ଗଞ୍ଜାମ- କୁକୁଡାଖଣ୍ଡି ବି.ଏସ୍.କେ.ୱାଇ ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମ

March 06, 2024, ସ୍ବାସ୍ଥ୍ୟ, ଗଞ୍ଜାମ, Sri Jaganath Tripathy
ଗଞ୍ଜାମ- କୁକୁଡାଖଣ୍ଡି ବି.ଏସ୍.କେ.ୱାଇ ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମ
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
March 06, 2024

ଗଞ୍ଜାମ ଜିଲ୍ଲାରେ କୁକୁଡାଖଣ୍ଡି ଆଜି ଅପରାହ୍ନ ସମୟ ରେ କୁକୁଡାଖଣ୍ଡି ବ୍ଲକ ସମ୍ମୁଖରେ ବି.ଏସ୍.କେ.ୱାଇ ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ କୁକୁଡାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଡ଼ଃ ପଲ୍ଲବୀ ସ୍ଵାଇଁ ଯୋଗ ଦେଇ ଜଗତ ର‌ ନାଥ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯକ୍ରମ ଶୁଭ ଆରମ୍ଭ କରିଥିଲେ। ଆଜି ପ୍ରତି ପଞ୍ଚାୟତ ର ପାଞ୍ଚଜଣ ଙ୍କୁ ବି.ଏସ.କେ.ୱାଇ. ନବୀନ କାର୍ଡ ବଣ୍ଟନ କରାଯାଇଥିଲା ଓ କିଛି କାର୍ଡ ଆସନ୍ତା କାଲି ବିଭିନ୍ନ ପଞ୍ଚାୟତ ରେ ବଣ୍ଟନ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଏହି କାର୍ଡ ଦ୍ଵାରା ଗରିବ ଶ୍ରେଣୀର ଲୋକେ ମାନେ ଓ ଜନସାଧାରଣ ମାଗଣ ରେ ଚିକିତ୍ସା ସେବା ପାଇପାରିବେ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ପାତ୍ର ମନ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଙ୍କ ସହ ବ୍ଲକ ରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟା, ଜିପିଓ ସୁପ୍ରଭା ସାହୁ, ଏମଆଇ ଧିରେନ୍ ସାହୁ, ବ୍ଲକ ଫାଇନାନ୍ସ ଅଫିସର୍ ସିମାଞ୍ଚଳ ମସ୍ତି,ଏଇଇ ଅନୁରାଗ ରଥ,ବିଏସ୍ଏସ୍ଓ ମନୋଜ ପ୍ରଧାନ,ଏଇ ଇନ୍ଦିରା ପ୍ରିୟଦର୍ଶିନୀ, ପଦ୍ମିନୀ ବେହେରା, ଜେଇ ମନୋରଞ୍ଜନ ପାଣିଗ୍ରାହୀ, ଅଶ୍ଵିନୀ ସୁବୁଦ୍ଧି ଙ୍କ ସମେତ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ପିଇଓ ଓ ବହୁ ଜନସାଧାରଣ ଉପସ୍ଥିତ ରହି ଆସିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଗଜପତି ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

Read More...

ବ୍ରହ୍ମପୁରରେ ୱାନ ଷ୍ଟେସନ ୱାନ ପ୍ରଡକ୍ଟ କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁରରେ ୱାନ ଷ୍ଟେସନ ୱାନ ପ୍ରଡକ୍ଟ କେନ୍ଦ୍ର ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: