ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକରେ ଦେଶବ୍ୟାପି ହରତାଳର ପ୍ରଭାବ

February 17, 2024, ରାଜନୀତି, ଗଞ୍ଜାମ, Sri Jaganath Tripathy
ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକରେ  ଦେଶବ୍ୟାପି ହରତାଳର ପ୍ରଭାବ
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
February 17, 2024

ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଠାରେ ବ୍ଲକରେ ଦେଶବ୍ୟାପି ହରତାଳର ପ୍ରଭାବ ଦେଖିବାକୁ ମିଳିଥିଲା । କୃଷକ ଏବଂ ଶ୍ରମିକ ପ୍ରସଙ୍ଗରେ ଦେଶବ୍ୟାପୀ ଧର୍ମଘଟ ପାଳନ କରିଥିବା ବେଳେ ଏହି ଅବସରରେ କୁକୁଡାଖଣ୍ଡି ବ୍ଲକ ଓ ତହସିଲ ଅଫିସ ବିକ୍ଷୋଭ ପ୍ରଦର୍ଶନ ରହିଥିଲେ। ବ୍ଲକର ବିଭିନ୍ନ ଅଫିସକୁ ବନ୍ଦ କରିବା ପରେ ଶ୍ରମିକ ଓ କୃଷକମାନେ କୁକୁଡାଖଣ୍ଡି ବ୍ଲକ ରୁ ବାହାରି ତହସିଲ ଅଫିସ ପହଞ୍ଚି ଅଫିସ କାର୍ଯ୍ୟାଳୟକୁ ଘେରି ରହିଥିଲେ। ଏଥିରେ ଟ୍ରେଡ ୟୁନିଅନ୍ ପକ୍ଷରୁ ଆୟୋଜିତ ଧର୍ମଘଟରେ ଚାଷୀଙ୍କ ବିରୋଧରେ କୃଷକ ଓ ଶ୍ରମିକ ଙ୍କ ଅଧିକାର ଦାବୀ କରିବା ସହ ପେଟ୍ରୋଲ, ଡିଜେଲ ଏବଂ ନିତିଦିନ ଆବଶ୍ୟକତାର ମୂଲ୍ୟ ବୃଦ୍ଧି କରାଯିବାକୁ ଦାବି କରିଛନ୍ତି । ଏଥିସହ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବା ଉଚିତ୍ ବୋଲି କୁହାଯାଇଛି । ବିନା ବେରୋଜଗାରୀ ଯୁବକ ଓ ଯୁବତୀ ମିଥ୍ୟା ଲୋଭ ଦେଖାଇବା , ନୂତନ ଭାବେ ଲାଗୁ ହୋଇଥିବା ଜଙ୍ଗଲ ଆଇନକୁ ରଦ୍ଦ ଚାଷୀଙ୍କୁ କ୍ଷତିପୂରଣ ଦାବି ଓ ଆଦିବାସୀ ମାନଙ୍କୁ ଜମି ଯୋଗାଇବା ପାଇଁ ନିର୍ଦ୍ଦେଶ, ଓଡ଼ିଶାରେ ମରୁଡ଼ି ପ୍ରଭାବିତ କୃଷକମାନେ ଜଳ ଅଭାବରୁ ସେମାନଙ୍କର ଫସଲ ଜଳିଯାଇଥିବା ଦାବି ଉପରେ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନରେ କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ପି. ଶିବପ୍ରସାଦ ଦୋରା, ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ଶ୍ରୀ ସାକା ସୁଜିତ୍ କୁମାର, କିସାନ ସେବା ଶ୍ରୀ ବିଦ୍ୟାଧର ଜେନା, ଓଡ଼ିଶା ପ୍ରଦେଶର କିଶାନ କଂଗ୍ରେସର ଉପାଧ୍ୟକ୍ଷ ଶ୍ରୀ ବୃନ୍ଦାବନ ଖଟେଇ, ଜିଲ୍ଲା ସଚିବ ମହିଳା ସମିତି ବିଷ୍ଣୁପ୍ରିୟା ସାହୁ, କିସାନ ସଭା ବ୍ଲକ ସଭାପତି ଯୁଧିଷ୍ଠିର ବେହେରା,ପ୍ରଫୁଲ୍ଲା ଜେନା,ଧନୁ ଭୁୟାନ, ଦିଲୀପ ପାନେକ, ଅଦଳ ଭରତ,ଯୁଗଳ ପଟ୍ଟନାୟକ ଙ୍କ ସମେତ ଅନେକ କୃଷକ ଏବଂ ଶ୍ରମିକ ନେତା ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦକ୍ଷିଣାଞ୍ଚଳ ଅଧୀନସ୍ଥ ୮ ଜିଲ୍ଲାର ୨0୫ କେନ୍ଦ୍ରରେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ

ଦକ୍ଷିଣାଞ୍ଚଳ ଅଧୀନସ୍ଥ ୮ ଜିଲ୍ଲାର ୨0୫ କେନ୍ଦ୍ରରେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ

Read More...

ରାଜସ୍ଥାନ ସ୍କୁଲ ଅଫ ଲିଡରସିପ ଠାରେ ତିନିଦିନିଆ କର୍ମଶାଳା,ଗଜପତିର ଦୁଇ ସରପଞ୍ଚଙ୍କ ଯୋଗଦାନ

ରାଜସ୍ଥାନ ସ୍କୁଲ ଅଫ ଲିଡରସିପ ଠାରେ ତିନିଦିନିଆ କର୍ମଶାଳା,ଗଜପତିର ଦୁଇ ସରପଞ୍ଚଙ୍କ ଯୋଗଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: