ଦିଗପହଣ୍ଡି ରେ ବିଶ୍ବ ଶ୍ରମିକ ଦିବସ ପାଳିତ

May 01, 2019, ବିଶେଷ, ଗଞ୍ଜାମ, Bhagyaprabha News Bureau
ଦିଗପହଣ୍ଡି ରେ ବିଶ୍ବ ଶ୍ରମିକ ଦିବସ ପାଳିତ
Bhagyaprabha News Bureau
May 01, 2019

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଶ୍ରମିକ ସଂଗଠନ ଏଆଇଟିୟୁସି ଓ ସିଆଇଟିୟୁର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବଜାର ସାହି ଗାନ୍ଧୀ ଛକଠାରେ ବୁଧବାର ଦିନ ମହା ସମାରୋହରେ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏଆଇଟିୟୁସି ଗଞ୍ଜାମ ଜିଲ୍ଲା ସଂପାଦକ ଅଳକନାଥ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଦିବସରେ ରାଜ୍ଯ ଗଣତାନ୍ତ୍ରିକ ମହିଳା ସମିତି ସଦସ୍ଯା ଜୟନ୍ତୀ ବାଳା ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଲାଲ ପତାକା ଉତ୍ତୋଳନ କରି ସଭାକାର୍ଯ୍ୟ ଉଦଘାଟନ କରିଥିଲେ । ଏହି ଅବସରରେ ସିପିଆଇ ଏମ୍ ଗଂଜାମ ଜିଲ୍ଲା କମିଟି ସଂପାଦକ କୈଳାସ ଷଡ଼ଙ୍ଗୀ , ଭାରତୀୟ ଟ୍ରେଡ ୟୁନିୟନ କେନ୍ଦ୍ର ସିଆଇଟିୟୁର ଗଂଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶ୍ବିନୀ କୁମାର ଦାସ , ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ୍ଲ ପଣ୍ଡା , ଆଇନଜୀବୀ ଅଶେଷନାଥ ମିଶ୍ର , କୁରେଶୁ ପଣ୍ଡା ପ୍ରମୁଖ ଏହି ଦିବସରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସେହିପରି କିଶୋର ଶତପଥୀ , ତପନ ମିଶ୍ର , ଦୈତାରୀ ରେଡ୍ଡୀ , ସୋମନାଥ ଦଳେଇ , ଗୋବିନ୍ଦ ନନ୍ଦ , ହରିକୃଷ୍ଣ ଗୌଡ , କାଳୀଚରଣ ଗୌଡ , ଉଜ୍ଜ୍ୱଳ ସାହୁ , ଭି. ସୁଦର୍ଶନ ରାଜୁ , କୈଳାସ ମହାରଣାଙ୍କ ସମେତ ଖେମୁଣ୍ଡି ମିନିବସ ଓ ଟ୍ୟାକ୍ସି ଚାଳକ ସଂଘ , କର୍ମଚାରୀ ସଂଘ , ନିର୍ମାଣ ଶ୍ରମିକ ସଂଘ ପ୍ରମୁଖ ସଂଘର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫନି ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି-ବରିଷ୍ଠ ଅଧିକାରୀ ଙ୍କୁ ବିଭିନ୍ନ ଦାୟିତ୍ୱ

ଫନି ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି-ବରିଷ୍ଠ ଅଧିକାରୀ ଙ୍କୁ ବିଭିନ୍ନ ଦାୟିତ୍ୱ

Read More...

ସାମୁଦ୍ରିକ ଝଡ  ଫନି ମୁକାବିଲା ପାଇଁ ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ

ସାମୁଦ୍ରିକ ଝଡ ଫନି ମୁକାବିଲା ପାଇଁ ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: