ନିମଖଣ୍ଡି ଥାନା ପୋଲିସ ପକ୍ଷରୁ ଜଗଦଳପୁର ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ

April 05, 2024, ଓଡ଼ିଶା, ଗଞ୍ଜାମ, Sri Jaganath Tripathy
ନିମଖଣ୍ଡି ଥାନା ପୋଲିସ ପକ୍ଷରୁ ଜଗଦଳପୁର ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
April 05, 2024

ବ୍ରହ୍ମପୁର- ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏଥିପୂର୍ବରୁ ସମସ୍ତ ବିଭାଗ ପକ୍ଷରୁ ମକ୍‌ଡ୍ରିଲ ଓ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାରେ ଶାନ୍ତିଶୃଙ୍ଖଳ ଶୃଙ୍ଖଳା ବଜାୟ ରଖିବା ସହ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ସଜାଗ ରହିଛି ପୁଲିସ ପ୍ରଶାସନ। ପେଷାଦାର ଅପରାଧୀ ଓ ଜେଲ୍ ଫେରନ୍ତାଙ୍କ ଉପରେ ରଖାଯାଇଛି କଡ଼ା ନଜର। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ବ୍ରହ୍ମପୁର ପୋଲିସ ପକ୍ଷରୁ ବିଭିନ୍ନ ଥାନା ଇଲାକାରେ ଫ୍ଲାଗ୍‌ମାର୍ଚ୍ଚ ହୋଇଛି ।ତେବେ ଏହି କ୍ରମରେ ନିମଖଣ୍ଡି ଥାନା ପକ୍ଷରୁ ମଧ୍ୟ ଫ୍ଲାଗମାର୍ଚ୍ଚ କରାଯାଇଛି। ନିମଖଣ୍ଡି ଥାନା ଅଧିକାରୀଣୀ ରେବତୀ ଶବର ଙ୍କ ନେତୃତ୍ୱରେ ୪ ପ୍ଲାଟୁନ ପୁଲିସ, ୨ପ୍ଲାଟୁନ ଏପିଆର ଓ ୨ ପ୍ଲାଟୁନ୍ ବିଏସଏଫ ଯବାନ ଫ୍ଲାଗମାର୍ଚରେ ବାହାରି ପ୍ରଥମେ ଜଗଦଳପୁର ପଞ୍ଚାୟତ ର ବିଭିନ୍ନ ୱାର୍ଡ ବୁଲି ଲୋକ‌ଙ୍କୁ ଭୟଭୀତ ନହୋଇ ନିଜ ନିଜ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା। ନିର୍ବାଚନ ସମୟରେ ଅପରାଧୀଙ୍କ ଗତିବିଧି ଓ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାରେ ସହାୟକ ହେବା ସହ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ମତଦାନ ହୋଇପାରିବ ବୋଲି ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ପରିଡା ସୂଚନା ଦେଇଛନ୍ତି ।ସେହିପରି ଭାବିନିପୁର ଓ ସାତଖୁଣ୍ଟୁଣି ପଞ୍ଚାୟତ ମଧ୍ୟ ପରିକ୍ରମା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ଭାବରେ ପବିତ୍ର ସାଉଁନ୍ତାଙ୍କୁ ଟିକଟ୍ ଘୋଷଣା କଲା କଂଗ୍ରେସ ଦଳ

ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ଭାବରେ ପବିତ୍ର ସାଉଁନ୍ତାଙ୍କୁ ଟିକଟ୍ ଘୋଷଣା କଲା କଂଗ୍ରେସ ଦଳ

Read More...

ଗଜପତି ଜିଲ୍ଲାର ୧୩ ଦିନିଆ ଦଣ୍ଡ ଯାତ୍ରା ଶୁଭାରମ୍ଭ

ଗଜପତି ଜିଲ୍ଲାର ୧୩ ଦିନିଆ ଦଣ୍ଡ ଯାତ୍ରା ଶୁଭାରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: