ଦକ୍ଷିଣାଞ୍ଚଳ ଆୟୁକ୍ତଙ୍କ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

April 06, 2024, ସାଧାରଣ ନିର୍ବାଚନ-୨୦୨୪, ଗଞ୍ଜାମ, Santosh Kumar Mishra
ଦକ୍ଷିଣାଞ୍ଚଳ ଆୟୁକ୍ତଙ୍କ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ
Santosh Kumar Mishra
[ Special Correspondent ]
Bhagyaprabha News Bureau
April 06, 2024

ବ୍ରହ୍ମପୁର-ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି ।ଆୟୁକ୍ତ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ଜିଲ୍ଲା ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ମଧୁମିତା, ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତଗିର ମଞ୍ଚାସିନ ଥିବାବେଳେ ଗଞ୍ଜାମ ଜିଲ୍ଲାର ସମସ୍ତ ୧୩ ଗୋଟି ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ସମେତ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣଙ୍କ ଉପସ୍ଥିତିରେ ଆୟୁକ୍ତ ଶ୍ରୀ ଦାସ ଅବଗତ କରାଇଥିଲେ ଯେ, ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନଟି ଯେଭଳି ଅବାଧ ରୂପେ ନିର୍ବାଚନ ହେବ ସେହି ଦିଗରେ ସମସ୍ତ ଆସୁ ପଦକ୍ଷେପ ଗ୍ରହଣ କରି ମତଦାତାଗଣ ବିନା ଦ୍ବିଧାରେ ଶାନ୍ତି ଓ ଶୃଙ୍ଖଳାର ସହିତ ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବେ ସେହି ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ୨୦୨୧ ଜନଗଣନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ୩୫୨୯୦୩୧ ଜନସଂଖ୍ୟା ରହିଥିବା ବେଳେ ୨୦୨୪ ଅନୁସାରେ ୩୯୪୮୩୬୦ ଜନସଂଖ୍ୟା ରହିଛି । ଚଳିତ ବର୍ଷ ଜାନୁଆରୀ ମାସରେ ପ୍ରକାଶିତ ଭୋଟର ତାଲିକା ଅନୁଯାୟୀ ସମୁଦାୟ ୨୮୪୬୦୧୬ ଭୋଟର ଅଛନ୍ତି, ତନ୍ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧୫୨୦୧୨୯ , ମହିଳା ଭୋଟର ସଂଖ୍ୟା ୧୪୨୫୬୧୪ ଏବଂ ୨୭୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ସହରାଞ୍ଚଳରେ ୪୧୫ ଗୋଟି ଏବଂ ଗ୍ରାମାଞ୍ଚଳରେ ୨୬୬୨ ଗୋଟି ଏହିଭଳି ଜିଲ୍ଲାରେ ସମୁଦାୟ ୩୦୭୭ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ସହିତ ଅତିରିକ୍ତ ୧୦ ଗୋଟି ଭୋଟ ଗ୍ରହଣ କେନ୍ଦ୍ର କରାଯିବା ନେଇ ସ୍ଥିର ହୋଇଛି । ଗୋଟିଏ ଭୋଟ୍ ଗ୍ରହଣ କେନ୍ଦ୍ରରେ ୯୪୩ ପାଖାପାଖି ଭୋଟର ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଏଥିରେ ୭୨୨ ଗୋଟି ସମ୍ବେଦନଶୀଳ ଭୋଟ୍ ଗ୍ରହଣ କେନ୍ଦ୍ର କରିବା ସକାଶେ ଆକଳନ କରାଯାଇଛି । ନିର୍ବାଚନ ପରିଚଳନା ନିମନ୍ତେ ଆବଶ୍ୟକ ପଡୁଥିବା ମାନବ ସମ୍ବଳ ସମ୍ପୂର୍ଣ୍ଣ ହୋଇଥିବା ତଥ୍ୟରୁ ପ୍ରକାଶ କରାଯାଇଥିଲା । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପରିଚାଳନା ସକାଶେ ୮ ଜଣ ନିର୍ବାଚନ ଅଧିକାରୀ ( RO ) ,୨୬ ଜଣ ସହକାରୀ ନିର୍ବାଚନ ଅଧିକାରୀ ( ARO ) , ୧୩ ଜଣ ERO, ୭୫ ଜଣ AERO , ୧୬ ଜଣ ଜିଲ୍ଲା ନୋଡାଲ ଅଧିକାରୀ, ୩୭୯ ଜଣ ସେକ୍ତର ଅଧିକାରୀ, ୧୪୫ ଜଣ ମାଇକ୍ରୋ ଅବଜେର୍ଭର, ୩୬୯୨ ଜଣ ପ୍ରିଜାଇଡିଙ୍ଗ ଅଧିକାରୀ, ୧୮୪୬୦ ଜଣ ପୋଲିଙ୍ଗ ଅଧିକାରୀ ଏବଂ ୩୦୭୭ ଜଣ ବୁଥ ସ୍ତରୀୟ ଅଧିକାରୀଗଣ ସମ୍ପୂର୍ଣ୍ଣ ନିର୍ବାଚନ ପରିଚାଳନା ସକାଶେ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଜିଲ୍ଲାରେ ସମୁଦାୟ ୩୯୮ ଗୋଟି ମହିଳା ଏବଂ ୨୬ ଗୋଟି ଯୁବ ଭୋଟର ସଖି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପିତ ହେବ । ୧୩ ଗୋଟି ଭିନ୍ନକ୍ଷମ ବୁଥ, ୩୯ ଗୋଟି ପୁରୁଷ ପରିଚାଳନା ବୁଥ, ୧୩ ଗୋଟି ଇକୋ ଫ୍ରେଣ୍ଡଲୀ ବୁଥ,୧୨୬ ଗୋଟି ଅନ୍ୟ ମଡେଲ ବୁଥ ଏହିଭଳି ୬୧୫ ଗୋଟି ଅତ୍ୟାଧୁନିକ ବୁଥ ବ୍ୟବସ୍ଥା କରାଯିବା ନେଇ ସ୍ଥିର ହୋଇଛି । ୩୦୭୭ ଗୋଟି ସମ୍ବେଦନଶୀଳ ବୁଥ ହୋଇ ନିର୍ବାଚନ ଯେଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରି ପରିଚାଳନା ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡିରେ ବିଜେଡିର ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା

ପାରଳାଖେମୁଣ୍ଡିରେ ବିଜେଡିର ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା

Read More...

ଛତ୍ରପୁରରେ ବିଜେପିର ବିଶାଳ ବାଇକ ରାଲି ଶୋଭାଯାତ୍ରା

ଛତ୍ରପୁରରେ ବିଜେପିର ବିଶାଳ ବାଇକ ରାଲି ଶୋଭାଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: