ଗଜପତି ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

March 05, 2024, ଓଡ଼ିଶା, ଗଜପତି, Rasmi Ranjan Sahu
ଗଜପତି ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 05, 2024

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ମହସମାରହୋରେ ପାଳିତ ହୋଇଯାଇଛି । ଏହି ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ,ଅଧ୍ୟକ୍ଷ,ଜିଲ୍ଲାପରିଷଦ, ଗଜପତି ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ କୁନ୍ତଳା ମଲ୍ଲିକ, ଉପା-ଅଧ୍ୟକ୍ଷା,ଜିଲ୍ଲାପରିଷଦ ଗଜପତି,ଶ୍ରୀଯୁକ୍ତ ଏସ୍.ବାଲା ରାଜୁ, ଜିଲ୍ଲା ପରିଷଦ ସଭ୍ୟ ଗୋସାଣୀ ବ୍ଲକ୍, ଶ୍ରୀମତୀ ସନ୍ଧ୍ୟାରାଣୀ ଶବର, ଜିଲ୍ଲା ପରିଷଦ ସଭ୍ୟ ଗୁମ୍ମା ବ୍ଲକ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ ପ୍ରମୁଖ ମଞ୍ଚାସିନ ରହି ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ଟ୍ଟନାୟକ ଙ୍କ ଜୀବନୀ ଓ ରାଜ୍ୟ ସରକାରଙ୍କର ଉନ୍ନତ ମୂଳକ କାର୍ଯ୍ୟ,ସଫଳ ରୂପାୟନ ସଂପର୍କରେ ବିସ୍ତୃତ ଭାବରେ କହିଥିଲେ। ସମସ୍ତେ ମିଳିତ ଭାବେ କାର୍ଯ୍ୟ କରି ଏକ ଶିଶୁ ଅନୁକୂଳ, ସ୍ୱଚ୍ଛ, ସବୁଜ ଏବଂ ସୁସ୍ଥ ପଞ୍ଚାୟତ ଗଠନ କରିବା ନିମନ୍ତେ ସମସ୍ତ ଜନସାଧାରଣ ଏକାଠି ହୋଇ କାମ କରାଇବାକୁ ଅତିଥିମାନେ କହିଥିଲେ।ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ, ଲୋକ ପ୍ରିୟ ଜନନାୟକ, ଗରିବ ଓ ଅବହେଳିତ ଙ୍କ ଆଶା ଓ ଭରଷା । ଲୋକ ମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ସହ ପ୍ରେରଣା ପ୍ରଦାନ କରିବାରେ ବିଜୁ ପଟ୍ଟନାୟକଙ୍କର ଅଦ୍ଭୁତ କ୍ଷମତା ରହିଥିଲା । ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବା ଗ୍ରାମ ପଞ୍ଚାୟତକୁ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ କରାଯାଇଛି ପ୍ରଥମ ପୁରସ୍କାର ଆର.ଉଦୟଗିରି ବ୍ଲକର ଆର.ଉଦୟଗିରି ଗ୍ରାମ ପଞ୍ଚାୟତକୁ ୧ ଲକ୍ଷ୍ୟ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଦ୍ୱିତୀୟ ସ୍ଥାନରେ ଆର.ଉଦୟଗିରି ବ୍ଲକର ରଣ୍ଡିବା ଗ୍ରାମ ପଞ୍ଚାୟତକୁ ୧ ଲକ୍ଷ୍ୟ ୨୫ ହଜାର ଟଙ୍କା ଓ ତୃତୀୟ ସ୍ଥାନରେ ମୋହନା ବ୍ଲକର ମୋହନା ଗ୍ରାମ ପଞ୍ଚାୟତକୁ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଅଛି । ସେହିପରି ପୁଷ୍ଟି ପଞ୍ଚାୟତ ପୁରସ୍କାରରେ ଗୋସାଣୀ ବ୍ଲକର ଲାବନ୍ୟଗଡ ଗ୍ରାମ ପଞ୍ଚାୟତ କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯାଇଛି ଓ ଜିଲ୍ଳାର ପାଞ୍ଚ ଗୋଟି ଅଙ୍ଗୱାଡ଼ି କେନ୍ଦ୍ର କୁ ମଧ୍ୟ ପୁରସ୍କୃତ କରଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଳା ପରିଷଦ ଶ୍ରୀଯୁକ୍ତ ପୃତିବ ରାଜ ମଣ୍ଡଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁମଣୀ ନାୟକ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ ଓ ଜନପ୍ରତିନିଧି ସମେତ ଜିଲ୍ଲାପରିଷଦ କାର୍ଯ୍ୟଳୟ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ୱାନ ଷ୍ଟେସନ ୱାନ ପ୍ରଡକ୍ଟ କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁରରେ ୱାନ ଷ୍ଟେସନ ୱାନ ପ୍ରଡକ୍ଟ କେନ୍ଦ୍ର ଉଦଘାଟିତ

Read More...

ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ଦିବସ ପାଳିତ

ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: