ଅଘୋଷିତ ମେଣ୍ଟକୁ ବିରୋଧ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପଦଯାତ୍ରା ସହ କୁଶପୁତ୍ତଳିକା ଦାହ

February 17, 2024, ରାଜନୀତି, ଗଞ୍ଜାମ, Santosh Kumar Mishra
ଅଘୋଷିତ ମେଣ୍ଟକୁ ବିରୋଧ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପଦଯାତ୍ରା ସହ କୁଶପୁତ୍ତଳିକା ଦାହ
Santosh Kumar Mishra
[ Special Correspondent ]
Bhagyaprabha News Bureau
February 17, 2024

ଅଘୋଷିତ ମେଣ୍ଟକୁ ବିରୋଧ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପଦଯାତ୍ରା ସହ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶନିବାର ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପୂର୍ବ ସଭାପତି ଶ୍ରୀ ଦୀପକ ପଟ୍ଟନାୟକ ଉପସ୍ଥିତିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିର କୁଶପୁତ୍ତଳିକା ଦାହ କରାଯାଇଛି । ରାଜ୍ୟରେ ବିଜେଡି ଓ ବିଜେପିର ଚୋରାପ୍ରୀତି ଓ ଅଘୋଷିତ ମେଣ୍ଟକୁ ବିରୋଧ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସ କର୍ମୀଙ୍କ ସହ ଏକ ପଦଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଯାଇ ବିରୋଦ୍ଧ ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ବରିଷ୍ଠ କଂଗ୍ରେସ୍ ନେତା ତଥା ରାଜ୍ୟ ଅନୁସୂଚିତ ଜାତି ସେଲ୍ ସଂଯୋଜକ ଭାଗିରଥି ବେହେରା , ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ଚେୟାରମେନ ତତସତ୍ ସୁବୁଦ୍ଧି,ଅତୁଲ୍ୟ ପାଢ଼ୀ ,ଶମ୍ଭୁ ପାଣଗ୍ରାହୀ , ବୃନ୍ଦାବନ ଖଟେଇ,ପଦ୍ମ ସାହୁ , ବ୍ରହ୍ମପୁର ଲୋକସଭା ମିଡ଼ିଆ ସେଲ୍ ସଂଯୋଜକ ମହେଶ କୁମାର ଗୌଡ଼, ଛାତ୍ର କଂଗ୍ରେସ ସଭାପତି ଚକ୍ରପାଣି ପଲେଇ , ସାଇ ପ୍ରସାଦ , ସନ୍ଦୀପ ଜେନା , ସୁଭାଷିନୀ ପଟ୍ଟନାୟକଙ୍କ , କାଳିଆ ରାଉଳ, ଅଶୋକ ପଟ୍ଟନାୟକ, ଗଣପତି ବାରିକ, ଭବାନୀ ବେହେରା ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିତ ହେଲା ଛତ୍ରପୁରର ସରକାରୀ ଚିକିତ୍ସାଳୟ

ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିତ ହେଲା ଛତ୍ରପୁରର ସରକାରୀ ଚିକିତ୍ସାଳୟ

Read More...

୧୪ ତମ ଅଲ ଇଣ୍ଡିଆ ବିଜୁ ପଟ୍ଟନାୟକ ମେମୋରିୟlଲ ଦିବା ରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

୧୪ ତମ ଅଲ ଇଣ୍ଡିଆ ବିଜୁ ପଟ୍ଟନାୟକ ମେମୋରିୟlଲ ଦିବା ରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: