ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା

May 01, 2024, ସାଧାରଣ ନିର୍ବାଚନ-୨୦୨୪, ଗଜପତି, Rasmi Ranjan Sahu
ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
May 01, 2024

ଗଜପତି: ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା। ଆଗକୁ ନିର୍ବାଚିତ ମୁଣ୍ଡ ଉପରେ ଥିବା ବେଳେ ଆଜି ଦିନିକିଆ ଗସ୍ତରେ ଆସି ଯୁବପିଢି ମାନଙ୍କ ମନରେ ଉତ୍ସାହ ଭରିଥିବା ସହ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନିର୍ବାଚନ କିପରି ବିଜୟୀ ହେବ ସେଥିପାଇଁ ଲକ୍ଷ୍ୟ ରଖି କାମ କରିବାପାଇଁ ଜିଲ୍ଲା ଯୁବମୋର୍ଚ୍ଚା ର ଯୁବକ ମାନଙ୍କୁ କହିଥିଲେ। ଆଜି ସକାଳେ ୧୦.୩୦ ମିନିଟ ସମୟରେ ଫରେଷ୍ଟ ଗେଟ୍ ଛକ ନିକଟରେ ଗଜପତି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ରଙ୍କ ସହ ଜିଲ୍ଲାର ଅନେକ ନେତା ଓ କର୍ମୀମାନେ ମାନେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବାଗତ କରିଥିଲେ। ଏକ ବାଇକ ରାଲିରେ ପାରଳାଖେମୁଣ୍ଡି ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ରେ ପହଞ୍ଚି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ସହ ସାକ୍ଷାତ କରିବା ସହ ବିଧାୟକ ଶ୍ରୀ ରାଓ ମଧ୍ୟ ସ୍ବାଗତ କରିଥିଲେ, ସେଠାରୁ ସ୍ଥାନୀୟ ବିଶ୍ବନାଥ କଲ୍ୟାଣ ମଣ୍ଡପ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଉକ୍ତ ବୈଠକରେ ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର, ଜିଲ୍ଲା ଯୁବ ପ୍ରଭାରୀ ଆକାଶ ସାହୁ, ସାଧାରଣ ସଂପାଦକ ଆଖଣ୍ଡଳମଣି ଗୌଡ଼, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଭାକର ଗୁରୁ , ପାରଳାଖେମୁଣ୍ଡି ନଗର ସଭାପତି ଦିବାକର ସ୍ବାୟଳ ସିଂଘ ଜିଲ୍ଲାର ଅନେକ ସ୍ଥାନୀୟ ଯୁବନେତା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କାର୍ଯ୍ୟାଳୟ ସରିବା ପରେ ଜିଲ୍ଲାର ମୋହନା ନିର୍ବାଚିତ ମଣ୍ଡଳୀର ନୁଆଗଡ,ଆର ଉଦୟଗିରି ବ୍ଳକ ମଧ୍ୟ ଯୁବକ ମାନଙ୍କୁ ଉତ୍ସାହିତ କରି ସନ୍ଧ୍ୟାରେ ଭୁବନେଶ୍ୱର କାର୍ଯ୍ୟକ୍ରମ ସାରି ଫେରି ଯାଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

Read More...

ପାଣ୍ଡିୟାନଙ୍କ ଗସ୍ତରେ ମୋହନା ବିଧାନସଭା ମଣ୍ଡଳୀ ଚଳଚଞ୍ଚଳ

ପାଣ୍ଡିୟାନଙ୍କ ଗସ୍ତରେ ମୋହନା ବିଧାନସଭା ମଣ୍ଡଳୀ ଚଳଚଞ୍ଚଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: