ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

February 26, 2024, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲାପାଳଙ୍କ ଯୁଗ୍ମ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
BHAGYAPRABHA NEWS
[ INPUT ]
Bhagyaprabha News Bureau
February 26, 2024

ବ୍ରହ୍ମପୁର - ଗଞ୍ଜାମ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ, ଡ଼ ସର୍ବଣ ବିବେକ ଏମ, ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଗଞ୍ଜାମ ଜିଲ୍ଲା ପରିଷଦ, ପ୍ରତାପ ଚନ୍ଦ୍ର ପ୍ରଧାନ,ବ୍ରହ୍ମପୁର ଅତିରିକ୍ତ ଉପଜିଲ୍ଲାପାଳ ଡ଼ ଗୌରବମୟ ପ୍ରଧାନ ଯୋଗଦାନ କରି ଶୁଣାଣି କରିଥିଲେ lଆଜି ମୋଟ ୮୦ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୭୪ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୦୬ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା ୦୯ଗୋଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା l ଜିଲ୍ଲାପାଳ ୨ଜଣଙ୍କୁ ୫୫ହଜାର ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ଏବଂ ୨ଜଣଙ୍କୁ ୮ହଜାର ଟଙ୍କା ରେଡ଼କ୍ରସରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହି ଅଭିଯୋଗ ଶିବିରରେ ବ୍ରହ୍ମପୁର ଉପଖଣ୍ଡ ର ସମସ୍ତ ବିଡ଼ିଓ ,ତହସିଲଦାର ଓ ଅନ୍ୟାନ୍ୟ ଜିଲ୍ଲା ସ୍ଥରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲାରେ ଦୁଇଟି ଆମ ହସ୍ପିଟାଲ ରୂପାନ୍ତରୀକରଣର ଶୁଭ ଉଦଘାଟନ

ଗଜପତି ଜିଲ୍ଲାରେ ଦୁଇଟି ଆମ ହସ୍ପିଟାଲ ରୂପାନ୍ତରୀକରଣର ଶୁଭ ଉଦଘାଟନ

Read More...

ବିଜୁପଟ୍ଟନାୟକ ମେମୋରିୟାଲ କ୍ରିକେଟ ଟୁର୍ନାମେଣ୍ଟ - ବି ଗ୍ରୁପର ଅନ୍ତିମ କ୍ୟାଟର ଫାଇନାଲ ମ୍ୟାଚରେ ଛତିଶଗଡର ଫୋରେଷ୍ଟ କ୍ରିକେଟ କ୍ଲବ ବିଜୟୀ

ବିଜୁପଟ୍ଟନାୟକ ମେମୋରିୟାଲ କ୍ରିକେଟ ଟୁର୍ନାମେଣ୍ଟ - ବି ଗ୍ରୁପର ଅନ୍ତିମ କ୍ୟାଟର ଫାଇନାଲ ମ୍ୟାଚରେ ଛତିଶଗଡର ଫୋରେଷ୍ଟ କ୍ରିକେଟ କ୍ଲବ ବିଜୟୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: