ୍କ ଗଲା ଜୀବନ, ୪ଆହତ

February 09, 2024, ଅପରାଧ, ଗଜପତି, Rasmi Ranjan Sahu
ଦୁଇ ଅଟୋ ମୁହାଁମୁହିଁ ଧକ୍କାରେ ଦୁଇ ଶିଶୁଙ୍କ ଗଲା ଜୀବନ, ୪ଆହତ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
February 09, 2024

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରଣ୍ଡି ଥାନା ଅନ୍ତର୍ଗତ ପାଟିକୋଟା ଛକ ନିକଟରେ ଦୁଇ ଗୋଟି ଅଟୋ ମୁହାମୁହିଁ ଧକ୍କା ହେବା ଯୋଗୁଁ ଦୁଇ ଶିଶୁଙ୍କ ଜୀବନ ଯାଇଥିବା ବେଳେ ଏହି ଘଟଣାରେ ଚାରି ଜଣ ଆହତ ହୋଇଛନ୍ତି । ଏଭଳି ମର୍ମନ୍ତୁଦ ଦୁର୍ଘଟଣାରେ ନୂଆଗଡ ବ୍ଲକର ଭ୍ରମରପୁର ଅଞ୍ଚଳର ମୃତ ଶିଶୁ ହେଲେ ଉକ୍ତ ଗ୍ରାମର ମାହି ମଣ୍ଡଳ ( ୦୪ ବର୍ଷ) ଓ ଗୁଲବି ପାଳ (୦୩ ବର୍ଷ) । ଆହତଙ୍କ ମଧ୍ୟରେ ସୁନିତା ମାଳି, ବେବି ମାଳି ଏବଂ ପ୍ରୀତିଜିତା ପରିଛା ରହିଛନ୍ତି । ସକାଳ ସମୟରେ ଏପି ୩୦ ଟିଏ ୦୮୬୦ ନମ୍ୱର ଅଟୋଟି ନୂଆଗଡ଼ ବ୍ଲକ ଭ୍ରମରପୁର ଗ୍ରାମରୁ କିଛି ମହିଳାଙ୍କୁ ନେଇ ପାରଳାଖେମୁଣ୍ଡି ଆଭିମୁଖେ ଆସୁଥିବା ସମୟରେ ପାଟିକୋଟା ଛକ ନିକଟରେ ଡ୍ରାଇଭରର ଆଖି ପଡିଯିବା ଫଳରେ ସମୁଖପଟ ରୁ ଆସୁଥିବା ଅନ୍ୟ ଏକ ଅଟୋ ଏପି ୩୦ ଟିବି ୧୪୬୨ ସହ ମୁହାଁମୁହି ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ତେବେ ସମସ୍ତ ଆହତ ଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା କରାଯାଇଛି । ଆବଶ୍ୟକ ସ୍ଥଳେ ଅଧିକ ଚିକିତ୍ସା ପାଇଁ ବାହାରକୁ ସ୍ଥାନାନ୍ତର କରାଯିବ ବୋଲି ଡିଏମଓ ପ୍ରମୋଦ କୁମାର ପଣ୍ଡା କହିଛନ୍ତି । ସେପଟେ ଦୁର୍ଘଟଣାସ୍ଥଳରେ ଗୁରାଣ୍ଡି ଥାନା ପୋଲିସ ପହଞ୍ଚି ଡ୍ରାଇଭର କୁ ଗିରଫ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୧୫/୨୪ ନଂ ରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି ଥାନା ଅଧିକାରୀ ଆନନ୍ଦ ପାତ୍ର ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୪ ଦିନ ଧରି ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ, ଗୃହପାଳିତ ପଶୁପକ୍ଷୀ ସଂକଟରେ

୨୪ ଦିନ ଧରି ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ, ଗୃହପାଳିତ ପଶୁପକ୍ଷୀ ସଂକଟରେ

Read More...

ଗଜପତି ଜିଲ୍ଳା ପ୍ରଶାସନ ତରଫରୁ ଝୋଟ ବ୍ୟାଗ ପ୍ରଦାନ ଶୁଭାରମ୍ଭ

ଗଜପତି ଜିଲ୍ଳା ପ୍ରଶାସନ ତରଫରୁ ଝୋଟ ବ୍ୟାଗ ପ୍ରଦାନ ଶୁଭାରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: