ସଜନାଛୁଇଁ ତୋଳୁଥିବା ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ଶବକୁ ରଖି ରାସ୍ତାରୋକ

February 25, 2024, ଓଡ଼ିଶା, ଗଜପତି, Rasmi Ranjan Sahu
ସଜନାଛୁଇଁ ତୋଳୁଥିବା ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ଶବକୁ ରଖି ରାସ୍ତାରୋକ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
February 25, 2024

ଗଜପତି - ସଜନାଛୁଇଁ ଗଛରୁ ସଜନାଛୁଇଁ ତୋଳୁଥିବା ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କଲେ ଜଣେ ଯୁବକ ।ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅନ୍ତର୍ଗତ ବାଟଶିରିପୁର ଗ୍ରାମରେ ଘଟିଛି ଏଭଳି ଏକ ଘଟଣା । ଯାହାକି ବିଦ୍ୟୁତ ସଂସ୍ପର୍ଶରେ ଏସ.ଯୋଗେଶ୍ବର ରାଓ ମୃତ୍ୟୁ ଘଟିଛି । ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ଶବ ବ୍ୟବଛେଦ ହେବା ପରେ ଶବ ଧରି ସ୍ଥାନୀୟ ଉପଲଡା ସବ୍-ଷ୍ଟେସନ୍ ସମ୍ମୁଖରେ ରାସ୍ତାରୋକ କରିଥିଲେ । ରାସ୍ତାରୋକ ଫଳରେ ବ୍ରହ୍ମପୁର-ମୋହନା-ରାୟଗଡ-ଆର.ଉଦୟଗିରିକୁ ଯାତାୟତ ଠପ୍ ହୋଇଛି । କ୍ଷତିପୂରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତାରୋକ । ସେପଟେ ବିଦ୍ୟୁତ ବିଭାଗର ଅଧିକାରୀ ଆସିଲେ ଆଲୋଚନା କରିବା ଏବଂ ଗ୍ରାମରେ ରହିଥିବା ବିଭିନ୍ନ ବିଦ୍ୟୁତ ସେବା ସମସ୍ୟାକୁ ନେଇ ଆଲୋଚନା କରିବା ଏବଂ ମୃତ୍ୟୁ ହୋଇଥିବା ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିରେ ମୃତ ବ୍ୟକ୍ତିଙ୍କ ମର ଶରୀରକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ଗୁରୁଣ୍ଡି ଥାନା ଅଧିକାରୀ ଲୋକଙ୍କୁ ବୁଝାସୁଝା କରୁଛନ୍ତି। କିନ୍ତୁ ଲୋକଙ୍କ ଗୋଟିଏ ଜିଦ୍ ବିଦ୍ୟୁତ ବିଭାଗର ଅଧିକାରୀ ଆସନ୍ତୁ ଏବଂ ଆଲୋଚନା କରିବା ପରେ ରାସ୍ତାରୋକ ହଟାଯିବ ବୋଲି ଜିଦରେ ଅଡ଼ି ବସିଛନ୍ତି ଗ୍ରାମବାସୀ । ବର୍ତ୍ତମାନ ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଏ.ଡି.ପି.ଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜୁପଟ୍ଟନାୟକ ମେମୋରିୟାଲ କ୍ରିକେଟ ଟୁର୍ନାମେଣ୍ଟ - ବି ଗ୍ରୁପର ଅନ୍ତିମ କ୍ୟାଟର ଫାଇନାଲ ମ୍ୟାଚରେ ଛତିଶଗଡର ଫୋରେଷ୍ଟ କ୍ରିକେଟ କ୍ଲବ ବିଜୟୀ

ବିଜୁପଟ୍ଟନାୟକ ମେମୋରିୟାଲ କ୍ରିକେଟ ଟୁର୍ନାମେଣ୍ଟ - ବି ଗ୍ରୁପର ଅନ୍ତିମ କ୍ୟାଟର ଫାଇନାଲ ମ୍ୟାଚରେ ଛତିଶଗଡର ଫୋରେଷ୍ଟ କ୍ରିକେଟ କ୍ଲବ ବିଜୟୀ

Read More...

ଅମୃତ ଭାରତ ଯୋଜନାରେ ନବୀକରଣ କାର୍ଯ୍ୟକ୍ରମ ପୂର୍ବରୁ ବିଧାୟକଙ୍କ ଷ୍ଟେସନ ପରିଦର୍ଶନ

ଅମୃତ ଭାରତ ଯୋଜନାରେ ନବୀକରଣ କାର୍ଯ୍ୟକ୍ରମ ପୂର୍ବରୁ ବିଧାୟକଙ୍କ ଷ୍ଟେସନ ପରିଦର୍ଶନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: