ପାଣ୍ଡିୟାନଙ୍କ ଗସ୍ତରେ ମୋହନା ବିଧାନସଭା ମଣ୍ଡଳୀ ଚଳଚଞ୍ଚଳ

May 01, 2024, ସାଧାରଣ ନିର୍ବାଚନ-୨୦୨୪, ଗଜପତି, Rasmi Ranjan Sahu
ପାଣ୍ଡିୟାନଙ୍କ ଗସ୍ତରେ ମୋହନା ବିଧାନସଭା ମଣ୍ଡଳୀ ଚଳଚଞ୍ଚଳ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
May 01, 2024

ଗଜପତି ଜିଲ୍ଲା ମୋହନା ବିଧାନସଭା ମଣ୍ଡଳୀ ଜିଲ୍ଲାର ଚାରୋଟି ବ୍ଲକକୁ ନେଇ ଗଠିତ, ଯଥା ମୋହନା, ରା. ଉଦୟଗିରି, ନୁଆଗଡ, ଓ ରାୟଗଡ। ଏହି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ଅନ୍ତର୍ଯ୍ୟାମି ଗମାଙ୍ଗଙ୍କୁ BJD ଦଳ ପକ୍ଷରୁ ଟିକଟ ପ୍ରଦାନ କରାଯାଇଛି। ସେହିପରି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ଭୃଗୁ ବକ୍ସି ପାତ୍ରଙ୍କୁ BJD ର ଟିକଟ ପ୍ରଦାନ କରାଯାଇଛି। ତେବେ ଆଜି ପୁର୍ବତନ 5T ସଚିବ ତଥା BJD ର ନୁତନ ଭାବେ ମଙ୍ଗ ଧରିଥିବା V K ପାଣ୍ଡିୟାନ୍ ମୋହନା ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ଏକ ବିଶାଳ ଜନସମାବେଶରେେ ଯୋଗଦେଇ ଦୁଇ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କଲେ। ପାଣ୍ଡିୟାନଙ୍କ ଏହି ଗସ୍ତକୁ ନେଇ ଚାରୋଟି ବ୍ଲକର ବିଜୁପ୍ରେମୀ ମହିଳା ଓ ପୁରୁଷ ପ୍ରାୟ ୭ ହଜାରରୁ ଉର୍ଦ୍ଧ ଜନତାଙ୍କ ସମାବେଶ ହୋଇଥିଲା। ଲୋକଙ୍କ ମନରଞ୍ଜନ ଲଗି ଓଡିଶାର ସୁପରିଚିତ ଗାୟକ, ଗାୟିକା ଓ କମେଡିୟାନ୍ ଙ୍କ ଦ୍ବାରା ଗୀତ,ନୃତ୍ୟ, ଓ ଅଭିନୟ ପରିବେଷଣ ବେଶ ଆକର୍ଷଣୀୟ ଥିଲା। ଆଜି ହ୍ୟାଲିକ୍ୟାପଟରରେ ଚନ୍ଦ୍ରଗିରିରେ ଆସି ପହଞ୍ଚିଲା ପରେ ସଭା ସ୍ଥଳକୁ ଯିବାବେଳେ ଉପସ୍ଥିତ ଜନତାଙ୍କ ସହ ହସ୍ତ ମିଳନ ପୂର୍ବକ ଶ୍ରୀ ପାଣ୍ଡିୟାନ ସଭାସ୍ଥଳରେ ପହଞ୍ଚଥିଲେ। ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଓ ମୋହନା ପର୍ଯ୍ୟବେକ୍ଷକ ପୃଥିବୀରାଜ ସାହୁ ପୁଷ୍ପଗୁଛ୍ଛ ଓ ଉପଢୌଙ୍କନ ଦେଇ ପାଣ୍ଡିଆନଙ୍କୁ ସ୍ବାଗତ କରିଥିଲେ। ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ଶ୍ରୀ ବକ୍ସିପାତ୍ରଙ୍କ ଅବିଭାଷଣ ଓ ଭୋଟ ଭିକ୍ଷାପରେ ଶ୍ରୀ ପାଣ୍ଡିଆନ୍ ସରକାରଙ୍କ ଗତଦିନର ବିକାଶର ହିସାବ ଦେଲାପରେ ଦୁଇ ପ୍ରାର୍ଥୀଙ୍କ ଲାଗି ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ସାଥେ ସାଥେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ଲାଗି ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ। ଏହି କାର୍ଯକ୍ରମ ଦେଖିଲେ ଲାଗୁଥିଲା ନିର୍ବାଚନ ପ୍ରସ୍ତୁତିଲାଗି ସତେ ଯେମିତି ଚଳ ଚଞ୍ଚଳ ଚନ୍ଦ୍ରଗିରି ତଥା ମୋହନା ନିର୍ବାଚନ ମଣ୍ଡଳୀ। ପରି ଶେଷରେ ଗଜପତି BJD ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଉପସ୍ଥିତ ଜନତା, ଦଳିୟ କର୍ମୀ ମାନଙ୍କୁ ଧନ୍ୟବାଦ ଅର୍ପଣ କଲାପରେ ସଭା ସାଙ୍ଗ କରାଗଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା

ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା

Read More...

ବ୍ରହ୍ମପୁରର ରାଜ୍ୟସ୍ତରୀୟ ସୁବାସ ସ୍ମାରକୀ ସମାରୋହ

ବ୍ରହ୍ମପୁରର ରାଜ୍ୟସ୍ତରୀୟ ସୁବାସ ସ୍ମାରକୀ ସମାରୋହ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: