ପଣାସଂକ୍ରାନ୍ତିରେ ରକ୍ତଦାନ-ଜୀବନଦାନ ବାର୍ତ୍ତା ,ସବୁଠି କରାଗଲା ପ୍ରଶଂସା

April 15, 2024, ଦେଶଦୁନିଆ, , BHAGYAPRABHA NEWS
ପଣାସଂକ୍ରାନ୍ତିରେ  ରକ୍ତଦାନ-ଜୀବନଦାନ ବାର୍ତ୍ତା ,ସବୁଠି କରାଗଲା ପ୍ରଶଂସା
BHAGYAPRABHA NEWS
[ INPUT ]
Bhagyaprabha News Bureau
April 15, 2024

ବାଙ୍ଗୋଲୋର - ଓଡିଆ ନବବର୍ଷର ପଣାସଂକ୍ରାନ୍ତିରେ ରକ୍ତଦାନ କରି ଜୀବନ ଦାନ କରିବାର ବାର୍ତ୍ତା । ବାଙ୍ଗାଲୋରରେ କିଛି ନୂତନ ଚିନ୍ତାଧାରା ନେଇ ପାଳନ କରାଯାଇଛି ନୂତନ ବର୍ଷ । ଓଡ଼ିଆ ଟ୍ରଷ୍ଟ ସରଜାପୁର (ଓଟସ) ପକ୍ଷରୁ ଓଡ଼ିଆ ନବ ବର୍ଷ ଅପ୍ରେଲ ୧୪ ଅବସରରେ ଆୟୋଜନ କରାଯାଇଥିଲା ରକ୍ତଦାନ ଶିବିର । ସରଜାପୁର ଭି ସ ସ ସରକାରୀ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେଠାରେ ରହିଥିବା ବହୁ ଓଡ଼ିଆ ଏବଂ ବିବିଧ ଭାଷାର ବ୍ୟକ୍ତିବିଶେଷ ମାନେ ରକ୍ତଦାନ କରିବା ସହିତ କମିଟି ତରଫରୁ ସମସ୍ତଙ୍କ ପାଇଁ ଓଡ଼ିଆଙ୍କ ସେହି ପାରମ୍ପାରିକ ପଣାର ବ୍ୟାବସ୍ଥା କରାଯାଇଥିଲା । ସ୍ଥାନୀୟ ଲାୟନ ରକ୍ତଭଣ୍ଡାର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ଏହିପରି ମହାନ କାର୍ଯ୍ୟରେ ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ପ୍ରତିନିଧି ମାନେ ଏହାକୁ ନେଇ ବେଶ ପ୍ରଶଂସା ମଧ୍ୟ କରିଛନ୍ତି | ପ୍ରତେକ ବର୍ଷ କିଛି ଏହିପରି ନୂତନ ପ୍ରୟାସ ପାଇଁ ଓଡ଼ିଆ ଟ୍ରଷ୍ଟର କାର୍ଯ୍ୟକୁ ବହୁତ ପ୍ରଶଂସାର ପାତ୍ର ହେବା ସହିତ ପ୍ରମୁଖ ସମାଜସେବା ଅନୁଷ୍ଠାନରୁ ଅନ୍ୟତମ ସମସ୍ତେ ସହଯୋଗ କରିଥିବାରୁ କମିଟି ତରଫରୁ ଧନ୍ୟବାଦ ଜଣାଯାଇଛି । ସେପଟେ କମିଟି ପକ୍ଷରୁ ଆଗକୁ ଏହ ପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଘୋଷଣା କରାଯାଇଛି |ଦେଶରେ ଏହି ଦିନ ବିଭିନ୍ନ ରାଜ୍ୟରେ ପଣା ସଂକ୍ରାନ୍ତି, ବିହୁ, ପୋଙ୍ଗଲ, ଉଗାଡି ଏବଂ ଗୁଡି ପାଦୱା ଭଳି ବିଭିନ୍ନ ନାମରେ ପାଳନ କରାଯାଇଥାଏ । ଯାହା ଆମର ସଂସ୍କୃତି ,ଓଡ଼ିଆଙ୍କର ପଣା ସଂକ୍ରାନ୍ତି ନାମରେ ପରିଚିତ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାରାୟଣପାଟଣା-କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଚାଉଳ ଚୋରାଚାଲାଣ ବେଳେ ଧରାପଡ଼ିଲା

ନାରାୟଣପାଟଣା-କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଚାଉଳ ଚୋରାଚାଲାଣ ବେଳେ ଧରାପଡ଼ିଲା

Read More...

ବ୍ରହ୍ମପୁର - ଯୁବ ସମାଜସେବୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

ବ୍ରହ୍ମପୁର - ଯୁବ ସମାଜସେବୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: