ନାରାୟଣପାଟଣା-କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଚାଉଳ ଚୋରାଚାଲାଣ ବେଳେ ଧରାପଡ଼ିଲା

April 16, 2024, ଓଡ଼ିଶା, କୋରାପୁଟ, SANJAY KUMAR KANDHAPANI
ନାରାୟଣପାଟଣା-କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଚାଉଳ ଚୋରାଚାଲାଣ ବେଳେ ଧରାପଡ଼ିଲା
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
April 16, 2024

କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ସଦର ମହକୁମା ଠାରେ ଥିବା ଏକ ମାତ୍ର ସରକାରୀ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ପେଟ ପୁରା ଖାଇବା ଦେଇ ଶିକ୍ଷା ଦେବା ନିମନ୍ତେ ରାଜ୍ୟ ସରକାର ପ୍ରତ୍ୟେକ ଛାତ୍ରୀଙ୍କ ପିଛା ଷ୍ଟାଇପେଣ୍ଟ୍ ଟଙ୍କା ସହ ଚାଉଳ ମଧ୍ୟ ସରକାର ଯୋଗାଇ ଦେଉଥିବା ବେଳେ ସୋମବାର ଦିନ ଜୟପୁର ଚାଉଳ ଷ୍ଟୋରରୁ ଠାରୁ ୬୦ ବସ୍ତା ଚାଉଳ ମଧ୍ୟରୁ ୪୦ ବସ୍ତା ଚାଉଳ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଓହ୍ଲାଇ ଛାତ୍ରୀଙ୍କ ପେଟରେ ଓଦା କପଡ଼ା ଦେଇ ଏଠାକାର ପ୍ରାଧାନ ଶିକ୍ଷୟିତ୍ରୀ ତଥା ହଷ୍ଟେଲ ପରିଚାଳନା ଦାୟିତ୍ଵରେ ଥିବା ଶିକ୍ଷୟିତ୍ରୀ ଯେଉଁ ଗାଡ଼ି ଚାଉଳ ଆଣିଥିଲେ ଉକ୍ତ ଗାଡ଼ି ଯାହାର ନମ୍ବର AP 39Y 8249 ଗାଡ଼ିରେ ୨୦ ବସ୍ତା ଚାଉଳ ବିକ୍ରୀ ନିମନ୍ତେ ନେଇ ଯାଉଥିବା ସମୟରେ ନାରାୟଣପାଟଣା ପୋଲିସ ଗାଡ଼ି ସହ ଚାଉଳ ଜବତ କରି ନେଇ ଅଧିକ କରତାଳ କରୁଥିବା ସୂଚନା ମିଳିଛି। ଏହି ହଷ୍ଟେଲ ଛାତ୍ରୀଙ୍କ ଚାଉଳ ଚୋରା ଚାଲାଣ କରି ବିକ୍ରୀ ପଛରେ ହଷ୍ଟେଲ ପରିଚାଳନା ଦାୟିତ୍ଵରେ ଥିବା ଶିକ୍ଷୟିତ୍ରୀ ସହ ଆଉ କେଉଁ ମାନଙ୍କ ହାତ ରହିଛି ଏହା ପଛରେ ଅଧିକ ତଦନ୍ତ କଲେ ପଦାକୁ ସମସ୍ତ ତଥ୍ୟ ଲୋକଲୋଚନାକୁ ଆସି ଯିବ ବୋଲି ନାରାୟଣପାଟଣାବାସୀ ଦାବୀ କରିଛନ୍ତି। ସେପଟେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି : ବିଜେପି ରେ ସାମିଲ ହେଲେ ଉଭୟ କାଶୀନଗର ଓ ଗୋଷାଣୀ ବ୍ଲକର ବିଜେଡି ନେତା ଓ କର୍ମୀ ।

ପାରଳାଖେମୁଣ୍ଡି : ବିଜେପି ରେ ସାମିଲ ହେଲେ ଉଭୟ କାଶୀନଗର ଓ ଗୋଷାଣୀ ବ୍ଲକର ବିଜେଡି ନେତା ଓ କର୍ମୀ ।

Read More...

ପଣାସଂକ୍ରାନ୍ତିରେ  ରକ୍ତଦାନ-ଜୀବନଦାନ ବାର୍ତ୍ତା ,ସବୁଠି କରାଗଲା ପ୍ରଶଂସା

ପଣାସଂକ୍ରାନ୍ତିରେ ରକ୍ତଦାନ-ଜୀବନଦାନ ବାର୍ତ୍ତା ,ସବୁଠି କରାଗଲା ପ୍ରଶଂସା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: