ବୃଦ୍ଧା ହତ୍ୟା ମାମଲାରେ ତିନି ଗିରଫ, ଚାରୋଟି ମୋବାଇଲ ଜବତ

February 21, 2024, ଅପରାଧ, ଗଜପତି, Rasmi Ranjan Sahu
ବୃଦ୍ଧା ହତ୍ୟା ମାମଲାରେ ତିନି ଗିରଫ, ଚାରୋଟି ମୋବାଇଲ ଜବତ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
February 21, 2024

ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କରଣ ସାହିରେ ଚୋରି କରିବାକୁ ଯାଇ ଜଣେ ବୃଦ୍ଧାଙ୍କୁ ହତ୍ୟା କରିଥିବା ଘଟଣାର ଖୁଲସା କରିଛି ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ । କରଣସାହିର ସୋରାଜିନି ପଟ୍ଟନାୟକ ବୟସ ୭୨ ବୃଦ୍ଧା ନିଜ ଘରେ ଏକା ରହୁଥିବା ବେଳେ ଦୁଇ ପୁଅ ଦୁଇ ଝିଅ ସମସ୍ତେ ବାହାରେ ଚାକିରୀ କରୁଥିଲେ । ଜାନୁଆରୀ ୨୨ ତାରିଖ ସକାଳୁ ସରୋଜିନୀଙ୍କ ଦେଖା ମିଳିଲାନଥିଲା ସାହି ଲୋକେ ସନ୍ଦେହରେ ପ୍ରଥମେ ପୁଲିସକୁ ଖବର ଦେଇ ଘର କବାଟ ଭାଙ୍ଗି ଦେଖିବା ବେଳେ ଘରେ ସୋରାଜିନି ଙ୍କ ମୃତ ଶରୀର ପଡିଥିବା ଦେଖିବାକୁ ମିଳିଲା ଏବଂ ଘର ସାରା ଲଙ୍କାଗୁଣ୍ଡ ବିକ୍ଷିପ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଲା । ସସ୍ମିତା କୁମାରୀ ପଟ୍ଟନାୟକ ଙ୍କ ଲଖିଟ ଅଭିଯୋଗ ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୨୦/୨୪ ରେ ଏକ ହତ୍ୟା ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ତେବେ ଆଜି ଏହି ଘଟଣାରେ ପୁଲିସକୁ ମିଳିଛି ଏକ ବଡ ସଫଳତା । ଘଟଣାରେ ସଂପୃକ୍ତ ଥିବା ୦୩ ପାରଳାଖେମୁଣ୍ଡି ସ୍ଥିତ କାରଣ ସାହିର ଅମିତ କୁମାର ପଟ୍ଟନାୟକ (୨୯), ପ୍ରତୀକ ପଟନାୟକ( ୨୩)ଓ କାଶୀନଗର ବ୍ଲକ ର କାଶୀନଗର ବ୍ଲକର କଲୋ ଗାର ଦାଉଦା ଜେନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ୦୪ ଗୋଟି ଫୋନ ଓ ଚୋରି ହେଇଥିବା ସୁନା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ମଣିପୁରମ ବ୍ୟାଙ୍କ ରେ ଜଣେ ମଧ୍ୟସ୍ଥି ଙ୍କ ବନ୍ଦକ ରଖାଯାଇଥିବା କୋର୍ଟ ନିର୍ଦ୍ଦେଶ ପରେ ସୁନା କୁ ଜବତ କରାଯିବ । ଚୋରି କରିବା ପାଇଁ ଘର ବିଷୟକୁ ପଶିଥିବା ବେଳେ ହତ୍ୟାର କୌଣସି ଉଦ୍ଦେଶ୍ୟ ନଥିଲା । ଚୋରି କରିବା ସମୟରେ ସରୋଜିନୀ ବିରୋଧ କରିବା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିଲା ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ଘର ସାର ମରିଚ ଗୁଣ୍ଡ ପକାଇଥିଲେ । ଚୋରି କରିବା ପାଇଁ ଦୀର୍ଘ ୦୧ ମାସ ହେବ ସେମାନେ ଯୋଜନା କରିଥିଲେ ସି ସି ଟିଭି ଫୁଟେଜ କୁ ଯାଞ୍ଚ କରି ପୋଲିସ ସେମାନଙ୍କୁ ଗିରଫ କରିଛି ବୋଲି ଆଜି ପାରଳାଖେମୁଣ୍ଡି ଆଦର୍ଶ ଥାନା ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ.କୁମାର ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମାନ କାମକୁ ସମାନ ଦରମା ଦାବିରେ ଅଗ୍ନିଶମ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ସମାନ କାମକୁ ସମାନ ଦରମା ଦାବିରେ ଅଗ୍ନିଶମ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା

Read More...

ଗଜପତି ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ବିତରଣ ଉତ୍ସବ

ଗଜପତି ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ବିତରଣ ଉତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: