ଅଷ୍ଟମ ବାଟାଲିୟନରେ 89ତମ ପ୍ରତିଷ୍ଠା ଦିବସ ପାଳିତ

April 01, 2024, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ଅଷ୍ଟମ ବାଟାଲିୟନରେ 89ତମ ପ୍ରତିଷ୍ଠା ଦିବସ ପାଳିତ
Santosh Kumar Mishra
[ Special Correspondent ]
Bhagyaprabha News Bureau
April 01, 2024

ଛତ୍ରପୁର- ଗଞ୍ଜାମ ନିକଟ ଅଗସ୍ତି ନୂଆଗାଁ ଛକ ଠାରେ ଥିବା ଓଏସ ଏ ପି ଅଷ୍ଟମ ବାଟାଲିୟନ ପରିସରରେ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ବାଟାଲିୟନ ର କମାଣ୍ଡେଣ୍ଟ ଶାରଦା ପ୍ରସନ ଦାସ ଯୋଗଦେଇ ପତାକାଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ l ଆଇନଶୃଙ୍ଖଳା ରକ୍ଷାଉପରେ ମତ ରଖିବା ସହ ଆମେ ଆମର ସେବା ଠିକ ଭାବେ ଯୋଗାଇବା ଉପରେ ମତ ରଖିଥିଲେ କମାଣ୍ଡେଣ୍ଟ ଶ୍ରୀ ଦାସ l ଏହି ଅବସରରେ ପ୍ୟାରେଡ କମାଣ୍ଡେର ଦେବାଶିଷ ସ୍ୱାଇଁ ଙ୍କ ତତ୍ତ୍ୱବଧାନରେ ପ୍ୟାରେଡ ପରିଚାଳନା ହୋଇଥିଲା l ଉତ୍ତମ କାର୍ଯ୍ୟ କରିଥିବା ଜମାଦାର ଉଜ୍ଜଳ ଶବର, ହାବିଲଦାର ରୋଶନ କୁମାର ପଣ୍ଡା, ସିପାହୀ ସୁରେନ୍ଦ୍ର କୁମାର ବେହେରା ଙ୍କୁ କମାଣ୍ଡେଣ୍ଟ ପୁରସ୍କୃତ କରିଥିଲେ l ଏହି ଅବସରରେ ଅଗସ୍ତିନୂଆଗାଁ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସେମାନଙ୍କୁ କମାଣ୍ଡେଣ୍ଟ ପୁରୁସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଡେପୁଟି କମାଣ୍ଡେଣ୍ଟ ପ୍ରଫୁଲ୍ଲ କୁମାର ସିଂ, ସୁବେଦାର ରଞ୍ଜିତ କୁମାର ଲେଙ୍କା, ପ୍ରଫୁଲ୍ଲ କୁମାର ସେଠୀ ଙ୍କ ସମେତ ହାବିଲଦାର ଏବଂ ସିପାହୀ ମାନେ ଉପସ୍ଥିତ ଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ତୋଟିଗୁମୁଡା ଗ୍ରାମର ହତ୍ୟା ଘଟଣା ,ସ୍ୱାମୀକୁ ହତ୍ୟା କରିଥିବା ପତ୍ନୀ ଓ ପ୍ରେମିକ ଗିରଫ

ଗଜପତି ତୋଟିଗୁମୁଡା ଗ୍ରାମର ହତ୍ୟା ଘଟଣା ,ସ୍ୱାମୀକୁ ହତ୍ୟା କରିଥିବା ପତ୍ନୀ ଓ ପ୍ରେମିକ ଗିରଫ

Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ପବିତ୍ର ଉତ୍କଳ ଦିବସ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ପବିତ୍ର ଉତ୍କଳ ଦିବସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: