ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

March 12, 2024, ଶିକ୍ଷା, ଗଜପତି, Rasmi Ranjan Sahu
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 12, 2024

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୁଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ -୨୦୨୪ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡାକ୍ତର ମୁର୍ମୁ , ମୁଖ୍ୟବକ୍ତା ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା , ବିଶିଷ୍ଟ ଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା କର୍ମଶାଳାରେ ଯୋଗ ଦେଇ ସାଂପ୍ରତିକ ସମୟର ଓଡ଼ିଆ ଭାଷା ଓ ସାହିତ୍ୟ ସର୍ଜନା ସ୍ଵୀକୃତି ସମ୍ମାନ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ହେବାପୂର୍ବରୁ ଏହାର ପୌରାଣିକ , ବ୍ୟାକରଣ ଗତ ଲକ୍ଷଣ ଏବଂ ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ଶତାଧିକ ଛାତ୍ର ଛାତ୍ରୀ କର୍ମଶାଳାରେ ଯୋଗଦେଇ ନିଜ ନିଜର ମନ୍ତବ୍ୟ ରଖିଥିଲେ। ପ୍ରତିଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରି ଯୁଗେ ଯୁଗେ ଓଡ଼ିଆ ଅସ୍ମିତା କୁ ବଜାୟ ରଖିବାକୁ କହିଥିଲେ। ଶେଷରେ ପ୍ରଦୀପ କୁମାର ଜେନା ଧନ୍ୟବାଦ ଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିକାଶ ଠୁ ବହୁଦୂରରେ ଲୋକନାଥପୁର ଗାଁ,ସମସ୍ୟାର ସମାଧାନ ନହେଲେ କରିବେ ଭୋଟ ବର୍ଜନ

ବିକାଶ ଠୁ ବହୁଦୂରରେ ଲୋକନାଥପୁର ଗାଁ,ସମସ୍ୟାର ସମାଧାନ ନହେଲେ କରିବେ ଭୋଟ ବର୍ଜନ

Read More...

ଲକ୍ଷ୍ମୀବାସକୁ ଓଭରଟେକ କରିବା ସମୟରେ ଦୁଇ ମୋଟର ସାଇକେଲଧକ୍କା,୧ ମୃତ

ଲକ୍ଷ୍ମୀବାସକୁ ଓଭରଟେକ କରିବା ସମୟରେ ଦୁଇ ମୋଟର ସାଇକେଲଧକ୍କା,୧ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: