ଗଜପତି ଜିଲ୍ଲାର ୧୩ ଦିନିଆ ଦଣ୍ଡ ଯାତ୍ରା ଶୁଭାରମ୍ଭ

April 05, 2024, ଓଡ଼ିଶା, ଗଜପତି, Rasmi Ranjan Sahu
ଗଜପତି ଜିଲ୍ଲାର ୧୩ ଦିନିଆ ଦଣ୍ଡ ଯାତ୍ରା ଶୁଭାରମ୍ଭ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
April 05, 2024

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମା ଶ୍ୟାମାକାଳୀ ମନ୍ଦିର କମିଟି ଦ୍ବାରା ମନ୍ଦିର ସମ୍ମୁଖ ପଡ଼ିଆରେ ମେରୁ ଯାତ୍ରା ୧୩ ଦିନିଆ ଦଣ୍ଡ ଯାତ୍ରା ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାର ଦଣ୍ଡ ନାଟୁଆ ଆସି ଏଠାରେ ଦଣ୍ଡ ନୃତ୍ୟ ପ୍ରତିଦିନ ପରିବେଷଣ କରିଥାନ୍ତି । ଏଥିର କଣ୍ଟାଦଣ୍ଡ, ଅଗ୍ନି ଦଣ୍ଡ, ଧୂଳିଦଣ୍ଡ ଆଦି ବିଭିନ୍ନ ପ୍ରକାରର ର ଦଣ୍ଡ ସେମାନେ ପରିବେଷଣ କରିଥାନ୍ତି। ନାଟ ଦେଖିବା ପାଇଁ ପାରଳା ସହର ତଥା ଆଖପାଖ ଅଞ୍ଚଳର ଲୋକ ମାନଙ୍କର ଭିଡ ଜମିଥାଏ । ଏହି ଦଣ୍ଡନାଚ ପାରଳାଖେମୁଣ୍ଡି ସହରର ଏକମାତ୍ର ସ୍ଥାନରେ ଅନୁଷ୍ଠିତ ହୋଇଥାଏ । ମା ଶ୍ୟାମାକାଳୀଙ୍କ ମନ୍ଦିର ସମ୍ମୁଖରେ ପ୍ରତିବର୍ଷ ମେରୁ ସଂକ୍ରାନ୍ତି ପୂର୍ବରୁ ଅନୁଷ୍ଠିତ ହୋଇଥାଏ। ଶେଷଦିନରେ ପଣା ସଂକ୍ରାନ୍ତି ଅବସରରେ ଦଣ୍ଡନାଚ ସହ ଏଠାରେ ବିଶେଷ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ । ସମସ୍ତ କାର୍ଯ୍ୟକ୍ରମ ମା ଶ୍ୟାମାକାଳିମନ୍ଦିର ପାଟଭୁଗୁତା ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ମନ୍ଦିର କମିଟିର ବହୁ ଯୁବ ଗୋଷ୍ଠୀ ପରିଚାଳନା କରିଥାନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିମଖଣ୍ଡି ଥାନା ପୋଲିସ ପକ୍ଷରୁ ଜଗଦଳପୁର ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ

ନିମଖଣ୍ଡି ଥାନା ପୋଲିସ ପକ୍ଷରୁ ଜଗଦଳପୁର ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ

Read More...

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: