ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ପବିତ୍ର ଉତ୍କଳ ଦିବସ

April 01, 2024, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ପବିତ୍ର ଉତ୍କଳ ଦିବସ
Gouri Shankar Mishra
[ Video Journalist ]
Bhagyaprabha News Bureau
April 01, 2024

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ପବିତ୍ର ଉତ୍କଳ ଦିବସ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଓଡ଼ିଆ ତଥା ଓଡ଼ିଶାର ଗର୍ବ ଗୌରବ ତଥା ସ୍ମରଣୀୟ ଦିବସ ପବିତ୍ର ଉତ୍କଳ ଦିବସ ଟିକୁ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଦ୍ଵାରା ନୂତନ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଥିବା ବେଳେ ଏଥିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହିତ ବିଶ୍ୱବନ୍ଦନୀୟI ଉତ୍କଳମାତାର ବନ୍ଦନା ଗାନ ସହ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯଶସ୍ୱୀ ବ୍ୟକ୍ତି , ସାହିତ୍ୟିକ , ଶିକ୍ଷାବିତ , ରାଜନୀତିଜ୍ଞ , ଏବଂ ସଂଗଠକ ମାନଙ୍କର ଅମୂଲ୍ୟ ଅବଦାନ ସଂପର୍କରେ ମତ ରଖିଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର କିସ୍ ବିଶ୍ଵବିଦ୍ୟାଳୟ ଗୋପବନ୍ଧୁ ଚେୟାର ତଥା ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବିଜୟାନନ୍ଦ ସିଂ ଯୋଗ ଦେଇ ଭାରତବର୍ଷ ତଥା ସମଗ୍ର ବିଶ୍ୱକୁ ପ୍ରାଚୀନ ଯୁଗ ଠାରୁ ଆରମ୍ଭ କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପର୍ଯ୍ୟନ୍ତର ସମ୍ପୂର୍ଣ୍ଣ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଏବଂ କୁଳସଚିବ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଉତ୍କଳୀୟ ପରମ୍ପରା , ଭାଷା , ସଂସ୍କୃତି , ସହିତ ସ୍ଵତନ୍ତ୍ର ପ୍ରଦେଶ ଗଠନରେ ବଳିଦାନ ଦେଇଥିବା ବୀର ଓଡ଼ିଆଙ୍କ ଗୌରବର ଗାଥା ସଂପର୍କରେ ଅଭିବ୍ୟକ୍ତି ରଖିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟ ସମୀକ୍ଷକ ଡକ୍ଟର କୁଳମଣି ଓଝା ଯୋଗ ଦେଇ ଭାଷା ଭିତ୍ତିକ ରାଜ୍ୟ ତଥା ସ୍ଵତନ୍ତ୍ର ପ୍ରଦେଶ ଗଠନରେ ଓଡ଼ିଶାର ସଂଘର୍ଷର ଗାଥା କୁ ଉତ୍ଥାପନ କରିଥିଲେ । ସଭାଟିରେ ସମସ୍ତ ସ୍ନାତକୋତ୍ତର ବିଭାଗର ବରିଷ୍ଠ ପ୍ରଫେସର , ସହଯୋଗୀ ପ୍ରଫେସର , ସହକାରୀ ପ୍ରଫେସର , ଙ୍କ ସମେତ ଉପ କୁଳ ସଚିବ ଡକ୍ଟର ବାବୁଜୀ ସାମଲ , ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସତ୍ୟ ନIରାୟଣ କୁଣ୍ଡୁ , ସହ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସତ୍ୟ ପାତ୍ର , ବିତ୍ତ ନିୟନ୍ତ୍ରକ ଧଙ୍ଗଡା ମାଝୀ , ବିଶ୍ଵବିଦ୍ୟାଳୟର ସମସ୍ତ ଅଣ ଶିକ୍ଷକ କର୍ମଚାରୀ , ଶତାଧିକ ଛାତ୍ର ଛାତ୍ରୀ, ଏବଂ ଗବେଷକ ଗବେଶିକI ପ୍ରଭୃତି ଉପସ୍ଥିତ ରହିଥିଲେ । ଶେଷରେ ଡକ୍ଟର ସମୀର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଷ୍ଟମ ବାଟାଲିୟନରେ 89ତମ ପ୍ରତିଷ୍ଠା ଦିବସ ପାଳିତ

ଅଷ୍ଟମ ବାଟାଲିୟନରେ 89ତମ ପ୍ରତିଷ୍ଠା ଦିବସ ପାଳିତ

Read More...

ଖଲ୍ଲିକୋଟ ଓକିଲ ସଂଙ୍ଘର ନିର୍ବାଚନ ଶେଷ,  ନୂତନ ସଭାପତି ହେଲେ ନୀଳାମ୍ବର

ଖଲ୍ଲିକୋଟ ଓକିଲ ସଂଙ୍ଘର ନିର୍ବାଚନ ଶେଷ, ନୂତନ ସଭାପତି ହେଲେ ନୀଳାମ୍ବର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: