ଛତ୍ରପୁରରେ ବିଜେପିର ବିଶାଳ ବାଇକ ରାଲି ଶୋଭାଯାତ୍ରା

April 06, 2024, ସାଧାରଣ ନିର୍ବାଚନ-୨୦୨୪, ଗଞ୍ଜାମ, Santosh Kumar Mishra
ଛତ୍ରପୁରରେ ବିଜେପିର ବିଶାଳ ବାଇକ ରାଲି ଶୋଭାଯାତ୍ରା
Santosh Kumar Mishra
[ Special Correspondent ]
Bhagyaprabha News Bureau
April 06, 2024

ଭାରତୀୟ ଜନତା ପାର୍ଟିର ୪୪ ତମ ପ୍ରତିଷ୍ଠା ଦିବସ ଅବସରରେ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ ବାଇକ ରାଲି ସହ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବିଶାଳ ବାଇକ ରାଲି ପୁତି ଗୋପାଳପୁର ବିଶେଶ୍ୱର ମନ୍ଦିର ନିକଟରୁ ବାହାରି ଉପର ବସଷ୍ଟାଣ୍ଡ ଏବଂ ବଜାର ଦେଇ ସଭା ସ୍ଥଳ ନିକଟରେ ପହଞ୍ଚିଥିଲା । ଏହି ରାଲିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ,ଛତ୍ରପୁର ବିଧାନସଭା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ,ଓଡ଼ିଆ ସିନେ ତାରକା ତଥା ବିଜେପି ନେତା ଅରିନ୍ଦମ ରାୟ,ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ, ପ୍ରମୁଖଙ୍କ ସମେତ ଦୁଇ ହଜାରରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ସାମିଲ୍ ହେଇଥିଲେ ।୧୯୮୦ ମସିହା ଏପ୍ରିଲ୍ ୬ ରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହୋଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରଦ୍ଧେୟ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିକାଶ ଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗେଇ ନେଇ ଆଜି ବିଶ୍ୱଗୁରୁ ହେଇପାରିଛନ୍ତି । ଦେଶବାସୀ ମୋଦି ଗ୍ୟାରେଣ୍ଟିକୁ ବିଶ୍ୱାସ କରୁଛନ୍ତି । ଆମେ ସେବା ଏବଂ ବିକାଶମୂଳକ ଏଜେଣ୍ଡା ନେଇ ଲୋକଙ୍କ ପାଖକୁ ଯିବୁ । ଦେଶରେ ବିକାଶ ଧାରାରେ ସାମିଲ୍ ହେବା ପାଇଁ ଉଭୟ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଛତ୍ରପୁର ବିଧାନସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିକୁ ଜିତାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ସେହିପରି। ଯୁଆଡ଼େ ଦେଖିବେ ଓରେଞ୍ଜ ସୁନାମି ତାହା ଆଜି ବ୍ରହ୍ମପୁର ଏବଂ ଛତ୍ରପୁର ପଦଯାତ୍ରା ଏବଂ ରାଲିରୁ ସ୍ପଷ୍ଟ ବାରି ପଡୁଛି । ଓଡ଼ିଶାରେ ଏଥର ଡ଼ବଲ୍ ଇଞ୍ଜିନ୍ ସରକାର ବୋଲି ଓଡ଼ିଆ ସିନେ ତାରକା ତଥା ବିଜେପି ନେତା ଅରିନ୍ଦମ ରାୟ କହିଥିଲେ । ସମସ୍ତ କାର୍ଯ୍ୟକର୍ତ୍ତା ମିଳିମିଶି ଏକଜୁଟ୍ ହୋଇ ରାଜ୍ୟରେ ଶାସନାଧୀନ ଚବିଶି ବର୍ଷର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ସରକାରକୁ ହଟେଇବା ପାଇଁ ବିଜେପିର ଛତ୍ରପୁର ବିଧାନସଭା ପାର୍ଥି କୃଷ୍ଣଚନ୍ଦ୍ର ନାୟକ କହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦକ୍ଷିଣାଞ୍ଚଳ ଆୟୁକ୍ତଙ୍କ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

ଦକ୍ଷିଣାଞ୍ଚଳ ଆୟୁକ୍ତଙ୍କ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

Read More...

 ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ଭାବରେ ପବିତ୍ର ସାଉଁନ୍ତାଙ୍କୁ ଟିକଟ୍ ଘୋଷଣା କଲା କଂଗ୍ରେସ ଦଳ

ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ଭାବରେ ପବିତ୍ର ସାଉଁନ୍ତାଙ୍କୁ ଟିକଟ୍ ଘୋଷଣା କଲା କଂଗ୍ରେସ ଦଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: