ବ୍ରହ୍ମପୁରରେ ୱାନ ଷ୍ଟେସନ ୱାନ ପ୍ରଡକ୍ଟ କେନ୍ଦ୍ର ଉଦଘାଟିତ

March 06, 2024, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁରରେ ୱାନ ଷ୍ଟେସନ ୱାନ ପ୍ରଡକ୍ଟ କେନ୍ଦ୍ର ଉଦଘାଟିତ
Gouri Shankar Mishra
[ Video Journalist ]
Bhagyaprabha News Bureau
March 06, 2024

ଗଞ୍ଜାମ/ବ୍ରହ୍ମପୁର - ମହିଳା ଓ ଚାଷୀଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥି ମଧ୍ୟରୁ ୱାନ ଷ୍ଟେସନ ୱାନ ପ୍ରଡକ୍ଟ କାର୍ଯ୍ୟକ୍ରମ ଅନ୍ୟତମ । ଏହା ଅଧୀନରେ ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ପକ୍ଷରୁ ଦେଶର ବିଭିନ୍ନ ରେଳ ଷ୍ଟେସନରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ଚାଷୀ ଓ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବଜାରୀକରଣ ନିମନ୍ତେ ସୁବିଧା ଯୋଗାଇ ଦିଆଯାଉଛି।ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ରେଳ ବିଭାଗ ସହଯୋଗରେ ସୁବିଧା ଯୋଗାଇ ଦିଆଯାଉଛି। ଏହି ପରିପେକ୍ଷୀରେ ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ଷ୍ଟଲ ଉଦଘାଟିତ ହୋଇଯାଇଛି। ଏହାକୁ ମୁଖ୍ୟଅତିଥି ରୂପେ ନାବାର୍ଡ ଗଞ୍ଜାମ ଜିଲ୍ଲା ଡ଼ିଡ଼ିଏମ ସଞ୍ଜୀବ ମିଶ୍ର ଏବଂ ବ୍ରହ୍ମପୁର ରେଳ ଷ୍ଟେସନ ମ୍ୟାନେଜର ଦୁର୍ଗାପ୍ରସାଦ ବ୍ରହ୍ମା ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ଏସଏଚଜି ମହିଳା ଏବଂ କୃଷକ ଉତ୍ପାଦ ସଂଙ୍ଘ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଲୋକାଭିମୁଖୀ ଯେପରି ଅଧିକରୁ ଅଧିକ ହେବ ସେଥିପାଇଁ ଉଦ୍ୟମ କରିବାକୁ ଅତିଥି ମାନେ କହିଥିଲେ। ନିଗମ ଅନୁଷ୍ଠାନର ସମ୍ପାଦକ ସୁରେଶ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଦାଶରଥି ତ୍ରିପାଠୀ, ବିମଳ ପଟ୍ଟନାୟକ,ଶଶୀଭୁଷଣ ଧଳ,ଇତିଶ୍ରୀ ପ୍ରଧାନ,ସୁସ୍ମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ଉତ୍ପାଦ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ- କୁକୁଡାଖଣ୍ଡି ବି.ଏସ୍.କେ.ୱାଇ ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମ

ଗଞ୍ଜାମ- କୁକୁଡାଖଣ୍ଡି ବି.ଏସ୍.କେ.ୱାଇ ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମ

Read More...

ଗଜପତି ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

ଗଜପତି ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: