୨୪ ଦିନ ଧରି ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ, ଗୃହପାଳିତ ପଶୁପକ୍ଷୀ ସଂକଟରେ

February 10, 2024, ଓଡ଼ିଶା, ଗଜପତି, Rasmi Ranjan Sahu
୨୪ ଦିନ ଧରି ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ, ଗୃହପାଳିତ ପଶୁପକ୍ଷୀ ସଂକଟରେ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
February 10, 2024

ଗଜପତି ଜିଲ୍ଲାରେ ଏବେ ଗୃହପାଳିତ ପଶୁ ପକ୍ଷୀ ଏବେ ସଂକଟରେ । ଗତ ୨୪ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ ମନେ ଫଳରେ ଜିଲାର ବିଭିନ୍ନ ଅଞ୍ଚଳର କୁକୁଡ଼ା ,ଛେଳି, ଗାଈ ପାଳି କରି ଜୀବିକା ନିର୍ବାହ କରୁଥିବା ଚାଷୀ ନିଜ ପଶୁଙ୍କୁ ଚିକିତ୍ସା କରିନପାରିବା ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି ପଶୁ । ମୁଖ୍ୟତଃ ଆଦିବାସୀ ଅଧୁଷିତ ଗଜପତି ଜିଲ୍ଲାରେ ଅଧିକାଂଶ ଗ୍ରାମରେ ଲୋକେ ପଶୁ ପାଳନ କରି ନିଜ ଜୀବିକା ନିର୍ବାହ କରିଥାନ୍ତି । ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ କରିବା ସହ ଗାଁ ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ପ୍ରସଛାହନ କରୁଛନ୍ତି । ହେଲେ ପ୍ରାଣୀ ଚିକିତ୍ସକ ମନେ ଏବେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଥିବା ଯୋଗୁଁ ଏବେ ଗୃହପାଳିତ ପଶୁମାନେ ଏବେ ବିପଦରେ । ପଶୁଙ୍କୁ ଚିକିତ୍ସା କରିନପାରି କୁକୁଡ଼ା ,ଛେଳି,ଗାଈ ପଶି ନିଜ ଜୀବିକା ନିର୍ବାହ କରୁଥିବା ଚାଷୀ ମନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଗାଁ ଲୋକେ ଜିଲାର ବିଭିନ୍ନ ବ୍ଲକରୁ ନିଜ ନିଜ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ଦ୍ୱାରସ୍ଥ ହେଉଛନ୍ତି । ଏହାକୁ ନେଇ ନାନା ହଇରାଣ ହରକତ ହେଉଥିବା କହିଛନ୍ତି ପ୍ରାଣୀ ଚାଷୀ ବାସନ୍ତୀ ଦାସ ଓ ଗୌରାଙ୍ଗ ଶବର । ଚାରି ଦଫା ଦାବୀ ନେଇ ପ୍ରାଣୀ ଚିକିତ୍ସକ ଆନ୍ଦୋଳନ ଚାଲିଥିବା ବେଳେ ଦାବୀ ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ ଯିଦ୍ ଧରି ରହିଛନ୍ତି ପ୍ରାଣୀ ଚିକିତ୍ସକ ମାନେ । ଗୋଟିଏ ପଟେ ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ନେଇ ପ୍ରାଣୀ ଚିକିତ୍ସା ଏକପ୍ରକାର ବ୍ୟାହତ ହୋଇପଡିଥିବା ବେଳେ ପ୍ରାଥମିକ ଚିକିତ୍ସା ପାଇଁ କେବଳ ପ୍ରାଣୀ ସେବା କେନ୍ଦ୍ରର ଏଲ.ଆଇ ମାନେ ଏକ ମାତ୍ର ଭରସା ରହିଛି । ସେମାନଙ୍କୁ ନେଇ ପ୍ରାଣୀ ଚିକିତ୍ସା କରିବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡ଼ଃ.ଧର୍ମାନନ୍ଦ ମହାନ୍ତି । ସେପଟେ ସରକାର ଙ୍କ ପକ୍ଷରୁ ଦାବୀ ପ୍ରତି ଗୁରୁତ୍ୱ ଦେବାକୁ କହିଛନ୍ତି ପ୍ରାଣୀ ଚିକିତ୍ସକ ମାନେ । ଗୋଟିଏ ପଟେ ସାରା ରାଜ୍ୟରେ ଆନ୍ଦୋଳନ ଚାଲିଥିବା ବେଳେ ଏଭଳି ସମୟରେ ଗଜପତି ଜିଲାରେ ବର୍ତ୍ତମାନ ଗୃହପାଳିତ ପଶୁଙ୍କୁ ନେଇ ଏକପ୍ରକାର ବିଷମ ପରିସ୍ଥିତି ଦେଖାଦେବା ଏବଂ କେବଳ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଦୃଷ୍ଟିରେ ରଖି ସରକାରଙ୍କ କୌଣସି ସମାଧାନର ପନ୍ଥା ବାହାର କରୁନଥିବା ଯୋଗୁଁ ଆଗାମୀ ଦିନରେ ଏହାର ପ୍ରଭାବ କଣ ପଡିବ ତାହାରି ଉପରେ ରହିଛି ସମସ୍ତଙ୍କର ନଜର ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖଲ୍ଲିକୋଟ ରାଣୀ ମାଁ ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ,ବିଭିନ୍ନ ମହଲରେ ଶୋକର ଛାୟା

ଖଲ୍ଲିକୋଟ ରାଣୀ ମାଁ ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ,ବିଭିନ୍ନ ମହଲରେ ଶୋକର ଛାୟା

Read More...

ଦୁଇ ଅଟୋ ମୁହାଁମୁହିଁ ଧକ୍କାରେ ଦୁଇ ଶିଶୁଙ୍କ ଗଲା ଜୀବନ, ୪ଆହତ

ଦୁଇ ଅଟୋ ମୁହାଁମୁହିଁ ଧକ୍କାରେ ଦୁଇ ଶିଶୁଙ୍କ ଗଲା ଜୀବନ, ୪ଆହତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: