ବାଣିଶ୍ରୀ ବିଦ୍ୟା ମନ୍ଦିରରେ ୩୪ତମ ବାର୍ଷିକ ଉତ୍ସବ ବିଦ୍ୟା ମନ୍ଦିର

April 05, 2024, ଶିକ୍ଷା, ଗଞ୍ଜାମ, Gouri Shankar Mishra
ବାଣିଶ୍ରୀ ବିଦ୍ୟା ମନ୍ଦିରରେ ୩୪ତମ ବାର୍ଷିକ ଉତ୍ସବ ବିଦ୍ୟା ମନ୍ଦିର
Gouri Shankar Mishra
[ Video Journalist ]
Bhagyaprabha News Bureau
April 05, 2024

ବ୍ରହ୍ମପୁର -ବାଣିଶ୍ରୀ ବିଦ୍ୟା ମନ୍ଦିରରେ ୩୪ତମ ବାର୍ଷିକ ଉତ୍ସବ ବିଦ୍ୟା ମନ୍ଦିର । ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ଗୋଳନ୍ଥରା ଚଟି ନିକଟସ୍ଥ ବାଣିଶ୍ରୀ ବିଦ୍ୟାମନ୍ଦିରରେ ୩୪ତମ ବାର୍ଷିକ ଉତ୍ସବ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶା ବି ଏସ ଇ ଡେପୁଟି ସେକ୍ରେଟାରୀ ବ୍ରହ୍ମପୁର ଜୁର୍ନାଲ ଅଫିସ୍ ସୁବାସ ବେହେରା, ରଙ୍ଗେଇଲୁଣ୍ଡା ବ୍ଳକ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା, , ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ତଥା ଅବସରପ୍ରାପ୍ତ ସହ ଶିକ୍ଷା ନିରୀକ୍ଷକ କୃଷ୍ଣ ମୂର୍ତ୍ତି, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶାକ୍ଷାବିତ୍ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷା ନିରିକ୍ଷକ ଗଣେଶ ପଣ୍ଡା, ଅନୁଷ୍ଠାନର ସଭାପତି ଯୁଧିଷ୍ଠିର ଭଞ୍ଜ ସାମନ୍ତ, ସମ୍ପାଦକ ବିଘ୍ନରାଜ ଜେନା,ଯୁଗ୍ମ ସମ୍ପାଦକ ସୁଦର୍ଶନ ରାଉଳ, ,କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ଜେନା,ସଭ୍ୟ ଗୋପାଳ ସେଠୀ , ଉମା ସାହୁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଥିଲେ । ବିଦ୍ୟାମନ୍ଦିରର ସଭାପତି ଯୁଧିଷ୍ଠିର ଭଞ୍ଜ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସ୍ୱରେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତଥା ସମ୍ପାଦକ ବିଘ୍ନରାଜ ଜେନା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଦ୍ୟାମନ୍ଦିର ବିଦ୍ୟୁତ ପ୍ରଭା ମହାରଣା ଏବଂ ଆଶିଷ ଆଚାର୍ଯ୍ୟ ପରିଚୟ ପ୍ରଦାନ କରିଥିଲେ ।। ଉତ୍ସ୍ୱବ ପ୍ରାରମ୍ଭରେ ଶିଶୁମାନଙ୍କ ଦ୍ୱାରା ମାତୃ ବନ୍ଦନା ଗାନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଭାଷଣରେ ଛାତ୍ରଛାତ୍ରୀମାନେ କିପରି ସେମାନେ ଭଲ ଶିକ୍ଷା ଲାଭ କରି ଓଡ଼ିଶାର ଟେକ ରଖିବେ ଏବଂ ଦେଶ ବିଦେଶରେ ଓଡ଼ିଶାର ନାମକୁ ବିଖ୍ୟାତ କରିପାରିବେ ସେହି ବିଷୟରେ ଅତିଥି ମାନେ ମତପ୍ରକାଶ କରିଥିଲେ। । ଏହି କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିର ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିବା ବେଳେ ସଭାପତି ଯୁଧିଷ୍ଠିର ଭଞ୍ଜ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲା ଏବଂ ବ୍ଳକ ସ୍ତରରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ସେମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉତ୍ସ୍ୱବ ପରିଚାଳନାରେ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଗଲା ଦୁଇ ବଖରା ଚାଳଘର

ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଗଲା ଦୁଇ ବଖରା ଚାଳଘର

Read More...

ଗଜପତି ଜିଲ୍ଲାସ୍ତରୀୟ ୮୯ତମ ଓଡିଶା ଦିବସ ପାଳିତ

ଗଜପତି ଜିଲ୍ଲାସ୍ତରୀୟ ୮୯ତମ ଓଡିଶା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: