ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସର କର୍ମୀ ସମ୍ମିଳନୀ , ଜଣେ ଦକ୍ଷ ଯୁବକକୁ ପ୍ରାର୍ଥୀ ଦିଆଯିବ

March 22, 2024, ସାଧାରଣ ନିର୍ବାଚନ-୨୦୨୪, ଗଞ୍ଜାମ, Santosh Kumar Mishra
ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସର କର୍ମୀ ସମ୍ମିଳନୀ , ଜଣେ ଦକ୍ଷ ଯୁବକକୁ ପ୍ରାର୍ଥୀ ଦିଆଯିବ
Santosh Kumar Mishra
[ Special Correspondent ]
Bhagyaprabha News Bureau
March 22, 2024

ଛତ୍ରପୁର- ଯେତିକି ନିର୍ବାଚନୀ ପାଖେଇ ଆସୁଛି ସେତିକି ସରଗରମ ହେଉଛି ଛତ୍ରପୁର ରାଜନୀତି। ତିନି ପ୍ରମୁଖ ଦଳ ଅଣ୍ଟା ଭିଡୁଥିବା ବେଳେ ଆଜି ଛତ୍ରପୁର କଂଗ୍ରେସ ଭିକାରୀ ପଲ୍ଲୀ ପଞ୍ଚାୟତର ଗୋଲାପଲ୍ଲି ଗ୍ରାମ ଭଗବତି ମନ୍ଦିର ପରିସରରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ବରେ ଛତ୍ରପୁର କଂଗ୍ରେସ ରଣହୁଙ୍କାର ଦେଇଛି ।ଛତ୍ରପୁର କଂଗ୍ରେସ ପକ୍ଷରୁ ଶୁକ୍ରବାର ଗୋଲାପଲ୍ଲିରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ କର୍ମୀ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀକୁ ନେଇ ବହୁ ଆଲୋଚନା ହୋଇଥିଲା। ମଞ୍ଚାସିନ ନେତୃ ମଣ୍ଡଳୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଖୁବ‌ ଗରଜୀବା ସହ ସମାଲୋଚନା କରିଥିଲେ । ସମ୍ମୀଳନୀରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା କର୍ମୀ ମାନଙ୍କୁ ଉଦବୋଧନ ଦେଇ ଆଗାମୀ ଦିନରେ କଂଗ୍ରେସକୁ ଏକ ଯୁବ ନେତୃତ୍ବ ଆବଶ୍ୟକ ସହ ଯୁବ ପ୍ରାର୍ଥୀ ଦିଆଯିବ ବୋଲି ଇସାରାରେ ଘୋଷଣା କରିଛନ୍ତି। ଏହା ସହ ଶ୍ରୀ ଜେନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଢ଼ା ସମାଲୋଚନା କରିଛନ୍ତି। ଏହି ସମ୍ମିଳନୀ ଅବସରରେ ପଦ୍ମନାଭ ମହାରଣା ଆମ ଆଦମୀ ପାର୍ଟି ଛାଡି ଓ ଶିବରାମ ବେହେରା କମ୍ୟୁନିଷ୍ଟ ପାର୍ଟି ଛାଡି ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଥିଲେ। ସମ୍ମୀଳନୀକୁ ଶ୍ରମିକ ନେତା ଇଜୁ ଆମିନ୍ ଖାନ୍ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନୀୟ ଅତିଥି ରୂପେ ଯୁବନେତା ଅବନୀ ଶତପଥି , ଜଲାଲ ଖାନ୍, ବିଶ୍ବ ରଂଜନ ଦାଶ, ଅନିତା ପ୍ରଧାନ ଓ ବରିଷ୍ଠ ନେତା ତ୍ରିଲୋଚନ ରେଡି ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ହେଲେ ଛତ୍ରପୁର କଂଗ୍ରେସ ଆଶାୟୀ ପ୍ରାର୍ଥୀ ଭାବେ ଭାଗିରଥି ବେହେରା ରହିଥିବା ବେଳେ ତାଙ୍କୁ ଉକ୍ତ ସମ୍ମିଳନୀରେ ଡକାଯାଇନଥିବାରୁ ରମେଶ ଜେନା ଏକ ବଡ଼ ରଣନୀତି ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୁମା ଠାରେ ପ୍ରଜାପିତା ଵ୍ରହ୍ମକୁମାରୀ ରାଜଯୋଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ହୁମା ଠାରେ ପ୍ରଜାପିତା ଵ୍ରହ୍ମକୁମାରୀ ରାଜଯୋଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

Read More...

ମୋରଜୀ ଦେଶାଇ ଯୋଗ ପ୍ରତିଷ୍ଠାନ ଓ ମହାନ୍ ସଂଘ ପକ୍ଷରୁ ଯୋଗ ଉତ୍ସବ ୨୪ ମହା ସମାରୋହରେ ଆୟୋଜିତ

ମୋରଜୀ ଦେଶାଇ ଯୋଗ ପ୍ରତିଷ୍ଠାନ ଓ ମହାନ୍ ସଂଘ ପକ୍ଷରୁ ଯୋଗ ଉତ୍ସବ ୨୪ ମହା ସମାରୋହରେ ଆୟୋଜିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: