ଫନି ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି-ବରିଷ୍ଠ ଅଧିକାରୀ ଙ୍କୁ ବିଭିନ୍ନ ଦାୟିତ୍ୱ

May 01, 2019, ବିଶେଷ, , Bhagyaprabha News Bureau
ଫନି ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି-ବରିଷ୍ଠ ଅଧିକାରୀ ଙ୍କୁ ବିଭିନ୍ନ ଦାୟିତ୍ୱ
Bhagyaprabha News Bureau
May 01, 2019

ଫନି ଏକ ବଡ ଧରଣର ବାତ୍ୟା ଓଡିଶା ପ୍ରତି ମାଡି ଆସୁଛି । ଏହା ଧୀରେ ଧୀରେ ଶକ୍ତିଶାଳୀ ହେବାକୁ ଯାଉଛି । ଏପରିକି ଏହାର ଗତିପଥ ମଧ୍ୟ ବଦଳୁଛି । ଅନ୍ତର୍ଜାତୀୟ ପାଣିପାଗ ସୂଚନା ଅନୁସାରେ ପ୍ରଥମେ ଏହା ପୁରୀ ରେ ଲେଣ୍ଡଫଲ କରିବ ବୋଲି ଆଶା କରାଯାଉଥିଲା ।



ତେବେ ପୁଣି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଏକ ସୂଚନା ଦେଇଛନ୍ତି ଯେ ଫୋନି ପୁରୀ ନୁହେଁ ବରଂ ଜଗତସିଂହପୁର ରେ ଲେଣ୍ଡଫଲ କରିବ । ତେବେ ସେ ଯାହା ହେଉନା କାହିଁକି ଓଡ଼ିଶାର ୧୭ ଟି ଜିଲ୍ଲା ଫୋନିର ପ୍ରଭାବରେ ରହିବ । ଗୋଟିଏ କିମ୍ବା ଦୁଇଟି ଜିଲ୍ଲା ରେ ଫୋନି ତାର ତାଣ୍ଡବଲୀଳା ଘଟାଇବା ବେଳେ ଆଉ ୧୫ ଟି ଜିଲ୍ଲା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି ।



ଏପରିକି ଲେଣ୍ଡଫଲ ସମୟରେ ଏହା ଉକ୍ତ ସ୍ଥାନରେ ଘଣ୍ଟା ପ୍ରତି ୧୭୫ ରୁ ୨୦୦ ବେଗରେ ପବନ ବୋହିବାର ସୂଚନା ମିଳୁଛି ।୧୯୯୯ ମସିହାରେ ଜଗତସିଂହପୁର ରେ ମହାବାତ୍ୟା ଲେଣ୍ଡଫଲ କରି ବହୁ ଧନଜୀବନ ନେଇଥିଲା । ତେଣୁ ବର୍ତ୍ତମାନ ଓଡିଶା ସରକାର ପୁରା ପ୍ରସ୍ତୁତ ହୋଇ ରହିଛନ୍ତି ।



୧୨ ଜଣ ଆଇପିଏସ ଅଫିସରଙ୍କୁ ଦାଇତ୍ୱ ଦିଆଯାଇଛି । ଫୋନି ମେ ମାସ ୩ ତାରିଖ ଅପରାହ୍ନରେ ଓଡିଶା ଛୁଇଁବ । ଓଡ଼ିଶାବାସୀ ଆଦୌ ଭୟଭୀତ ନ ହୋଇ ଦୃଢତା ର ସହ ଏହାର ସାମ୍ନା କରିବା ଆବଶ୍ୟକ । ଶୁଣ। କଥାରେ ବିଶ୍ୱାସ ନ କରି ପ୍ରଶାସନ କଥା ରେ ଧ୍ୟାନ ଦେବା ଆବଶ୍ୟକ । ବର୍ତ୍ତମାନ ସମୁଦ୍ର ଅଶାନ୍ତ ହେବା ଆରମ୍ଭ କରିଦେଇଛି । ତେଣୁ ସମୁଦ୍ର ନିକଟବର୍ତ୍ତୀ ଅଂଚଳରେ ରହୁଥିବା ମଚ୍ୟଜିବି ଏବଂ ସାଧାରଣ ଲୋକ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ଫୋନି ତାର ଗତିବିଧି ପ୍ରତି ମୁହୂର୍ତ୍ତରେ ବଦଳାଉଥିବ ଯୋଗୁଁ ଏହା କେଉଁ ଠାରେ ସଠିକ ଲେଣ୍ଡଫଲ କରିବ ତାହା କେବଳ ପାଣିପାଗ ବିଭାଗ ଦ୍ଵାରା ଆକଳନ କରଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଡକ ଦୁର୍ଘଟଣାରେ ଜଣେ ମୃତ

ସଡକ ଦୁର୍ଘଟଣାରେ ଜଣେ ମୃତ

Read More...

ଦିଗପହଣ୍ଡି ରେ ବିଶ୍ବ ଶ୍ରମିକ ଦିବସ ପାଳିତ

ଦିଗପହଣ୍ଡି ରେ ବିଶ୍ବ ଶ୍ରମିକ ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: