ରାଜସ୍ଥାନ ସ୍କୁଲ ଅଫ ଲିଡରସିପ ଠାରେ ତିନିଦିନିଆ କର୍ମଶାଳା,ଗଜପତିର ଦୁଇ ସରପଞ୍ଚଙ୍କ ଯୋଗଦାନ

February 17, 2024, ଦେଶଦୁନିଆ, ଗଜପତି, Rasmi Ranjan Sahu
ରାଜସ୍ଥାନ ସ୍କୁଲ ଅଫ ଲିଡରସିପ ଠାରେ ତିନିଦିନିଆ କର୍ମଶାଳା,ଗଜପତିର ଦୁଇ ସରପଞ୍ଚଙ୍କ ଯୋଗଦାନ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
February 17, 2024

ପାରଳାଖେମୁଣ୍ଡି- ରାଜସ୍ଥାନ ସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପ ଠାରେ ତିନିଦିନିଆ କର୍ମଶାଳାରେ ଗଜପତି ଜିଲ୍ଲାର ଦୁଇ ସରପଞ୍ଚଙ୍କ ଯୋଗଦାନ କରିଛନ୍ତି । ଆକାଂକ୍ଷା ଭାରତ ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଶାର ୧୦ ଟି ଆକାଂକ୍ଷା ଜିଲ୍ଲା ଓ ୨୦ ଟି ଆକାଂକ୍ଷା ବ୍ଲକର ଚୟନିତ ସରପଞ୍ଚ ମାନଙ୍କୁ ନେଇ ତିନିଦିନିଆ ପ୍ରଶିକ୍ଷଣ ପିରାମଲ ଫାଉଣ୍ଡେସନ୍ ପ୍ରତିନିଧିଙ୍କ ଦ୍ୱାରା ଓଡିଶା,ଛତିଶଗଡ଼,କେରଳ, ଝାଡ଼ଖଣ୍ଡ ଓ ହିମାଚଳ ପ୍ରଦେଶର ସମସ୍ତ ସରପଞ୍ଚ ମାନଙ୍କ ମଧ୍ୟରେ ନିଜର ବ୍ୟକ୍ତିତ୍ଵକୁ ବୁଝିବା,ଦଳଗତ କାର୍ଯ୍ୟ କରିବା,ଗ୍ରାମ ପଞ୍ଚାୟତର କାର୍ଯ୍ୟ ଶୈଳୀକୁ ବୁଝିବା,ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଜନା ଓ ସୁବିଧା ପ୍ରଦାନକାରୀ ଦଳର ପଞ୍ଚାୟତର ବିକାଶ ଯୋଜନା ବନେଇବା ରେ ଭୂମିକା,ନିରନ୍ତର ବିକାଶ ଲକ୍ଷ୍ୟକୁ ସ୍ତାନୀୟ କରଣ କରିବା ସହ ଶିଶୁ ପ୍ରିୟ,ସୁସ୍ଥ,ମହିଳା ଅନୁକୂଳ,ସ୍ୱଛ ଓ ସବୁଜ ଗ୍ରାମ ଏବଂ ପର୍ଯ୍ୟାପ୍ତ ଜଳଥିବା ଗ୍ରାମ ବନେଇବା ରେ ସରପଞ୍ଚଙ୍କ ମୁଖ୍ୟ ଭୂମିକାକୁ ନେଇ ଏହି ପ୍ରଶିକ୍ଷଣ ରେ ଶିକ୍ଷା ଦିଆଯାଇଥିଲା l ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସରପଞ୍ଚ ମାନେ ଉତ୍ସାହର ସହ ଶିଖିବା ସହ ଆଗାମୀ ଦିନରେ ନିଜର ଗ୍ରାମ ପଞ୍ଚାୟତକୁ ସଶକ୍ତ ବନେଇବା ନେଇ ସଂକଳ୍ପ ନେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ରୁ ସୁଭାନିତ ରଇତ ଓ ଆର.ଉଦୟଗିରି ବ୍ଲକ ରୁ ଶ୍ରୀଧର ପ୍ରଧାନ ଶିକ୍ଷଣ ନେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକରେ  ଦେଶବ୍ୟାପି ହରତାଳର ପ୍ରଭାବ

ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକରେ ଦେଶବ୍ୟାପି ହରତାଳର ପ୍ରଭାବ

Read More...

ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ବିଶାଖାପାଟଣାମ ଡିଆର ଏମ ସୌରଭ ପ୍ରସାଦ

ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ବିଶାଖାପାଟଣାମ ଡିଆର ଏମ ସୌରଭ ପ୍ରସାଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: