ବିକାଶ ଠୁ ବହୁଦୂରରେ ଲୋକନାଥପୁର ଗାଁ,ସମସ୍ୟାର ସମାଧାନ ନହେଲେ କରିବେ ଭୋଟ ବର୍ଜନ

March 12, 2024, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ବିକାଶ ଠୁ ବହୁଦୂରରେ ଲୋକନାଥପୁର ଗାଁ,ସମସ୍ୟାର ସମାଧାନ ନହେଲେ କରିବେ ଭୋଟ ବର୍ଜନ
Santosh Kumar Mishra
[ Special Correspondent ]
Bhagyaprabha News Bureau
March 12, 2024

ଛତ୍ରପୁର-ବିକାଶର ବହୁ ଦୂରରେ ଛତ୍ରପୁର ବ୍ଲକ ବିପୁଳିଙ୍ଗୀ ପଞ୍ଚାୟତର ଲୋକନାଥପୁର ଶାସନ ଗାଁ । ରାସ୍ତାଘାଟ ଠୁ ନେଇ ମୌଳିକ ସମସ୍ୟାରେ ଜର୍ଜରିତ ଗ୍ରାମବାସୀ ଯାହାକୁ ନେଇ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ହେଲା ନିର୍ବାଚନ ସମୟରେ ସମସ୍ତ ଜନପ୍ରତିନିଧି ମାନେ ଆସି ପୁଳା ପୁଳା ପ୍ରତିଶ୍ରୁତି ଦେଇଥିଲେ ହେଲେ ଆଜିକୁ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଧା ଆମ ଗାଁ ରେ ବିକାଶ ହୋଇପାରିନାହିଁ । ଗ୍ରାମକୁ ଯିବା ପାଇଁ ମୁଖ୍ୟରାସ୍ତାର ଅଵସ୍ଥା ନ କହିବା ଭଲ ଆମ୍ବୁଲାନ୍ସ ଟିଏ ଯିବା ବି ଅସମ୍ଭବ । ଅବଡ଼ା ଖାବଡା ରାସ୍ତା ଦେଇ ଯିବା ଆସିବା ମୁସକିଲ ଅନେକ ଲୋକଙ୍କ ଦୁର୍ଘଟଣା ମଧ୍ୟ ଘଟିଲାଣି ରାସ୍ତା ଟିଏ ପାଇଁ ସରପଞ୍ଚଙ୍କ ଠୁ ନେଇ ଜିଲ୍ଲାପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ । ସେହିପରି ଗ୍ରାମରେ ଥିବା ପୋଖରୀ ଟି ପୋତି ହୋଇଯାଇଥିବା ବେଳେ ପୁନରୁଦ୍ଧାର ହୋଇପାରୁନାହିଁ ଦଳ ପଙ୍କ ପରିପୂର୍ଣ୍ଣ ହୋଇରହିଛି ମଣିଷ ବ୍ୟବହାର କରିବା ତ ଦୂରର କଥା ପଶୁପକ୍ଷୀଙ୍କ ପିଇବା ପାଇଁ ମଧ୍ୟ ଅନୁପଯୋଗ ମନରେଗା ଯୋଜନାରେ ପଞ୍ଚାୟତର ବିଭିନ୍ନ ପୋଖରୀର ପୁନଃରୁଦ୍ଧାର ହେଉଥିବା ବେଳେ ଆମ ଗାଁ ପୋଖରୀର କାହିଁକି ଉଦ୍ଧାର ହେଉନି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ସେପଟେ ଗ୍ରାମରେ ଥିବା ଏକ ମାତ୍ର ବିଦ୍ୟାଳୟଟି ବନ୍ଦ ହୋଇଯିବା ଫଳରେ ୩କିଲୋମିଟର ଚାଲିକି ଯାଉଛନ୍ତି ପିଲାମାନେ ଗ୍ରାମ ସ୍ମଶାନ କୁ ଯିବା ପାଇଁ ରାସ୍ତା ନଥିବା ହେତୁ ହନ୍ତସନ୍ତ ହେବା ମଧ୍ୟ କହିଛନ୍ତି ଏହିଭଳି ଅନେକ ସମସ୍ୟାରେ ଜୀବନ ବିତାଉଛନ୍ତି ଲୋକନାଥପୁର ଗ୍ରାମବାସୀ । ଆଉ ଏଥର କଡା ଚେତାବନୀ ଦେଇଛନ୍ତି ଗ୍ରାମବାସୀ ଚଳିତ ନିର୍ବାଚନ ଭିତରେ ଯଦି ଗ୍ରାମର ସମସ୍ତ ସମସ୍ୟା ଦୂର ନ ହୁଏ ସବୁ ଗାଁ ବାସୀ ମିଶି ଭୋଟ ବର୍ଜନ କରିବେ ହୁଏତ ଏତିକି କଲେ ସରକାରଙ୍କ ନଜର ପଡିପାରିବ ବୋଲି କହିଛନ୍ତି ଗ୍ରାମବାସୀ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରେରଣା ୨୦୨୪ ସମ୍ମାନ ପାଇଲେ ସମାଜସେବୀ ରାମେଶ୍ୱରୀ ନନ୍ଦ

ପ୍ରେରଣା ୨୦୨୪ ସମ୍ମାନ ପାଇଲେ ସମାଜସେବୀ ରାମେଶ୍ୱରୀ ନନ୍ଦ

Read More...

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: