ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିତ ହେଲା ଛତ୍ରପୁରର ସରକାରୀ ଚିକିତ୍ସାଳୟ

February 17, 2024, ସ୍ବାସ୍ଥ୍ୟ, ଗଞ୍ଜାମ, Santosh Kumar Mishra
ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିତ ହେଲା ଛତ୍ରପୁରର ସରକାରୀ ଚିକିତ୍ସାଳୟ
Santosh Kumar Mishra
[ Special Correspondent ]
Bhagyaprabha News Bureau
February 17, 2024

ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିତ ହେଲା ଗଞ୍ଜାମ ଜିଲ୍ଲାର ସଦରମହକୁମ୍ମା ଛତ୍ରପୁର ସ୍ଥିତ ଉପଖଣ୍ଡ ସରକାରୀ ଚିକିତ୍ସାଳୟ । 5 ଟି ଉପକ୍ରମରେ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିତ ହୋଇଥିବା ଏହି ଚିକିତ୍ସାଳୟ କୁ ଶନିବାର ଭିଡିଓ କନ୍-ଫେରନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏଥିସହ ଆଇଭିଆର ପଦ୍ଧତିରେ ରୋଗୀମାନଙ୍କର ସ୍ୱାସ୍ଥ୍ୟ ସେବା ସମ୍ପର୍କୀୟ ମତାମତ ଗ୍ରହଣ କରିବାର ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି । ଏଥିରେ କର୍ମଚାରୀ ମାନଙ୍କର ମୁହଁ ଚି଼ହ୍ନଟ କରି ବାଇମେଟ୍ରିକ ଉପସ୍ଥାନ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏନେଇ ଛତ୍ରପୁର ହସ୍ପିଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା କିରଣୀ ଦାସ, ବିଡ଼ିଓ ସୁଶାନ୍ତ ବରାଳ, ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ହସ୍ପିଟାଲ ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ଡାକ୍ତର ଅଲେଖ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୬ ତମ ଜୟନ୍ତୀ ପାଳନ

ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୬ ତମ ଜୟନ୍ତୀ ପାଳନ

Read More...

ଅଘୋଷିତ ମେଣ୍ଟକୁ ବିରୋଧ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପଦଯାତ୍ରା ସହ କୁଶପୁତ୍ତଳିକା ଦାହ

ଅଘୋଷିତ ମେଣ୍ଟକୁ ବିରୋଧ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପଦଯାତ୍ରା ସହ କୁଶପୁତ୍ତଳିକା ଦାହ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: