ବିଜୁପଟ୍ଟନାୟକ ମେମୋରିୟାଲ କ୍ରିକେଟ ଟୁର୍ନାମେଣ୍ଟ - ବି ଗ୍ରୁପର ଅନ୍ତିମ କ୍ୟାଟର ଫାଇନାଲ ମ୍ୟାଚରେ ଛତିଶଗଡର ଫୋରେଷ୍ଟ କ୍ରିକେଟ କ୍ଲବ ବିଜୟୀ

February 25, 2024, ଦେଶଦୁନିଆ, , BHAGYAPRABHA NEWS
ବିଜୁପଟ୍ଟନାୟକ ମେମୋରିୟାଲ କ୍ରିକେଟ ଟୁର୍ନାମେଣ୍ଟ - ବି ଗ୍ରୁପର ଅନ୍ତିମ କ୍ୟାଟର ଫାଇନାଲ ମ୍ୟାଚରେ ଛତିଶଗଡର ଫୋରେଷ୍ଟ କ୍ରିକେଟ କ୍ଲବ ବିଜୟୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
February 25, 2024

ବ୍ରହ୍ମପୁର - ବ୍ରହ୍ମପୁର ଷ୍ଟାଡିଏମ ଠାରେ ଚାଲିଥିବା ୧୪ ତମ ଅଲ ଇଣ୍ଡିଆ ବିଜୁପଟ୍ଟନାୟକ ମେମୋରିୟlଲ ଦିବ ରାତ୍ରି କ୍ରିକେଟ ଟୁର୍ନାମେଣ୍ଟର ବି ଗ୍ରୁପ ଅନ୍ତିମ କୂଟର ଫାଇନାଲ ମ୍ୟାଚରେ ଆଲଫା ସ୍ପୋର୍ଟିଙ୍ଗ କ୍ଲବ ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ, ଷ୍ଟାଡିୟମ ଇନଚାର୍ଚ୍ଚ ଗୋପାଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଟୁର୍ନାମେଣ୍ଟରେ ଇଣ୍ଡିଆର ୧୨ ଗୋଟି ଟିମ ଭାଗ ନେଇଥିବା ବେଳେ ଏହା ୧୭ ତାରିଖ ଠାରୁ ଆରମ୍ଭ ହୋଇ ୨୭ ତାରିଖ ପଯ୍ୟନ୍ତ ଖେଳ ଅନୁଷ୍ଠିତ ହେବ, ଏହି ଟୁର୍ନାମେଣ୍ଟର ବି ଗ୍ରୁପର ଅନ୍ତିମ କୂଟର ଫାଇନାଲ ମ୍ୟାଚ ଛତିଶଗଡ ର ଫୋରେଷ୍ଟ କ୍ରିକେଟ କ୍ଲୁବ ବନାମ ରାଉରକେଲାର ଜିମ୍ମଖାନା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଛତିଶଗଡ଼ ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l ନିର୍ଦ୍ଧାରିତ ୨0 ଓଭର ମ୍ୟାଚରେ ୧୯. ୫ ଓଭର ଖେଳି ସମସ୍ତ ୱକେଟ ହରାଇ ୧୧୭ ରନ କରିଥିଲେ l ଦଳ ପକ୍ଷରୁ ପ୍ରବିନ କୁମାର ୫୬ ବଲ ଖେଳି ୩୭ ରନ ଓ ବି ମୋହନ ରାଓ ୨୩ ବଲ ଖେଳି ୩୧ ରନ କରିଥିଲେ l ରାଉରକେଲା ଜିମଖାନା ପକ୍ଷରୁ ବୋଲିଙ୍ଗରେ ପ୍ରକାଶ ଏନ ସେଟ ୪ ଓଭର ପକାଇ ୧୪ ରନ ଦେଇ ୬ ଗୋଟି ୱକେଟ ଅକ୍ତିହାର କରିଥିଲେ l ଜବାବରେ ରାଉରକେଲାର ଜିମଖାନା ଦଳ ୧୮.୫ ବଲ ଖେଳି ସମସ୍ତ ୱକେଟ ହରାଇ ୧0୮ ରନ କରିଥିଲେ l ଦଳ ପକ୍ଷରୁ ବିକାଶ ଚୌଧୁରୀ ୩୩ ବଲ ଖେଳି ୩୭ ରନ କରିଥିଲେ l ଛତିଶଗଡ଼ର ଫୋରେଷ୍ଟ କ୍ରିକେଟ କ୍ଲୁବ ପକ୍ଷରୁ ବୋଲିଙ୍ଗରେ ଶଶାଙ୍କ ୪ ଓଭର ପକାଇ ୧0 ରନ ଦେଇ ୩ ଗୋଟି ୱକେଟ ଓ ବି ମୋହନ ରାଓ ୨ ଓଭର ପକାଇ ୧୧ ରନ ଦେଇ ୨ ଗୋଟି ୱକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ଛତିଶଗଡ଼ ଫୋରେଷ୍ଟ କ୍ରିକେଟ କ୍ଲୁବ ୯ ରନରେ ବିଜୟୀ ଲାଭ କଲେ l ଆଜିର ମ୍ୟାଚରେ ଛତିଶଗଡର ଫୋରେଷ୍ଟ ଟିମର ବି ମୋହନ ରାଓଙ୍କୁ ପ୍ଲେୟାର ଅଫ ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି l ଆଜିର ମ୍ୟାଚରେ ଆମ୍ପୟାର ଭାବେ ଓସିଏ ଏମ୍ପାୟାର ସୁମେନ୍ଦ୍ର ପାତ୍ର ଓ ଆଶୁତୋଷ ପାଣି ଖେଳକୁ ପରିଚାଳନା କରିଥିବା ବେଳେ ଥାର୍ଡ଼ ଏମ୍ପାୟାର ଭାବେ ସୁଶାନ୍ତ ପଣ୍ଡା ସହ ଯୋଗ କରିଥିଲେ l ଓ ସ୍କୋରର ଭାବେ ସୁଶୀଲ କୁମାର ସୁନ୍ଦରାୟ ଓ କମେଣ୍ଟ୍ରି ଭାବେ ବୁବୁ ସିନ୍ନା ସହଯୋଗ କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲାପାଳଙ୍କ ଯୁଗ୍ମ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Read More...

ସଜନାଛୁଇଁ ତୋଳୁଥିବା ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ଶବକୁ ରଖି ରାସ୍ତାରୋକ

ସଜନାଛୁଇଁ ତୋଳୁଥିବା ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ଶବକୁ ରଖି ରାସ୍ତାରୋକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: