ଅବସରପ୍ରାପ୍ତ ସମବାୟ ବ୍ୟାଙ୍କର ଅଧିକାରୀ ଭାସ୍କର ଆଚାର୍ଯ୍ୟଙ୍କ ପରଲୋକ ,ବିଭିନ୍ନ ମହଲରେ ଶୋକର ଛାୟା

April 13, 2024, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ଅବସରପ୍ରାପ୍ତ ସମବାୟ ବ୍ୟାଙ୍କର ଅଧିକାରୀ ଭାସ୍କର ଆଚାର୍ଯ୍ୟଙ୍କ ପରଲୋକ ,ବିଭିନ୍ନ ମହଲରେ ଶୋକର ଛାୟା
Santosh Kumar Mishra
[ Special Correspondent ]
Bhagyaprabha News Bureau
April 13, 2024

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରର ସମବାୟ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ଭାସ୍କର ଆଚାର୍ଯ୍ୟ (୭୨)ଙ୍କ ଗତକାଲି ମଧ୍ୟରାତ୍ରରେ ପରଲୋକ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଆଚାର୍ଯ୍ୟ ଗତ କିଛି ମାସ ଧରି ଅସୁସ୍ଥତା ହୋଇ ରହିବା ସହିତ ଛତ୍ରପୁରର ନିଜ ବାସଭବନରେ ରହି ଆସୁଥିଲେ । ଯାହାକି ହଠାତ୍ ଶୁକ୍ରବାର ରାତ୍ରରେ ବିୟୋଗ ଘଟିଥିଲା । ସ୍ୱର୍ଗତ ଆଚାର୍ଯ୍ୟ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ଭାବରେ ବେଶ ପରିଚିତ ରହିଥିବା ବେଳେ ଛତ୍ରପୁର ଅଞ୍ଚଳରେ ପୂର୍ବରୁ ଆୟୋଜିତ ହୋଇଆସୁଥିବା ବହୁ ମଞ୍ଚ ନାଟକରେ ଜଣେ ଅଭିନେତା ଭାବରେ ଅନେକ ଅଭିନୟ କରିବା ନଜର ରହିଛି ।ଛତ୍ରପୁର ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟିର ଜଣେ ସକ୍ରିୟ ସଦସ୍ୟ ଠାରୁ ଆରମ୍ଭ କରି ଛତ୍ରପୁର ସହରର ରିକାପଲ୍ଲୀ ଅଞ୍ଚଳର ସମସ୍ତ କାର୍ଯ୍ୟରେ ଦୀର୍ଘ ବର୍ଷ ଧରି ପ୍ରମୁଖ ସହଯୋଗିତା ରହି ଆସୁଥିଲା । ବିୟୋଗ ପରେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ , ମୃତକଙ୍କ ସପରିବାର ଉପସ୍ଥିତ ରହିଥିଲେ ।ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ପତ୍ନୀ, ପୁତ୍ର ,ପୁତ୍ରବଧୁ , ସମସ୍ତ କନ୍ୟା ଓ ପରିବାର ବର୍ଗ ଉପସ୍ଥିତ ରହିଥିଲେ । ଶେଷରେ ଛତ୍ରପୁର ସହରର ଜାତୀୟ ରାଜପଥ କଡ଼ରେ ରହିଥିବା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର - ଯୁବ ସମାଜସେବୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

ବ୍ରହ୍ମପୁର - ଯୁବ ସମାଜସେବୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

Read More...

ଦିଗପହଣ୍ଡି ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବଙ୍କ ଜଗଦଳପୁରରେ  ଜନସଂପର୍କ ପଦଯାତ୍ରା

ଦିଗପହଣ୍ଡି ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବଙ୍କ ଜଗଦଳପୁରରେ ଜନସଂପର୍କ ପଦଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: