ଯୁବ କଂଗ୍ରେସ ପକ୍ଷରୁ 'ଯୁବ ନ୍ୟାୟ' ଗ୍ୟାରେଣ୍ଟି ପୋଷ୍ଟର ଉନ୍ମୋଚନ

March 20, 2024, ସାଧାରଣ ନିର୍ବାଚନ-୨୦୨୪, ଗଞ୍ଜାମ, Gouri Shankar Mishra
ଯୁବ କଂଗ୍ରେସ ପକ୍ଷରୁ 'ଯୁବ ନ୍ୟାୟ' ଗ୍ୟାରେଣ୍ଟି ପୋଷ୍ଟର ଉନ୍ମୋଚନ
Gouri Shankar Mishra
[ Video Journalist ]
Bhagyaprabha News Bureau
March 20, 2024

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ଯୁବ କଂଗ୍ରେସ ସଭପତି ବିକାଶ ନାୟକ ଙ୍କ ସଂଯୋଜନା ରେ ଯୁବ କଂଗ୍ରେସ ପକ୍ଷରୁ 'ଯୁବ ନ୍ୟାୟ' ଗ୍ୟାରେଣ୍ଟି ପୋଷ୍ଟର ଉନ୍ମଚନ କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନରେ କିପରି ଉଭୟ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାପାଇଁ ବର୍ତମାନ ସମୟରେ ଯୁବକ ମାନେ ଯେଉଁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଛନ୍ତି,ଦେଶରେ ଯୁବକ ମାନଙ୍କର ଏହି ଉତ୍କଟ ପରିସ୍ଥିତି ରେ ସୁଧାରା ଆଣିବାପାଇଁ ରାହୁଲ ଗାନ୍ଧୀ ଯୁବକ ମାନକୁ ନ୍ୟାୟ ପ୍ରଦାନ ପାଇଁ ପାଞ୍ଚୋଟି ନ୍ୟାୟ ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି । ସେଗୁଡିକ ହେଲା ୧)ନିଯୁକ୍ତି ନିଶ୍ଚିତ ର ଗ୍ୟାରେଣ୍ଟିରେ ୩୦ ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି । ୨)ପ୍ରଥମ ଚାକିରୀ ପକ୍କା ଗ୍ୟାରେଣ୍ଟିରେ ନିଯୁକ୍ତି ପୂରଣ ସମସ୍ତ ଜିଲ୍ଲା ଓ ଡିପ୍ଲୋମା ଧାରାଙ୍କୁ ପ୍ରତି ବର୍ଷ ୧ ଲକ୍ଷ ଟଙ୍କା ଷ୍ଟାଇପେଣ୍ଡ ସହିତ ଆପେଣ୍ଡିସ୍ ର ଗ୍ୟାରେଣ୍ଟି ।୩)ଗିଗ ଇକୋନୋମି ରେ ସାମାଜିକ ସୁରକ୍ଷା ରେ ଗିଗ ଶ୍ରମିକଙ୍କ ପାଇଁ ପେନସନ, ସାମାଜିକ ସୁରକ୍ଷା ଏବଂ ଉନ୍ନତ କାର୍ଯ୍ୟ ସ୍ଥିତି ପାଇଁ ନୂଆ ଆଇନ ।୪)ଯୁବ ଆଲୋକ ଗ୍ୟାରେଣ୍ଟିରେ ୫୦୦୦ କୋଟି ଟଙ୍କାର ରାଷ୍ଟ୍ରୀୟ ପାଣ୍ଠି, ଦ୍ବାର ଜିଲ୍ଲା ସ୍ତରରେ ଯୁବକ ଯୁବତୀ ଙ୍କୁ ଷ୍ଟାର୍ଟ - ଅପ ଫଣ୍ଡ ପ୍ରଦାନକରି, ସେମାନଙ୍କୁ ଉଦ୍ଯମୀ କରିବାର ଗ୍ୟାରେଣ୍ଟି ।୫)ପ୍ରଶ୍ନ ପତ୍ର ପ୍ରଘଟ ରୋକିବାର ଗ୍ୟାରେଣ୍ଟି କରୁଥିବା ନୂଆ ଆଇନ ଯାହା ପରୀକ୍ଷାଗୁଡିକର ବିଶ୍ବସନୀୟ ଆୟୋଜନ ସୁନିଶ୍ଚିତ କରିବ । ଏହି ସବୁ ପ୍ରତିଶ୍ରୁତି କୁ ପଞ୍ଚାୟତ ବ୍ଲକ ,ଜିଲ୍ଲା କିପରି ପ୍ରତ୍ୟେକ ଯୁବକ ମାନଙ୍କର ପାଖରେ ପହଞ୍ଚିବ ସବୁ ଯୁବ କଂଗ୍ରେସ କର୍ମୀମାନେ ଶପଥ ନେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଚିନ୍ମୟ କୁମାର ହୋତା, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ସୁପ୍ରଭା କୁମାରୀ ଦାସ, ବ୍ରହ୍ମପୁର ଯୁବ କଂଗ୍ରେସ ସଭାପତି ତତ୍ ସତ୍ ସୁବୁଦ୍ଧି,ଛତ୍ରପୁର ଯୁବ କଂଗ୍ରେସ ସଭପତି ରଞ୍ଜିତ ରଥ , ଚିକିଟି ଯୁବ କଂଗ୍ରେସ ସଭାପତି ଦିବ୍ୟଞ୍ଜୟ ସାହୁ,ସୋରଡ଼ା ଯୁବ କଂଗ୍ରେସ ସଭପତି ପ୍ରଫୁଲ୍ଲ ମଲ୍ଲିକ , ଇଜୁ ଅମିନ୍ ଖାଁ , ସଂଗ୍ରାମ ରାଉତ , ଆତିଶ ଦଳେଇ,ନରେଶ ଘଡେ଼ଇ,, ଜଗନ୍ନାଥ ନାୟକ, ଦେବବ୍ରତ ପାଢ଼ୀ, ଟିକିନା ପ୍ରଧାନ ପ୍ରମୂଖ ଯୁବ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ଲାଗି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ଲାଗି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

Read More...

ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ନିର୍ବାଚନ ଆଚରଣ ବିଧି ପାଞ୍ଚ ଦିନ ବିତିଥିଲେ ସୁଦ୍ଧା ହଟିପାରିନାହଁ ପୋଷ୍ଟର କିମ୍ବା ହୋଡିଙ୍ଗ୍

ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ନିର୍ବାଚନ ଆଚରଣ ବିଧି ପାଞ୍ଚ ଦିନ ବିତିଥିଲେ ସୁଦ୍ଧା ହଟିପାରିନାହଁ ପୋଷ୍ଟର କିମ୍ବା ହୋଡିଙ୍ଗ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: