ଗଞ୍ଜାମ-ଖଲ୍ଲିକୋଟ କଞ୍ଚଣା ଉଚ୍ଚ ବିଦ୍ୟାଳୟରେ ଘରଚଟିଆ ଦିବସ ପାଳିତ

March 23, 2024, ଶିକ୍ଷା, ଗଞ୍ଜାମ, BHAGYAPRABHA NEWS
ଗଞ୍ଜାମ-ଖଲ୍ଲିକୋଟ କଞ୍ଚଣା ଉଚ୍ଚ ବିଦ୍ୟାଳୟରେ ଘରଚଟିଆ ଦିବସ ପାଳିତ
BHAGYAPRABHA NEWS
[ INPUT ]
Bhagyaprabha News Bureau
March 23, 2024

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘରଚଟିଆ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଭୂତି ଭୂଷଣ ଭୋଇଙ୍କ ସଭାପତିତ୍ବରେ ଇକୋକ୍ଲବ ଓ ଜୁନିଅର ରେଡକ୍ରସ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଘରଚଟିଆ ସହ ପ୍ରକୃତିର ସମ୍ପର୍କ ବିଷୟରେ ବିଶଦ ଭାବେ ଆଲୋକପାତ କରାଯାଇଥିଲା। ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ବାସହରା ହୋଇଯାଇଛି। ସିମେଣ୍ଟ କଂକ୍ରିଟରେ ନିର୍ମିତ କୋଠାବାଡ଼ି ଥିବା ଗାଁ ଆଉ ସହର ପରିବେଶ ଭିତରେ ଏମାନେ ନିଜକୁ ଖାପଖୁଆଇ ଚଳିବା କଷ୍ଟକର ହୋଇପଡିଛି ଯାହାଫଳରେ ସେମାନଙ୍କର ବଂଶ ଲୋପ ପାଇବାକୁ ବସିଲାଣି। ଏହି ଅବସରରେ ଘରଚଟିଆ ମାନଙ୍କର ସୁରକ୍ଷା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ କୃତ୍ରିମ ବସା, ଖାଦ୍ୟସ୍ଥଳୀ, ପାଣିପାତ୍ର ବଣ୍ଟନ କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗାଇବା ପାଇଁ ଆହ୍ଵାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ମମତା ପଣ୍ଡା, ସାହିଦା ବେଗମ, ମଧୁଛନ୍ଦା ଜେନା, ସୁକାନ୍ତ ମହାପାତ୍ର, ଯୋସ୍ନାବାଳା ସେନାପତି, ଲକ୍ଷ୍ମଣ ସାହୁ, ପ୍ରମୀତା ଦାସ, ମନୋଜ କୁମାର ସ୍ବାଇଁ, ନମିତା ପ୍ରିୟଦର୍ଶିନୀ ଜେନା, କବିତା ବେହେରା, ଗଗନ ବିହାରୀ ସାସମଲ, ବିନାୟକ ସାହାଣୀ ଆଦି ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ରେଡକ୍ରସ୍ ଦାୟୀତ୍ୱରେ ଥିବା କାଉନସିଲର ନିରଞ୍ଜନ ବିଶ୍ୱାଳ ସମ୍ପୂର୍ଣ୍ଣ ଭାବେ ସଂଯୋଜନା ଓ ପରିଚାଳନା କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁଭିଧା ଆପ୍ ବ୍ୟବହାର ନେଇ ଗଜପତିରେ ରାଜନୈତିକ ଦଳର ପ୍ରତିନିଧି ଓ ନୋଡାଲ ଅଧିକାରୀଙ୍କୁ ତାଲିମ୍

ସୁଭିଧା ଆପ୍ ବ୍ୟବହାର ନେଇ ଗଜପତିରେ ରାଜନୈତିକ ଦଳର ପ୍ରତିନିଧି ଓ ନୋଡାଲ ଅଧିକାରୀଙ୍କୁ ତାଲିମ୍

Read More...

ହୁମା ଠାରେ ପ୍ରଜାପିତା ଵ୍ରହ୍ମକୁମାରୀ ରାଜଯୋଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ହୁମା ଠାରେ ପ୍ରଜାପିତା ଵ୍ରହ୍ମକୁମାରୀ ରାଜଯୋଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: