ସମାନ କାମକୁ ସମାନ ଦରମା ଦାବିରେ ଅଗ୍ନିଶମ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା

February 22, 2024, ଓଡ଼ିଶା, ଗଜପତି, Rasmi Ranjan Sahu
ସମାନ କାମକୁ ସମାନ ଦରମା ଦାବିରେ ଅଗ୍ନିଶମ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
February 22, 2024

ପାରଳାଖେମୁଣ୍ଡି ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସଂସ୍ଥା ନିର୍ଦ୍ଦେଶ କ୍ରମେ ଆଜି ଗଜପତି ଜିଲ୍ଲା ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ପକ୍ଷରୁ ଆଜି ଶାନ୍ତିପୂର୍ଣ୍ଣ ଧାରଣା ସହ ପ୍ରତିବାଦ କରାଯାଇଛି । ଆଜିଠାରୁ ଜିଲ୍ଲାର ସମସ୍ତ ଆଗ୍ନିକ, ମୁଖ୍ୟ ଅଗ୍ନିକ, ଡ୍ରାଇଭର ହାବିଲଦାର ଓ ଆଗ୍ନିକ ଗାଡ଼ିଚାଳକ ମାନେ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବି ହେଲା ରାଜ୍ୟରେ ରହିଥିବା ପୁଲିସ ସଙ୍ଗ ଭଳି ଆଗ୍ନିକ ସଂଘ କୁ ପଞ୍ଜିକୃତ କରିବା, ଅଗ୍ନିଶମ କର୍ମଚାରୀ ମାନଙ୍କୁ ପୁଲିସ ସିପାହୀ ଭଳି ଗ୍ରେଡ ପେ ସହ ଦରମା ପ୍ରଦାନ କରିବା ଆଦି ମୁଖ୍ୟ ଦାବି ନେଇ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ କରିଛନ୍ତି । ଗତ ୨୦୧୮ ମସିହାରୁ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଧା କୌଣସି ପଦକ୍ଷେପ ନିଆଯାଇନାହିଁ ଯାହା ଫଳରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି ମାଗୁଣି ବେହୁରା,କୃଷ୍ଣ ଚନ୍ଦ୍ର ଶତପଥି ପ୍ରମୁଖ । ଅଗ୍ନିଶମ ସେବା ଏକ ଜରୁରୀ କାଳୀନ ବିଭାଗ ହୋଇଥିବା ଯୋଗୁଁ ସେମାନଙ୍କ ଧର୍ମଘଟ ଯୋଗୁଁ ସାଧାରଣ ଜୀବନଯାପନ ଉପରେ ପ୍ରବାହ ପଡ଼ିବାର ଆଶଙ୍କା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Read More...

ବୃଦ୍ଧା ହତ୍ୟା ମାମଲାରେ ତିନି ଗିରଫ, ଚାରୋଟି ମୋବାଇଲ ଜବତ

ବୃଦ୍ଧା ହତ୍ୟା ମାମଲାରେ ତିନି ଗିରଫ, ଚାରୋଟି ମୋବାଇଲ ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: