କଂପାନିରେ କାଯ୍ୟରତ ଠିକାଶ୍ରମିକଙ୍କ ଆତ୍ମହତ୍ୟା , ପରିବାର ଓ ଠିକାଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ !

June 02, 2019, ଅପରାଧ, , Bhagyaprabha News Bureau
କଂପାନିରେ କାଯ୍ୟରତ ଠିକାଶ୍ରମିକଙ୍କ ଆତ୍ମହତ୍ୟା , ପରିବାର ଓ ଠିକାଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ !
Bhagyaprabha News Bureau
June 02, 2019

ହୀରାକୁଦ ହିଣ୍ଡାଲକୋ କଂପାନିରେ ପୁଣି ଶ୍ରମିକ ଅସାନ୍ତି ଦେଖାଦେଇଛି । କଂପାନିରେ କାଯ୍ୟରତ ଜଣେ ଠିକାଶ୍ରମିକ ର ଆତ୍ମହତ୍ୟା କୁ ନେଇ ମୄତ ଶ୍ରମିକ ପରିବାର ଓ ଠିକା ଶ୍ରମିକ ମାନଙ୍କ ମଧ୍ୟରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାସହ ବହୁ ସଂଖ୍ୟାରେ ଠିକା ଶ୍ରମିକ ହିଣ୍ଡାଲକୋ ବାହାରେ ମୄତ ଶ୍ରମିକଙ୍କ ଶବ ରଖି ପ୍ରତିବାଦ କରିଥିଲେ ।ମୄତ ଶ୍ରମିକ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ହୀରାକୁଦ ମହମ୍ମଦପୁରର ୫୨ ବର୍ଷିୟ ରଞ୍ଚନ ବାଗ ହିଣ୍ଡାଲକୋ ର ଠିକା ଶ୍ରମିକ ଭାବେ କାମ କରୁଥିଲେ । ତେବେ ଗତ ଶୁକ୍ରବାର କଂପାନିର ସିକ୍ୟୁରିଟି କର୍ମଚାରୀ ରଞ୍ଚନ ବାଗ ଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିବା ସହ ତାଙ୍କୁ ମାଡ ମାରିବା ସହ ପରେ ରଞ୍ଚନ ଙ୍କୁ ପୋଲିସ ଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଏନେଇ ହୀରାକୁଦ ପୋଲିସ ଚୋରି ଘଟଣା ଅନୁସନ୍ଧାନ କରି ରଞ୍ଚନ ନିର୍ଦ୍ଦୋ ଥିବା ଜାଣି ତାକୁ ଛାଡି ଦେଇଥିଲେ । ପରେ ଥାନାରୁ ଘରକୁ ଆସି ରଞ୍ଚନ ବାଗ ହିଣ୍ଡାଲକୋ ସିକ୍ୟୁରିଟି କର୍ମଚାରୀ ମିଛ ଅଭିଯୋଗ କରି ମାଡ ଦେଇଥିବା ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ତେବେ ମୄତ ରଞ୍ଚନଙ୍କ ଆତ୍ମହତ୍ୟା ପରେ ତାର ମୄତଦେହକୁ ପରିବାର ତଥା ସହ ଠିକା ଶ୍ରମିକ ହିଣ୍ଡାଲକୋ ବାହାରେ ରଖି ପ୍ରତିବାଦ କରିବା ସହ ଦୋଷୀମାନଙ୍କୁ ଗିରଫ କରିବା ସହ ପରିବାର ର ଜଣକୁ ଚାକିରୀ ଓ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ଘଟଣା ସ୍ଥଳରେ ହୀରାକୁଦ ଏସଡିପିଓ ସିସୁରଞ୍ଚନ ମହାପାତ୍ର ଙ୍କ ସହ ହୀରାକୁଦ ଥାନା ଅଧିକାରୀ ପହଞ୍ଚି ଆନ୍ଦୋଳନ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ ଏହା ସହ କଂପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମାଧାନର ସୂତ୍ର ବାହାର କରିଥିବା ଜଣାପଡିଛି । ତେବେ ଏବେ ବି ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ହିଣ୍ଡାଲକୋ କଂପାନୀ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛି । ଏହା ସହ ହୀରାକୁଦ ପୋଲିସ ଶ୍ରମିକ ଆତ୍ମହତ୍ୟାର ତଦନ୍ତ ଜାରିରଖିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପୁର ଛାଡିଲେ ମୁଖ୍ୟମନ୍ତ୍ରୀ , ବାଚସ୍ପତିଙ୍କୁ ପଠାଇଲେ ଇସ୍ତଫାପତ୍ର

ବିଜେପୁର ଛାଡିଲେ ମୁଖ୍ୟମନ୍ତ୍ରୀ , ବାଚସ୍ପତିଙ୍କୁ ପଠାଇଲେ ଇସ୍ତଫାପତ୍ର

Read More...

ବାଚସ୍ପତିଙ୍କୁ ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ବାଚସ୍ପତିଙ୍କୁ ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: