କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ଉଚ୍ଚବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

March 28, 2024, ଶିକ୍ଷା, ଗଞ୍ଜାମ, Sri Jaganath Tripathy
କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ଉଚ୍ଚବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
March 28, 2024

ଗଞ୍ଜାମ -କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ କୃପାସିନ୍ଧୁପୁରୁ ସତ୍ୟବାଦୀ ନୋଡାଲ ଉଚ୍ଚବିଦ୍ୟାଳୟରେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ହର ପ୍ରସାଦ ବିଷୋୟୀ ନିଜ କାର୍ଯ୍ୟରୁ ଗତ ଫେବୃଆରୀ ୨୯ ତାରିଖରେ ଅବସର ଗ୍ରହଣ କରିସାରିଛନ୍ତି। ଏହି ବିଦାୟକାଳୀନ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ।ଏହି ବିଦାୟକାଳୀନ ସଭାରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲ। ଶ୍ରୀଯୁକ୍ତ ହର ପ୍ରସାଦ ବିଷୋୟୀ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ସେ ଜଣେ ମିଷ୍ଟଭାଷୀ,ଶାନ୍ତ,ସରଳ ବ୍ୟକ୍ତିତ୍ଵ ଭାବେ ପରିଚିତି। ସ୍କୁଲର ଶିକ୍ଷକ‌ ଓ ଶୀ‌କ୍ଷୟତ୍ରୀ ସାଇ ବିଭୁତି ବେହେରା, ଲିବିତା କୁମାରୀ ନାୟକ,ଉର୍ମିଳା କୁମାରୀ କାର୍ଜି,ସନ୍ଦ୍ୟା ରାଣୀ ରଣା, ଦୀପ୍ତି ରାଣୀ ନାୟକ, ହର ପ୍ରସାଦ ବିଶୋଇ, ଆଦିକନ୍ଦ ସାର,ମନୋଜ କୁମାର ଦଳାଇ, ସରିତା କୁମାରୀ ନାୟକ , ରାଜ୍ୟ ସ୍ତରୀୟ କୋଚ ଶ୍ରୀ ବି ବାବୁ ରାଓ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲ।ସଭା ଶେଷରେ ଏକ ମାନପତ୍ର ସହ କିଛି ଉପହାର ଦେଇ ସଭା କାର୍ଯ୍ୟକୁ ସମାପନ କରାଯାଇଥିଲା।ସେହିପରି ଭାବେ କୃପାସିନ୍ଧୁ ପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ଛାତ୍ରୀ ମାନଙ୍କ ପାଇଁ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଏହାକୁ ବି .ଇ.ଓ ଶ୍ରୀଯୁକ୍ତ ସୋନ୍ତୋଷ କୁମାର ମହାପାତ୍ର ଅନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ। ଏଥିରେ ବ୍ଳକ ଏ.ବି.ଡି.ଓ ମଧ୍ୟ ଉପସ୍ଥିତ ଥିଲେ। ସ୍କୁଲର ସମସ୍ତ ଛାତ୍ରୀ ନିଜର କିଭଳି ଆତ୍ମ ସୁରକ୍ଷା କରିପାରିବେ ଓ ବିପଦ ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ତାଲିମ ନେଇଥିଲେ।ଏହି ତାଲିମ୍ ରେ ସ୍କୁଲର ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ପରେ ଗଜପତିରେ ପରିବର୍ତ୍ତନ ଆହ୍ୱାନ ଦେଲେ ପ୍ରଦୀପ

ଗଞ୍ଜାମ ପରେ ଗଜପତିରେ ପରିବର୍ତ୍ତନ ଆହ୍ୱାନ ଦେଲେ ପ୍ରଦୀପ

Read More...

ଦଳପତି ସମାଜର ହୋଲି ଉତ୍ସବ ପାଳିତ

ଦଳପତି ସମାଜର ହୋଲି ଉତ୍ସବ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: