ମହିଳାଙ୍କ ଫିଗର ଦେଖି ଦୁଷ୍କର୍ମ କଲେ ବାବା

April 06, 2019, ଅପରାଧ, , Bhagyaprabha News Bureau
ମହିଳାଙ୍କ ଫିଗର ଦେଖି ଦୁଷ୍କର୍ମ କଲେ ବାବା
Bhagyaprabha News Bureau
April 06, 2019

ଆଜିର ଦୁନିଆରେ ଜଣେ ନାରୀଟିଏ ନିଜକୁ ସୁରକ୍ଷିତ ମଣିପାରୁନାହିଁ ।କାରଣ ପ୍ରତିମୁହୁର୍ତ୍ତରେ ଟିଭି ପରଦାରେ ଓ ଖବରକାଗଜରେ ଦେଶରେ କେଉଁଠି ନା କେଉଁଠି ଜଣେ ଦୁଷ୍କର୍ମ ହୋଇଥିବାର ଖବର ଆସେ । ସୂଚନା ଅନୁଯାୟୀ ଦେଶର ପ୍ରତି ୧ ଘଣ୍ଟା ମଧ୍ୟରେ ୪ ଜଣଙ୍କ ଦୁଷ୍କର୍ମ ହୋଇଥାଏ । କେତେବେଳେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୁଏ ତ କେତେ ବେଳେ ନାବାଳିକାଙ୍କ ସହ ଦୁଷ୍କର୍ମ ଶୀକାର ହୋଇଥିବାର ଅଭିଯୋଗ ଆସେ । ଏପରିକି ନରରୂପି ସଇତାନ ମାନେ ପରସ୍ତ୍ରୀ ଉପରେ ମଧ୍ୟ ଦୁଷ୍କର୍ମ କରିଥିବାର ଅଭିଯୋଗ ହୁଏ । ପୋଲିସ ପ୍ରଶାସନ ତରଫରୁ ଦୃଢ କାର୍ୟ୍ୟନୁଷ୍ଠାନ ଓ କଡା ନିୟମ ରହିଥିଲେ ମଧ୍ୟ ଏହି ନିୟମ କୁ କାମ ରୁପି ଅପରାଧି ମାନଙ୍କର ନଜରରେ କିଛି ବି ପ୍ରଭାବ ପଡିନାହିଁ । କିନ୍ତୁ ଭାରତୀୟ ହିନ୍ଦୁ ଧର୍ମରେ ସାଧୁସନ୍ଥ ମାନଙ୍କୁ ସମ୍ମାନ ଦିଆଯାଏ କିନ୍ତୁ ଆଜିର ଦୁନିଆରେ ଜଣେ ବାବାଙ୍କୁ ବିଶ୍ୱାସ କରିବା ମଧ୍ୟ ସମ୍ଭବ ନୁହଁ । କାରଣ ସମ୍ବାଦ ପେପର ରେ ମଧ୍ୟ ବାବାମାନଙ୍କର କଳଙ୍କ ଅଧ୍ୟାୟ କିଛି କମ ନୁହଁ । ଭଣ୍ଡବାବା ମାନେ ବିଭିନ୍ନ ସମୟରେ ମହିଳା ଓ ଯୁବତୀ ମାନଙ୍କୁ ଦୁଷ୍କର୍ମ କରିଥିବା ନଜର ଆସେ । ଆଜି ଆମେ ଏଭଳି ଏକ ଦୁଷ୍କର୍ମ ଘଟଣାର କାହାଣୀ କହିବୁ ଯାହା ଆପଣଙ୍କ ଶରୀରର ଲୋମ ଟାଙ୍କୁରି ଉଠିବ । ମଧ୍ୟପ୍ରଦେଶର ଧାର୍ମକନଗରର ଚିତ୍ରକୂଟରେ ଜଣେ ସାଧୁ ମହାଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍ମର୍ମ କରିଥିବା ବାବାଙ୍କ ନାମ ରାମେଶ୍ୱର ଦାସ । ମହିଳା ଜଣକ ନିକଟସ୍ଥ ଥାନାରେ ଅଭିଯୋଗ କଲା ପରେ ପୋଲିସ ସାଧୁଙ୍କୁ ଅଟକ ରଖି ପଚାରାଉଚାରା କରୁଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିନାକୀ ବନାମ ସମ୍ବିତ ପାତ୍ର

ପିନାକୀ ବନାମ ସମ୍ବିତ ପାତ୍ର

Read More...

ସୁନ୍ଦରଗଡ ଜନସମାବେଶରେ ମୋଦିଙ୍କ ଭାଷଣ

ସୁନ୍ଦରଗଡ ଜନସମାବେଶରେ ମୋଦିଙ୍କ ଭାଷଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: