ବାଚସ୍ପତିଙ୍କୁ ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

June 02, 2019, ରାଜନୀତି, ଖୋର୍ଦ୍ଧା, Bhagyaprabha News Bureau
ବାଚସ୍ପତିଙ୍କୁ ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା
Bhagyaprabha News Bureau
June 02, 2019

ଦିଗପହଣ୍ଡି ବିଧାୟକ ତଥା କ୍ରମାଗତ ଭାବେ ପୂର୍ବତନ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଆସୁଥିବା ଓଡିଶା ବିଧାନସଭାର ମୁଖ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ରବିବାର ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବାଚସ୍ପତି ଭାବେ ପରୋକ୍ଷ ନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିବାରୁ ଦିଗପହଣ୍ଡି ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି । ଶନିବାର ଠାରୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଦଳୀୟ କର୍ମୀ, ନେତୃମଣ୍ଡଳୀ ଓ ପ୍ରଶଂସକ ମାନେ ରାଜଧାନୀ ଭୂବନେଶ୍ୱର ସ୍ଥିତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବାସଭବନକୁ ଯାଇ ଫୁଲ ତୋଡା ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଫେରିଥିବା ଦେଖିବାକୁ ମିଳିଛି । ରବିବାର ଅପରାହ୍ନରେ ଦିଗପହଣ୍ଡି ଏନଏସି ବିଜେଡି ପକ୍ଷରୁ ପୂର୍ବତନ କାଉନସିଲର୍ ମାଗେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଯୁବ ନଗର ସଭାପତି ଶିବଶଙ୍କର ଗୌଡ, କାହ୍ନୁଚରଣ ପଟ୍ଟନାୟକ, ରାଜି ଗୌଡ ପ୍ରମୁଖ ବାଚସ୍ପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଂପାନିରେ କାଯ୍ୟରତ ଠିକାଶ୍ରମିକଙ୍କ ଆତ୍ମହତ୍ୟା , ପରିବାର ଓ ଠିକାଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ !

କଂପାନିରେ କାଯ୍ୟରତ ଠିକାଶ୍ରମିକଙ୍କ ଆତ୍ମହତ୍ୟା , ପରିବାର ଓ ଠିକାଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ !

Read More...

ବୃନ୍ଦାବନ ଚନ୍ଦ୍ର ଆଞ୍ଚଳିକ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ୍ ଉଦ୍ଯାପିତ,ସିନ୍ଦୁରପୁର କ୍ରିକେଟ୍ କ୍ଳବ ଚମ୍ପିୟନ୍

ବୃନ୍ଦାବନ ଚନ୍ଦ୍ର ଆଞ୍ଚଳିକ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ୍ ଉଦ୍ଯାପିତ,ସିନ୍ଦୁରପୁର କ୍ରିକେଟ୍ କ୍ଳବ ଚମ୍ପିୟନ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: