ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

March 11, 2024, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ
Gouri Shankar Mishra
[ Video Journalist ]
Bhagyaprabha News Bureau
March 11, 2024

ବ୍ରହ୍ମପୁର - ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଆନୁକୂଲ୍ୟରେ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ସ୍ତାନୀୟ କୁଇନ ଅଫ ଦି ମିଶନସ ଉଚ୍ଚ ବିଦ୍ୟାଳୟ ପରିସରରେ ଡ଼ ଶଙ୍କର୍ଷଣ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାର ମୁଖ୍ୟ ଅତିଥି ଶ୍ରୀ ହରେକୃଷ୍ଣ ପଣ୍ଡା ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ, ମୁଖ୍ୟ ବକ୍ତା ଡ଼ ବନମାଳି ପାଣିଗ୍ରାହୀ ପ୍ରାକ୍ତନ ଅଧ୍ୟକ୍ଷ, ସମ୍ମାନିତ ଅତିଥି ଡ଼ କୈଳାଶ ଚନ୍ଦ୍ର ତ୍ରିପାଠୀ, ପ୍ରାକ୍ତନ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ର ସମ୍ପାଦକ ମହମ୍ମଦ ଆସଲାମ ପ୍ରମୁଖ ମଂଚାସୀନ ଥିଲେ। ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଉପରେ ୭ଜଣ କବିତା ପାଠ କରିଥିଲା ବେଳେ ଆଲୋଚନା ରେ ଡ଼ ଭଗବାନ ତ୍ରିପାଠୀ, ଡ଼ ସନ୍ତୋଷ କୁମାର ଦାଶ,ଡ଼ ପ୍ରାଣ ଚାଂଦ ପଣ୍ଡା, ଶ୍ରୀ ସୁବ୍ରତ ରଥ , ଅଧ୍ୟାପକ ଚିତ୍ରସେନ ଜେନା,ଅଧ୍ୟାପକ ସନ୍ତୋଷ ସାହୁ ଶଶୀଭୁଷଣ ରଥ ମହିଳା ମହା ବିଦ୍ୟାଳୟ,ଗବେଷକ ଅଜୟ ସାହୁ ପ୍ରମୁଖ ଶାସ୍ତ୍ରୀୟ ଭାଷା ସମ୍ପର୍କରେ ନିଜନିଜ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଡ଼ ବନମାଳି ପାଣିଗ୍ରା ହୀ, ଭାଷା ର ପ୍ରାଚୀନ ତା, ଓଡ଼ିଆ ଭାଷା ଆମ ଗର୍ବ ଓ ଗୌରବର ପ୍ରତୀକ ବୋଲି କହିଥିବାବେଳେ ଡ଼ କୈଳାଶ ଚନ୍ଦ୍ର ତ୍ରିପାଠୀ ବର୍ତ୍ତ ମାନ ପିଢ଼ିର ଭାଷା ପ୍ରତି ରହିଥିବା ବିମୁଖତା ଉପରେ ସୂଚନା ଦେଇ କ୍ଷୋଭ ପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ହରେକୃଷ୍ଣ ପଣ୍ଡା 'ଭାଷା ହେଉଛି ଜାତିର ଅସ୍ମିତା, ଜାତିର ମୂଳ ଉତ୍ସ, ଭାଷା ବିନା ସାହିତ୍ୟ ସଂସ୍କୃତି ଯେ ନିରସ ଭାଷା ନ ବଞ୍ଚିଲେ ସାହିତ୍ୟ ଓ ସଂସ୍କୃତି ତିଷ୍ଠିବା ସମ୍ଭ ଭ ନୁହେଁ ବୋଲି କହି ଥିଲେ। ସଭାପତି ଡ଼ ପାତ୍ର ଆଜିର ବିଦ୍ୟାର୍ଥୀ ଓ ଅଧ୍ୟାପକ ଭାଷା ପାଇଁ ଯଦି ନିଜର ସମର୍ପଣ ଭାବ ନ ରଖନ୍ତି ତେବେ ଭାଷା ର ଭବିଷ୍ୟତ ଯେ ଅନ୍ଧକାର ହେବ ଏକଥା ଏଡାଇ ଦିଆଯାଇପାରିବ ନାହିଁ।ଶେଷ ଭାଗରେ ଧୀରସମୀର ପାଣିଗ୍ରାହୀ, ଭବାନୀ ଶଙ୍କର ପାଣିଗ୍ରାହୀ କବିତା ପାଠକରି ଅଧିବେଶନ ସମାପ୍ତି ଘୋଷଣା କରାଯାଇଥିଲା । ଶେଷରେ ସମ୍ପାଦକ ମହମ୍ମଦ ଆସଲାମ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକ୍ଷ୍ମୀବାସକୁ ଓଭରଟେକ କରିବା ସମୟରେ ଦୁଇ ମୋଟର ସାଇକେଲଧକ୍କା,୧ ମୃତ

ଲକ୍ଷ୍ମୀବାସକୁ ଓଭରଟେକ କରିବା ସମୟରେ ଦୁଇ ମୋଟର ସାଇକେଲଧକ୍କା,୧ ମୃତ

Read More...

ବ୍ରହ୍ମପୁର ମହାନଗରରେ  ଆୟୋଜିତ ହେଲା ଆଶା ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

ବ୍ରହ୍ମପୁର ମହାନଗରରେ ଆୟୋଜିତ ହେଲା ଆଶା ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: