ଦଳପତି ସମାଜର ହୋଲି ଉତ୍ସବ ପାଳିତ

March 26, 2024, ବିଶେଷ, ଗଞ୍ଜାମ, Sri Jaganath Tripathy
ଦଳପତି ସମାଜର ହୋଲି ଉତ୍ସବ ପାଳିତ
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
March 26, 2024

ବ୍ରହ୍ମପୁର ସହରର ଗୋକୁଳଧାମ ପରିସରରେ ଦଳପତି କ୍ରିୟାନୁଶୀଳ କମିଟି ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ରାଉତଙ୍କ ସଭାପତିତ୍ୱରେ ରଙ୍ଗର ପର୍ବ ହୋଲି ପାଳିତ ହୋଇଯାଇଛି । ବହୁ ଆଡମ୍ବର ସହ ଅବୀର ରଙ୍ଗରେ ରଙ୍ଗାୟିତ ହୋଇ ଭାଇଚାରା ସହିତ ଆଗାମୀ ଦିନରେ ଆହୁରି ଅଧିକ ମଜବୁତ କରିବା କାମନା କରି ପରସ୍ପର ମିଠା ଖୁଆଇ ଅଲିଙ୍ଗନର ସହ ଭାଇଚାରା ବଜାୟ ରଖି ଦଳପତି ସଙ୍ଘଠନକୁ ସୁଦୃଢ ରଖିବାର ପ୍ରୟାସ ରଖିଥିଲେ । ଅନୁଷ୍ଠାନର ଆବାହକ ଶିବଶଙ୍କର ସାହାଣୀ, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କ ସମେତ ପ୍ରମୋଦ କୁମାର ଜେନା, ନିରଞ୍ଜନ ଜେନା, ସୁରେଶ ଜେନା, ଶାନ୍ତନୁ ପାତ୍ର, ସାଇପ୍ରସାଦ ପାତ୍ର, ଦେବରାଜ କୋଠିଆ, ସନ୍ତୋଷ କୁମାର ଜେନା, ଲକ୍ଷ୍ମୀକାନ୍ତ ଜେନା, ପୁରବୀ ଜେନା, ବଟକୃଷ୍ଣ ଦଳେଇ, ବିଜୟ ବିଷୋଇ, କୁନା ବିଷୋଇ, ବିଶ୍ଵମୋହନ ନାୟକ, ପରେଶ ସାମଲ ଏବଂ ଅଶୋକ ଦଳେଇ ଙ୍କ ସହ ଅନେକ ଦଳପତି ଭାଇ ପ୍ରଭୁତ ଯୋଗ ଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହା ସହିତ ଦଳପତି ସମାଜର କୁକୁଡାଖଣ୍ଡି ଓ ଖୋଡାସିଙ୍ଗି ,ଗ୍ରାମାଞ୍ଚଳ କମିଟିର ନିମନ୍ତ୍ରଣ କ୍ରମେ ସମସ୍ତ କର୍ମକର୍ତ୍ତା ସେଠାକୁ ଯାଇ ଅବୀର ରଙ୍ଗ ଖେଳି , ହୋଲିକୁ ଅଧିକା ଉତ୍ସବ ମୁଖର କରିଥିଲେ। ଏହି ଅବସରରେ ସଭାକାର୍ଯ୍ୟର ପ୍ରଥମ ଭାଗରେ ଅନୁଷ୍ଠାନର ଦୁଇ ଜଣ ବରିଷ୍ଠ ବ୍ୟକ୍ତି ପ୍ରଫୁଲ ଚନ୍ଦ୍ର ରାଉତ ଓ ବଂଶୀଧର ଭୂୟାଁ ଙ୍କ ବିୟୋଗରେ ଶୋକସଭା ଆୟୋଜନ କରାଯାଇଥିଲା । ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର ନିଜ ଅଭିଭାଷଣରେ ଦଳପତି ଆକାଶର ଦୁଇ ଜଣ ଉଜ୍ବଳ ନକ୍ଷତ୍ରଙ୍କ ଅବସାନ ଘଟିବା କଥା ଉଲ୍ଲେଖ କରି ତାଙ୍କରି ସ୍ମୃତି ଚାରଣ କରିଥିଲେ। ଉପସ୍ଥିତ ସମସ୍ତ ସଦସ୍ୟ ,ଦିବଂଗତ ଆତ୍ମାର ସଦଗତି ଓ ମୋକ୍ଷ କାମନା କରିବା ସହିତ ଦୁଇ ମିନଟ ନିରବ ପ୍ରାର୍ଥନା ସହ ଏବଂ ଦଳପତି ସମାଜ ପାଇଁ ସେମାନଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ଉଚ୍ଚବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ଉଚ୍ଚବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

Read More...

ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ ସହ ସମ୍ୱର୍ଦ୍ଧନା ସଭା

ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ ସହ ସମ୍ୱର୍ଦ୍ଧନା ସଭା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: