ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ

March 04, 2024, ଓଡ଼ିଶା, ଗଜପତି, Rasmi Ranjan Sahu
ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 04, 2024

ପାରଳାଖେମଣ୍ଡି-ଗଜପତି ଜିଲ୍ଲା ସଦମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ. କୁମାର , ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ.ଆନନ୍ଦ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ପାରଳାଖେମୁଣ୍ଡି ପୌର ପରିଷଦର ସମେତ କେରାଣ୍ଡି, କତଳକଇଠା, ବାଘଶାଳ, ରାଣୀପେଣ୍ଠ ଓ ସିଧାମାଡ଼ଙ୍ଗ ପଞ୍ଚାୟତର ସମୁଦାୟ ମୋଟ- ୧୩୨ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୧୧୨ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା- ୨୦ ଗୋଟି ଓ ୩୯ ଗୋଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଛି, ୩ ଜଣକୁ ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩୦ ହାଜର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା, ମୋ ଘର ଯୋଜନା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଦୀପ କୁମାର ପାତ୍ର ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ତୃତୀୟ ସ୍ଥାନ ଅଧିଗ୍ରହଣ କରି ପୁରସ୍କୃତ ହେଲା ଲକ୍ଷ୍ମୀପୁର ବ୍ଲକ

ରାଜ୍ୟରେ ତୃତୀୟ ସ୍ଥାନ ଅଧିଗ୍ରହଣ କରି ପୁରସ୍କୃତ ହେଲା ଲକ୍ଷ୍ମୀପୁର ବ୍ଲକ

Read More...

ଗଜପତି ବିଜେପି ଦଳୀୟ କାର୍ଯ୍ୟଳୟ ଠାରେ ମିଶ୍ରଣ ପର୍ବ

ଗଜପତି ବିଜେପି ଦଳୀୟ କାର୍ଯ୍ୟଳୟ ଠାରେ ମିଶ୍ରଣ ପର୍ବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: