ଦିଗପହଣ୍ଡି ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବଙ୍କ ଜଗଦଳପୁରରେ ଜନସଂପର୍କ ପଦଯାତ୍ରା

April 11, 2024, ସାଧାରଣ ନିର୍ବାଚନ-୨୦୨୪, ଗଞ୍ଜାମ, Sri Jaganath Tripathy
ଦିଗପହଣ୍ଡି ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବଙ୍କ ଜଗଦଳପୁରରେ  ଜନସଂପର୍କ ପଦଯାତ୍ରା
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
April 11, 2024

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭାର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କ ଜଗଦଳପୁରରେ ଜନସଂପର୍କ ପଦଯାତ୍ରା । ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତରେ ବିଜେଡି ବିଧାୟକ ପାର୍ଥି ବିପ୍ଳବ ପାତ୍ର ଚଳିତ ବର୍ଷର ସାଧାରଣ ନିର୍ବାଚନ ପୂର୍ବରୁ ସାଧାରଣ ଜନତାଙ୍କର ନିକଟତର ହେଉଥିବା ଦେଖିବାକୁ ମିଳୁଛି । ନିର୍ବାଚନ ଯେତେ ପାଖେଇ ଆସୁଛି ଗ୍ରାମାଞ୍ଚଳରେ ନିର୍ବାଚନକୁ ନେଇ ଉଷ୍ମତା ସେତେ ସରଗରମ ହେଇ ଉଠୁଛି। ଜଗଦଳପୁର ପଞ୍ଚାୟତରେ ଶ୍ରୀଯୁକ୍ତ ପାତ୍ର ପହଞ୍ଚି ସହିଦ ସ୍ବର୍ଗତ ଶ୍ରୀ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ଏହା ପରେ ଶ୍ରୀଯୁକ୍ତ ବିପ୍ଲବ ପାତ୍ର ପଞ୍ଚାୟତର ବିଭିନ୍ନ ସାହି ପରିକ୍ରମା କରି ଅଞ୍ଚଳବାସିଙ୍କ ସହ ସାକ୍ଷତ କରିଥିଲେ। ବିଭିନ୍ନ ସାହି ପରିକ୍ରମା ବେଳେ ସାହି ବାସିନ୍ଦା ଶ୍ରୀଯୁକ୍ତ ପାତ୍ରଙ୍କୁ ଫୁଲମାଳ ଦେଇ ଭବ୍ୟ ସମ୍ବର୍ଧନା ଜଣାଇଥିଲେ ଏବଂ ଲୋକଙ୍କ ସମସ୍ୟା ବିପ୍ଳବଙ୍କୁ ଜଣାଇଥିଲେ। ଏହାର ସମାଧାନ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀଯୁକ୍ତ ପାତ୍ର ଏହି ଜନସଂପର୍କ ପଦଯାତ୍ରା ବେଳେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ସଠିକ୍ ଭାବେ ପହଞ୍ଚିବା ସହ ଅବଗତ କରାଇଥିଲେ।ଏଥିରେ ସ୍ଥାନୀୟ ସରପଞ୍ଚ ଜଗଦଳପୁର ସରପଞ୍ଚ କ୍ରାନ୍ତିକୁମାରୀ ଦେବୀ ଓ ସମିତି ସଭ୍ୟ ବି. ରବୀନ୍ଦ୍ର ପାତ୍ରଙ୍କ ତତ୍ତ୍ଵାବଧାନରେ ଏହି ଜନ ସଂପର୍କ ପଦଯାତ୍ରା ହେଇଥିଲା।ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ,ବ୍ଲକ ସଭାପତି ସୀତାରାମ ସାହୁ ,ବରିଷ୍ଠ ସମାଜସେବୀ ଉଦୟ କୁମାର ବେହେରା ,ଉପସଭାପତି ରବିନ୍ଦ୍ର ମହାରଣା, କୈଳାସ ବିଷୋୟୀ,ସମିତି ସଭ୍ୟା ନିରୁପମା ପାତ୍ର , ରୋହୀ ଗାଁ ସରପଞ୍ଚ ବଶିଷ୍ଠ ଜେନା ,ଅନନ୍ତେଇ ସରପଞ୍ଚ ପୂର୍ଣ୍ଣବାସୀ ବିଶ୍ଵାଳ , କାମେଶ୍ୱର ବିଶ୍ଵାଳ,ମସିହାଖାଲି ସରପଞ୍ଚ କେ.ବୁଲୁ , Ch.ରାମାୟା ପାତ୍ର, ବହୁ ବିଜେଡି ନେତା ଓ କର୍ମୀ, ସରପଞ୍ଚ,ସମିତିସଭ୍ୟ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପଞ୍ଚାୟତର ଜନ ସାଧାରଣ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅବସରପ୍ରାପ୍ତ ସମବାୟ ବ୍ୟାଙ୍କର ଅଧିକାରୀ ଭାସ୍କର ଆଚାର୍ଯ୍ୟଙ୍କ ପରଲୋକ ,ବିଭିନ୍ନ ମହଲରେ ଶୋକର ଛାୟା

ଅବସରପ୍ରାପ୍ତ ସମବାୟ ବ୍ୟାଙ୍କର ଅଧିକାରୀ ଭାସ୍କର ଆଚାର୍ଯ୍ୟଙ୍କ ପରଲୋକ ,ବିଭିନ୍ନ ମହଲରେ ଶୋକର ଛାୟା

Read More...

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନ ରେ ହେବ ବିଗ୍ ଫାଇଟ

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନ ରେ ହେବ ବିଗ୍ ଫାଇଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: